ବାପା ପୁଅ ଅପେକ୍ଷା ଝିଅମାନଙ୍କୁ ଅଧିକ ପସନ୍ଦ କରନ୍ତି, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଏହି କିଛିଦିନ ତଳେ ୱାଶିଂଟୋନରେ ବୈଜ୍ଞାନିକଙ୍କ ଦ୍ଵାରା ଗୋଟେ ଅନୁସନ୍ଧାନ କରାଯାଇଥିଲା, ଯେଉଁଥିରେ ଜଣା ପଡିଛିକି ବାପା ଝିଅଙ୍କ ପ୍ରତି ବହୁତ ଭାବୁକ ହୋଇଥାନ୍ତି । ସେ ନିଜ ଝିଅର କାନ୍ଦିବା ବରଦାସ୍ତ କରି ପାରନ୍ତିନି, ତାଙ୍କ ଝିଅର ଶବ୍ଦ ଶୁଣିବା ସହିତ ସେ ବ୍ୟାକୁଳ ହୋଇ ଉଠନ୍ତି । ବାପାଙ୍କୁ ପୁଅମାନଙ୍କ ଠାରୁ  ଝିଅମାନେ ଅଧିକ ପସନ୍ଦ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କଣ ପାଇଆନ ବାପା ଝିଅ ମାନଙ୍କୁ ପୁଅ ଅପେକ୍ଷା ଅଧିକ ପସନ୍ଦ କରନ୍ତି ।

ଝିଅମାନଙ୍କୁ ଅଧିକ ଭଲ ପାଇଥାନ୍ତି ବାପା :

ପ୍ରମୁଖ ସୋଧକର୍ତ୍ତା ଆମେରିକାର ଏମିରି ବିଶ୍ଵ ବିଦ୍ୟାଳୟର ଡକ୍ଟର ଜେନିଫର ମସ୍କାରେ କହିଲେକି ଛୁଆ କାନ୍ଦିଲେ ଝିଅର ବାପା ସର୍ବ ପ୍ରଥମେ ଧ୍ୟାନ ଦେଇଥାନ୍ତି । ବାପା ନିଜ ଝିଅଙ୍କ ବିଷୟରେ କଥା ହେଲାବେଳେ ବହୁତ୍ ଭାବୁକ ହୋଇ ପଡନ୍ତି ଏବଂ ଏକୁଟିଆ ଅନୁଭବ କରିଥାନ୍ତି । ଝିଅଟିଏ ଯେବେ ଜନ୍ମ ହୁଏ ସବୁଠୁ ଅଧିକା ଖୁସି ବାପା ହୋଇଥାନ୍ତି । ଏମିଟି ବହୁତ କମ ଲୋକ ଏବେବି ଆଛନ୍ତି ଯେଉଁମାନେ ଝିଅକୁ ବୋଝ ଭାବନ୍ତି କିନ୍ତୁ ଏହାବି କେବଳ ସମାଜର କିଛି କୁ ପ୍ରଥା ପାଇଁ । ଯାହା ଆପଣ ଭଲଭାବେ ଜାଣିଥିବେ ।

ଜନ୍ମରୁ ବିବାହ ପର୍ଯ୍ୟନ୍ତ ବାପା ମାନେ ଝିଅକୁ ବହୁତ ଲାଡପ୍ୟାରରେ ବଢାଇ ଥାନ୍ତି । ଏହା ଏଥିପାଇଁ କାହିଁକି ନା ଝିଅ ମାନେ ହିଁ ତାଙ୍କର ବାପାଙ୍କୁ ଭଲଭାବେ ବୁଝନ୍ତି । ତାଙ୍କର ହସ ପଛରେ ଥିବା ଚିନ୍ତା ସେମାନେ ଜଣାଇ ପାରନ୍ତି । ସେମାନେ ଖରାପ ପରିସ୍ଥିତିରେ ସବୁବେଳେ ନିଜ ବାପାର ସାଥ ଦିଅନ୍ତି । ଏଭଳି ଅନେକ ଛୋଟ ବଡ କଥା ଅଛି ଯାହା ପାଇଁ ବାପା ଓ ଝିଅ ଭିତରେ ଗଭୀର ଭଲପାଇବା ଥାଏ ।

ପୁଅ ଉପରେ ପ୍ରଭାବ :

ବାପାଙ୍କ ଏମିତି ବ୍ୟବହାର ପରେ ପୁଅ ପାଇଁ ଅସୁବିଧା ହୋଇପାରିଥାଏ । ଯଦି ବାପା ନିଜ ପୁଅ ଉପରେ ସବୁବେଳେ ଚିଡିଲା ଭଳି ବ୍ୟବହାର କରିବେ ଓ ତା ସହିତ ଆତ୍ମୀୟତା ନ ବଢାଇବେ ତେବେ ସେଥିପାଇଁ ପୁଅ ଦୂରେଇ ଯାଇପାରେ । ଯେଉଁଠି ବାପା ଝିଅକୁ ଆଧିକ ଆଦର ସ୍ନେହ କରନ୍ତି ସେଇଠି ପୁଅମାନଙ୍କଠୁ ଦୂରେଇ ଯାଆନ୍ତି । କିନ୍ତୁ ଏହା ଠିକ ନୁହେଁ, ଦୁହିଙ୍କୁ ସମାନ ସ୍ନେହ ଓ ଭଲପାଇବା ମିଳିଲେ ହିଁ ସେମାନେ ଭଲ ମନୀଷ ହୋଇ ପାରିବେ ।

ତେବେ ଯେମିତିକି ଆପଣ ଜାଣିଥିବେ ବାପା ଓ ଝିଅର କିଛି ଅଲଗା ହିଁ କାନେକଶେନ ଥାଏ । ଦୁହେଁ ଦୁହିଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । ଏମିତ ବହୁତ ବାପା ଥିବେ ଯିଏ ନିଜ ଝିଅ ପାଇଁ ବହୁତ କଷ୍ଟ ସହିଥିବେ କିନ୍ତୁ ଝିଅ ଆଖିରେ କେବେ ଲୁହ ଆସିବାକୁ ଦିଅନ୍ତି ନାହିଁ । ଝିଅ ମାନେ ମଧ୍ୟ ନିଜ ବାପାଙ୍କୁ ଦୁନିଆରେ ସବୁଠୁ ଅଧିକା ଭଲପାଆନ୍ତି । କିନ୍ତୁ ଏହା କାହିଁକି ସେ ବିଷୟରେ ଏବେ ପର୍ଯ୍ୟନ୍ତ ବି କିଛି ସେ ଭଳି ଜଣା ନାହିଁ , ଯେମିତି ବାପା ଝିଅଙ୍କୁ ଅଧିକ ପସନ୍ଦ କରନ୍ତି ସେମିତି ମା’ ମାନେ ମଧ୍ୟ ପୁଅ ମାନଙ୍କୁ ବହୁତ ଭଲ ପାଆନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *