ଓଡିଶା ଡ୍ରାଇଭର ଏକତା ମଞ୍ଚ ସଂଘ ପକ୍ଷ ରୁ ଦିଆ ଯାଇଛି ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ । ଯାହା ଫଳରେ ଗତ 3 ଦିନ ହେବ ଲୋକ ମାନେ ନାହି ନ ଥିବା ସମସ୍ୟାର ସମୁଖିନ୍ନ ହେଉଛନ୍ତି । ଆଉ ଏହି ଆନ୍ଦୋଳନ କାରଣରୁ ଯାତାୟାତ ରେ ମଧ୍ୟ ବାଧା ସୃଷ୍ଟି ହୋଇଛି । କାରଣ ଡ୍ରାଇଭର ମାନେ ଗାଡି ଛାଡୁ ନାହାନ୍ତି । ଆଉ ଯେଉଁ ଗାଡି ଯାଉଛି ତାହାକୁ ଅଟକ ରଖୁଛନ୍ତି ।
ଯାହାକୁ ନେଇ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଆଉ ଏହାରି ମଧ୍ୟ ରେ ଏଭଳି ଏକ ଘଟଣା ଏବେ ସାମ୍ନା କୁ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆସନ୍ତୁ ଜାଣିବା ଆଉ ଡେରି ନ କରି ପୁରା ଖବର ବିଷୟରେ । ଦର୍ଶକ ବନ୍ଧୁ ଅନ୍ଧାର ରାତି ଧଳା ଧୋତି ଛାଡ ପିନ୍ଧି ଛନ୍ତି । ହାତରେ ବାଡି ଧରି ରାସ୍ତା ରେ ଚାଲି ଚାଲି ଯାଉଛନ୍ତି ।
ଏମିତି ଦୃଶ୍ୟ ଦେଖିବା ପରେ ବନ୍ଧୁଗଣ ଆପଣଙ୍କୁ ଏହାର ଉତ୍ତର ଜାଣିବା ପାଇଁ ଭ୍ରମ ସୃଷ୍ଟି ହୋଇପାରେ । ଦର୍ଶକ ବନ୍ଧୁ ଏହା ପଛରେ ଥିବା ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । କାରଣ ମାନେ ସମସ୍ତେ ବରଯାତ୍ରୀ ଯାଉଛନ୍ତି । ହଁ ଦର୍ଶକ ବନ୍ଧୁ ଡ୍ରାଇଭର ମାନଙ୍କର ଆନ୍ଦୋଳନ ପାଇଁ ଗାଡି ମିଳିଲା ନାହି । ସେପଟେ ଶୁଭ ମୂହୁର୍ତ୍ତ ଗଡି ଗଲା ।
ଆଉ ଶେଷରେ ଉପାୟ ଶୂନ୍ୟ ହୋଇ କନ୍ୟା ଘରକୁ ଏମିତି ଚାଲି ଚାଲି ଯାଉଛନ୍ତି ବରଯାତ୍ରୀ । ନିଜ ଜିଦ ରେ ଅଟଳ ରହିଛନ୍ତି ଡ୍ରାଇଭର । ଆଉ ସେମନାଙ୍କ ଷ୍ଟିୟର୍ନିଗ ଛାଡ ଆନ୍ଦୋଳନ କାରଣରୁ 28 କିମି ଚାଲି ଚାଲି ଗଲେ ବରଯାତ୍ରୀ । ଏମିତି ଘଟଣା ସାମନା କୁ ଆସିଛି ରାୟଗଡା ସୁନାଖଣ୍ଡି ପଞ୍ଚାୟତ ପାର୍ତିଗୁଡା ଗାଁ ରୁ ।
ସୂଚନା ଅନୁଯାୟୀ କଲ୍ୟାଣସିଂପୁର ବ୍ଲକ ସୁନା ଖଣ୍ଡି ପଞ୍ଚାୟତ ପାର୍ତିଗୁଡା ରୁ ଦିବାଲି ଗାଁ ର କନ୍ୟା ଘରକୁ ଯାଉଥିଲେ ବରଯାତ୍ରୀ । ହେଲେ ଗାଡି ବନ୍ଦ ହେବାରୁ ସମସ୍ତଙ୍କ ମୁଣ୍ଡରେ ପଡିଥିଲା ଭାଳେଣି । କେମିତି ରାତି ଅଧରେ କନ୍ୟା ଘରକୁ ଯିବେ ସେ ନେଇ କିଛି ବୁଦ୍ଧି ବାଟ ବି ଦିଶିଲା ନାହି । ତେଣୁ ଉପାୟ ଶୂନ୍ୟ ହୋଇ କନ୍ୟା ଘର ଅଭିମୁଖେ ବରାଯାତ୍ରୀ ଚାଲି ଚାଲି ଯାଇଥିଲେ ।
ଆଉ ଶେଷରେ କନ୍ୟା ଘରେ ପହଞ୍ଚିବା ପରେ ବାହାଘର ହେଲା । ବରଯାତ୍ରୀ ଓ କନ୍ୟା ଘର ଲୋକେ ଅପେକ୍ଷା ରହିଛନ୍ତି କେତେବେଳେ ଡ୍ରାଇଭର ମାନେ ଆନ୍ଦୋଳନ ରୁ ଓହରିବେ ଆଉ ସେମାନେ ଘରକୁ ଫେରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।