ବାରମ୍ବାର ଚେଷ୍ଟା କରି ମଧ୍ୟ ଅସଫଳତାର ଶିକାର ହେଉଛନ୍ତି କି ! ଏହି ନିୟମ ମାନନ୍ତୁ, କେବେବି ହାରିଯିବେ ନାହିଁ – Krishna Vani

ବନ୍ଧୁଗଣ କାହିଁକି ବହୁତ ପରିଶ୍ରମ ସତ୍ତ୍ୱେ ସଫଳତା ମିଳେ ନାହିଁ । ଆଜିର ସମୟରେ ଅଧିକାଂଶ ଲୋକଙ୍କ ଧନ ସମ୍ବନ୍ଧିତ ସୁଖ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡୁଛି । ତଥାପି ବହୁତ କମ ଲୋକ ବହୁତ ପରିଶ୍ରମ କରି ସାରିଲା ପରେ ମଧ୍ୟ ନିଜର ପରିଶ୍ରମର ଫଳ ପାଆନ୍ତି ନାହିଁ । ଏପରି କାହିଁକି ହୁଏ ନା ସେହି ବ୍ୟକ୍ତି ଯେଉଁ ପରିଶ୍ରମ କରୁଛି ସେହି ପରିଶ୍ରମ ସେହି କାମକୁ ଆଧାର କରି ନା ଆଉ କିଛି, ତେଣୁ ସେମାନେ ଆବଶ୍ୟକ ଅନୁଯାୟୀ ଫଳ ପାଇପାରନ୍ତି ନାହିଁ ।

ପ୍ରତ୍ଯେକଟି ବ୍ୟକ୍ତିକୁ କିଛି କାମରେ ସଫଳତା ମିଳିଥାଏ ଏବଂ କିଛି କାମରେ ଅସଫଳତା ମଧ୍ୟ ମିଳିଥାଏ । କାରଣ ଅସଫଳତା ହି ହେଉଛି ସଫଳତାର ଚାବିକାଠି । ଅସଫଳତା ଯେଉଁ ରୁପରେ ଆସିଥାଏ ସଫଳତା ତାର ଦ୍ଵିଗୁଣ ହୋଇ ଆସିଥାଏ । ତେଣୁ ଅସଫଳ ହୋଇ କଦାପି ହାରିଜାଅ ନାହିଁ । ଅପେକ୍ଷା କର କାରଣ ଅପେକ୍ଷାର ଫଳ ସର୍ବଦା ମିଠା ହୋଇଥାଏ । ଉଚିତ ମାର୍ଗର ଆଦର୍ଶରେ ସଫଳତା ପାଦ ଛୁଇଁଥାଏ ବୋଲି ଜାଣି ରଖିବା ଉଚିତ ।

ଚାଣକ୍ୟ କୁହନ୍ତି ସେହିବ୍ୟକ୍ତି ସର୍ବଦା ଖୁସି ଅଟନ୍ତି ଯିଏ କି ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିଛନ୍ତି । ବୁଝିପାରିବା ଲୋକ ଜାଣିଥାଏ କି ବର୍ତ୍ତମାନ କିପରି ସମୟ ଚାଲିଛି । ଏବେ ସୁଖର ଦିନ ନା ଦୁଃଖର ଦିନ । ଏହି ଆଧାରରେ ସେ କାର୍ଯ୍ୟ କରିଥାଏ । ଯଦି ସୁଖର ଦିନ ତ ଭଲ କାର୍ଯ୍ୟ କରିଥାଏ । ଆଉ ଯଦି ଦୁଃଖର ଦିନ ସେ ଭଲ କାର୍ଯ୍ୟ କରିବା ସହିତ ଧର୍ଜ୍ୟ ମଧ୍ୟ ରଖିଥାଏ । ସଫଳ ବ୍ୟକ୍ତି ସିଏ ଯିଏ ନିଜର ଆୟ, ବ୍ୟୟ ର ହିସାବ ଠିକ ଭାବରେ କରିଥାଏ ।

ଏହା ଆମକୁ ଜଣା ଥିବା ଦରକାର ଯେ ଆମର ଶତ୍ରୁ କିଏ ଆଉ ଶତ୍ରୁ ରୂପରେ ମିତ୍ର କିଏ ? ଶତ୍ରୁକୁ ତ ଆମେ ଜାଣିଥାଉ ଏଣୁ ତା ଠାରୁ ଆମେ ବଂଚିକି କାମ କରିଥାଉ । ମାତ୍ର ଯଦି ମିତ୍ର ଭିତରେ ଶତ୍ରୁ ଥାଏ ତାହେଲେ ଆମର ସବୁକିଛି ବର୍ବାଦ ହେଇଯାଇଥାଏ । ତେଣୁକରି ନିଜର ଗୁପ୍ତ କଥାକୁ କାହାରି ଆଗରେ ପ୍ରକାଶ କରନ୍ତୁ ନାହିଁ । ସେ ସତୃ ହେଇଥାଉ ଅଥବା ମିତ୍ର । ତେଣୁ ସର୍ବଦା ଜଗି ରଖି କାମ କରିବା ଉଚିତ ।

ଏହା ସହିତ ଏକଥା କୁ ମଧ୍ୟ ଧ୍ୟାନ ରଖନ୍ତୁ ଯେ ପ୍ରକୃତ ମିତ୍ର ହେଉଛନ୍ତି ସିଏ । ଜିଏକି ବନ୍ଧୁଙ୍କ ବିପଦ ସମୟରେ ଛିଡା ହୋଇଥାଏ । ଯଦି ଭୁଲରେ ମିତ୍ର ହୋଇଥିବା ଶତ୍ରୁ ଠାରୁ ସାହାଯ୍ୟ ନେବା ତାହାଲେ ନିଜର କାମ ସବୁ ପାଣିଫୋଟକା ଭଳି ଫାଟିଯିବ । ତେଣୁ ଭଲ ଓ ଖରାପ ଲୋକଙ୍କୁ ପ୍ରଥମେ ଠିକ ଭାବେ ଚିହ୍ନିବାକୁ ଚେଷ୍ଟା କରନ୍ତୁ । ଜୀବନରେ ସଫଳ ହୋଇପାରିବେ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *