ଦେଖନ୍ତୁ ପୁରା ଭିଡିଓ… ଯେତେବେଳେ କନ୍ୟା ପିନ୍ଧାଇଲା ବରଣମାଳା, ତ ହୋଇଗଲା ବରର ମୃତ୍ୟୁ

କୁହାଯାଏ ଏକ ମଣିଷ ପାଇଁ ତାର ବିବାହ ଦିନ ସବୁଠାରୁ ସୁନ୍ଦର ହୋଇଥାଏ । କାରଣ ଏହି ଦିନ ତାଙ୍କ ଜୀବନର ଏକ ନୂତନ ଆରମ୍ଭ ହୋଇଥାଏ । ଏପରି ଏହି ଦିନକୁ ଖାସ ବନାଇବା ପାଇଁ କପଡା ଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସମ୍ପୂର୍ଣ ଧ୍ୟାନ ରଖାଯାଇଥାଏ । ବିବାହର ମୌକାରେ ଚାରି ପଟେ ଖାଲି ଖୁସି ହିଁ ଖୁସି ଦେଖାଯାଇଥାଏ । କିନ୍ତୁ ଟିକେ ଭାବନ୍ତୁ ଯଦି ଏହି ଖୁସିର ମାହୋଲ ଅଚାନକ ମୃତ୍ୟୁ ରେ ବଦଳି ଯାଏ, ତାହେଲେ କଣ ହେବ ?

ଆଜି ଯେଉଁ ଖବର ଆମେ ଆପଣଙ୍କୁ କହିବାକୁ ଯାଉଛୁ, ସେ କିଛି ଏମିତି ଖବର ଅଟେ ।

ସବୁଠାରୁ ପ୍ରଥମେ କହିଦେଉଛୁ କି ଏହି ଖବର ମୋଗା ର ଅଟେ । ବର ବହୁତ ଖୁସି ହୋଇ ଷ୍ଟେଜ ଉପରକୁ ଚଢୁଥିଲା ଏବଂ ଷ୍ଟେଜ ଚଢିବା ପରେ ଯେମିତି କନ୍ୟା ବରକୁ ବରଣ ମାଳା ପିନ୍ଧାଇଲା, ସେତବେଳେ ବରର ମୃତ୍ୟୁ ହେଇଗଲା । ଏହି ଘଟଣା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ କିନ୍ତୁ ଏହା ସତ । ଏହି ଘଟଣା ପଞ୍ଜାବର ପରବାନା ସହର ର ଅଟେ । ଏଠାରେ ବରର ନାମ ସୌରଭ ଖେଡା ଥିଲା । ଯାହାଙ୍କ ବୟସ ୨୮ ବର୍ଷ ।

ସେଠାରେ ଷ୍ଟେଜ ଉପରେ ଥିବା ସବୁ ଲୋକ ବହୁତ ଖୁସି ଥିଲେ । ଏହା ପରେ ପାଖା ପାଖି ୧୨ ଟାରେ ଜୟମାଳା ପିନ୍ଧାଇବାର କାର୍ଯ୍ୟକ୍ରମ ଆରମ୍ଭ ହେଲା । କିନ୍ତୁ ଯେତବେଳେ କନ୍ୟା ବରର ବେକରେ ମାଳ ଗଳାଇଲେ, ସେତବେଳେ ବର ବେହୋସ ହୋଇ ତଳେ ପଡିଗଲା । ବରର ବେହୋସ ହେବାର କାରଣ ବାରମାଳା ନୁହେଁ, ହାର୍ଟ ଅଟ୍ଟାକ୍କ ଥିଲା । ବରକୁ ସେହି ସମୟରେ ହାର୍ଟ ଆଟାକ ଆସିଥିଲା ।

୧୫ ମିନିଟ ପର୍ଯ୍ୟନ୍ତ ତାଙ୍କୁ ହୋସକୁ ଆଣିବା ପାଇଁ ଚେଷ୍ଟା କରାଗଲା । କିନ୍ତୁ ଅବଶୋଷ କି ଯେତବେଳେ ବହୁତ ଡେରି ପର୍ଯ୍ୟନ୍ତ ବରର ହୋସ ଆସିଲା ନାହିଁ, ତାପରେ ତାଙ୍କୁ ହସ୍ପିଟାଲ ନିଆଗଲା । ସେଠାରେ ଡାକ୍ତର ବରକୁ ମୃତ ବୋଲି ଘୋଷଣା କଲେ । ସେ ତାଙ୍କ ବାପା ମାଆ ଙ୍କର ଗୋଟିଏ ମାତ୍ର ପୁଅ ଥିଲେ, ଜିଏ ନିଜ ବାପା ଙ୍କ ସହିତ ଷ୍ଟେସନାରୀ ଓ ମୋବାଇଲ ଦୋକାନ ଚଲାଉଥିଲା । ଆମେ ଭଗବାନ ଙ୍କ ପାଖରେ ପ୍ରଥନା କରୁଛୁ କି ସେ ଶତୃକୁ ବି ଏମିତି ଦିନ ନ ଦେଖାନ୍ତୁ ।

Leave a Reply

Your email address will not be published. Required fields are marked *