ବର୍ଷେ ଧରି ସେବା କଲେ, ଆଉ ଏବେ ରୋଗୀଟିର ମୃତ୍ୟୁ ପରେ ନିଜେ ଶବ ଦାହ କରି ଦୁନିଆ ପାଇଁ ସାଜିଲେ ଉଦାହରଣ… Dr. Sankar Ramchandani

ନମସ୍କାର ବନ୍ଧୁଗଣ, ସମାଜ ରେ ଦିନକୁ ଦିନ ହଜି ଯାଉଛି ମାନବିକତା । ଯାହାର ଅନେକ ଘଟଣା ପ୍ରତିଦିନ ଆମ ଆଖ ପାଖ ରେ ଦେଖିବାକୁ ମିଳୁଛି । ହେଲେ ସମାଜରେ ଏମିତି ବି ଲୋକ ଅଛନ୍ତି ଯିଏ ନିସ୍ଵାର୍ଥପର ଭାବେ ସେବା କରୁଛନ୍ତି । ଏମିତି ଜଣେ ମଣିଷ ହେଉଛନ୍ତି ଡାକ୍ତର ଷ୍ଣକାର ରାମଚନ୍ଦାନି । ଯିଏ ମାନବ ସେବାକୁ ମାଧବ ସେବାକୁ ନିଜ ଜୀବନର ମୂଳମନ୍ତ୍ର ବୋଲି ଧରି ନେଇଛନ୍ତି ।

ଟଙ୍କିକିଆ ଡାକ୍ତର ଭାବେ ପରିଚିତ ବୁର୍ଲାର ଡାକ୍ତର ଶଙ୍କର ରାମଚନ୍ଦାନି ଏବେ ପୁଣି ଚର୍ଚ୍ଚାରେ । ପୁଣି ସେ ମହାନ ହୃଦୟରେ ଏମିତି ଏକ କାର୍ଯ୍ୟ କରିଛନ୍ତି ଯେଉଁଥି ପାଇଁ ତାଙ୍କୁ ଏତେ ପ୍ରଶଂସା କରିଲେ ବି କମ ହେବ । ଘଟଣା ଟି ବୁର୍ଲା ମେଡିକାଲରେ । ଦେବଗଡରୁ ଆଶ୍ରମ ରୁ ଆସିଥିବା ଜଣେ ମହିଳା ରୋଗୀ ଯାହାଙ୍କ ନାମ ହେଉଛି ଦେବୀ ସାହୁ ଯିଏ କି  ପାଖାପାଖି 1 ବର୍ଷ ହେବ ଏହି ମେଡିକାଲରେ ଚିକିତ୍ସିତ ହେଉଥିଲେ ।

ଆଶ୍ରମ କର୍ତ୍ତୁପକ୍ଷ ମଧ୍ୟ ତାଙ୍କୁ ଏହି ମେଡିକାଲରେ ଛାଡି ଚାଲି ଯାଇଥିଲେ । ଯାହା ଫଳରେ ପିଜି ଛାତ୍ର, ସେବିକା ଓ ଡାକ୍ତର ଏହି ରୋଗୀଙ୍କୁ ଚିକିତ୍ସା କରିବା ସହ ତାଙ୍କର ଦେଖାଶୁଣା କରୁଥିଲେ । ଧୀରେ ଧୀରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଥିଲା । ହେଲେ ଗତ ରବିବାର ରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଆଉ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଅସହାୟ ରୋଗୀଙ୍କର ସବ ବ୍ୟବଛେଦ ପାଇଁ କେହି ଆସି ନ ଥିଲେ । ଶେଷରେ ଡାକ୍ତର ଶଙ୍କର ରାମଚନ୍ଦାନୀ ବୁର୍ଲା ସ୍ଵର୍ଗଦ୍ଵାରରେ ଶବ ଦାହ କରିଥିଲେ । ଜଣେ ମାର ମୃତ୍ୟୁ ହେଲେ ଯେପରି ଗୋଟେ ପୁଅ ଶେଷକୃତ୍ୟ ସମ୍ପନ୍ନ କରେ ଠିକ ସେହିପରି ଡାକ୍ତର ଶଙ୍କର ଉକ୍ତ ମହିଳାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ଏହା ସହ ଉକ୍ତ ମହିଳାଙ୍କୁ ବି ବିସର୍ଜନ କରିଥିଲେ ।

ଏହି ଘଟଣା ପରେ ଡାକ୍ତରଙ୍କୁ ସାଧାରଣରେ ଖୁବ ଚର୍ଚ୍ଚା କରା ଯାଉଛି । ସତରେ ଆଜି ବି ମାନବିକତା ବଞ୍ଚିଛି ଏ ସମାଜରେ । ଆଜିର ଯୁଗରେ ଏଭଳି ଜଣେ ଅଜଣା ରୋଗୀଙ୍କ ସେବା କରିବା ସହ ମୃତ୍ୟୁ ପରେ ଶେଷକୃତ୍ୟ ସମ୍ପନ୍ନ କରିବା ନିଶ୍ଚିନ୍ତ ରୂପେ ଏକ ମହାନ କାର୍ଯ୍ୟ । ତେବେ ଡାକ୍ତର ରାମଚନ୍ଦାନି ଉକ୍ତ ମହିଳା ଙ୍କର ଚିକିତ୍ସା କରିବା ସହ ତାଙ୍କର ଶେଷକୃତ୍ୟ କରିବା ବହୁତ ବଡ କଥା ।

ସତରେ ଆଜି ବି ସମାଜରେ ଏଭଳି ମଣିଷ ଅଛନ୍ତି ଯିଏ ପର ପାଇଁ ନିଜର ଭଳି ବ୍ୟବହାର କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଡାକ୍ତର ଶଙ୍କର ରାମଚନ୍ଦାନି ଙ୍କ ଏଭଳି ମହାନ କାମ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *