ମୁଁ ପଛକୁ ଫେରିବାକୁ ଚାହୁଁଛି, ଚାହିଁଲେ ବି ଅତୀତକୁ ଭୁଲି ପାରୁ ନାହି, ଆଜି ସବୁ କଥା ମାନେ ପଡି ଯାଉଛି, ହୁଏ ତ ଆଜି ଟିକେ ଦୂରତା ବଢି ଯାଇଛି କିନ୍ତୁ ସବୁ ସ୍ମୃତି ଆଜି ବି ଆଖିରେ ଲୁହ ଆଣି ଦେଉଛି । ନ୍ୟାୟ ଦେଇଛନ୍ତି ମାନ୍ୟବର କୋର୍ଟ । ଅନ୍ୟ ପକ୍ଷରେ ଅଭିନେତା ଅନୁଭବ ମାହାନ୍ତି ୩୦ ହଜାର ଟଙ୍କା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କୁ । ବର୍ତ୍ତମାନ ବର୍ଷା ନିଜ ସୁରକ୍ଷା ଅନୁଯାୟୀ ଘରଟିଏ ନେଇ ରହି ପାରିବେ । ଭଡା ଟଙ୍କା ମାସକୁ ମାସ ପହଞ୍ଚି ଯିବ ।
ତାଙ୍କୁ କୌଣସି ଅସୁବିଧା ହେବ ନାହି କିନ୍ତୁ ମୁଁ ପଛକୁ ଫେରିବାକୁ ଚାହୁଁଛି ଆଜି, ଜାଣିଛି ଅଭୂଲା ସ୍ମୃତି ଆଉ ଫେରିବ ନାହି କି ଅତୀତର କୋମଳ ବୟସକୁ ଫେରାଇ ଆଣିବା ଅସମ୍ଭବ ଅଟେ । କିନ୍ତୁ ଦେଖିଲେ ଅନେକ କଥା ମାନେ ପଡି ଯାଉଛି । ତେବେ ଉପରେ ଲିଖିତ ଏହି ସବୁ କଥା ସାଂସଦ ଅନୁଭବ ମହାନ୍ତି ନିଜର ପିଲା ଦିନର ଫୋଟୋ ସେୟାର କରି କିଛି ଏଭଳି ଇମୋଶନ ହୋଇ ଲେଖିଛନ୍ତି ।
ଅନୁଭବ ଲେଖିଛନ୍ତି କି ମୋତେ ପଛକୁ ଫେରିବାକୁ ଦିଅ । ଏହି ଫୋଟୋ ରେ ଅନୁଭବଙ୍କ ସହ ତାଙ୍କର ପ୍ରିୟଜନ ମାନେ ରହିଛନ୍ତି ଭାଇ ଭଉଣୀ ସମସ୍ତେ ପାଖରେ ଅଛନ୍ତି । ଆଉ ମା ସମସ୍ତଙ୍କର ଯତ୍ନ ନେଉଛନ୍ତି ଏହି ଫୋଟୋ ରେ ଯାହାକୁ ମନେ ପକାଇଛନ୍ତି ଅନୁଭବ । ତେବେ ଅନୁଭାବଙ୍କର ପିଲା ଦିନ ଠାରୁ ଅନେକ ସମୟ ଆଜି ଯାଏଁ ବୀତି ଯାଇଛି ।
ବୟସ ଉଚ୍ଚତା ବଢିବା ସହ ପରିବାର ପ୍ରତି କର୍ତ୍ତବ୍ୟ ଅମଧ୍ୟ ବଢି ଯାଇଛି । ଆଉ ଏହାରି ମଧ୍ୟରେ ବାପା ମା ଙ୍କୁ କେମିତି ବା ନ ଝୁରିବେ ଅନୁଭବ । କିନ୍ତୁ ବିବାହ ପରେ ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମଧ୍ୟରେ ପରିବାରରେ ଅଶାନ୍ତ ବାଦଲ ଖେଳି ଯାଇଥିଲା । ଆଉ ଏହାକୁ ନେଇ ଗଣ ମାଧ୍ୟମରେ ଅନେକ ଥର କହିଛନ୍ତି ଅନୁଭବ । ବର୍ଷା ସେହି ଘର ଛାଡି ଅନ୍ୟତ୍ର ରହିବାକୁ ଅନୁରୋଧ କରିଥିଲେ ଅନୁଭବ ।
ଯାହାକୁ କୋର୍ଟ ରେ ମଧ୍ୟ ଆବେଦନ କରିଥିଲେ । ଆଉ ଏହା ପରେ ବର୍ଷାଙ୍କୁ ଘର ଛାଡିବବାକୁ କୋର୍ଟ ମଧ୍ୟ ଆଦେଶ ଦେଇଛନ୍ତି । ତେବେ ଏବେ ପୁଣି ନିଜ ପରିବାରକୁ ସେହି ଘରେ ଦେଖିବାକୁ ଯାଉଛନ୍ତି ଅନୁଭବ । ଏଥିପାଇଁ ଇମୋଶନ ହୋଇ ପଡିଛନ୍ତି ଅନୁଭବ । ତାହା ଆପଣ ଏମାନେ ମଧ୍ୟ ଦେଖିଥିବେ କିପରି ବର୍ଷାଙ୍କୁ ମାନ୍ୟବର କୋର୍ଟ ଘର ଛାଡିବା ପାଇଁ ନିର୍ଦ୍ଦେଶ ଦେବା ପରେ କିପରି ଅନୁଭବ ନିଜ ଓକିଲ ଙ୍କୁ ଧରି କାନ୍ଦି ପକାଇଥିଲେ ।
ଅନୁଭବଙ୍କ ଆଖିରେ ଖୁସି ର ଲୁହ କେମିତି ଗଡି ଯାଉଥିଲା ତାହା ଆପଣ ମାନେ ନିଶ୍ଚିନ୍ତ ଭିଡୋ ରେ ଦେଖିଥିଏ । ତେବେ ଶେଷରେ ଅନୁଭବ ଦୀର୍ଘ ଦିନରୁ ନ୍ୟାୟ ପାଇବା ପାଇଁ ଚେଷ୍ଟା କରି ଆଜି ସଫଳ ହୋଇଛନ୍ତି । ଯାହା ପାଇଁ ଆଜି ପୁଣି ଥରେ ତାଙ୍କ ପରିବାର ଏକାଠି ହେବାକୁ ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।