ବର୍ଷା ଜଳର ଏହି ଉପାୟ ଆପଣଙ୍କୁ କରିବ ଧନୀ, ଦୂର ହେବ ସବୁ ସମସ୍ୟା

ଜଳ ଖାଲି ଶୋଷ ମେଣ୍ଟାଇଥାଏ ତାହା ନୁହେଁ ବରଂ ଦୈନିକ କାମରେ ଆସିଥାଏ । ମନୁଷ୍ୟର ସବୁ ସମସ୍ୟା ଦୂର କରିବା ସହ ମନୁଷ୍ୟକୁ ସୁଖ ସମୃଦ୍ଧି ଆଣି ଦେଇଥାଏ ଜଳ । ବନ୍ଧୁଗଣ ଏବେ ବର୍ଷା ଦିନ ଲାଗି ରହିଛି । ଯଦି ବର୍ଷା ଜଳକୁ ନେଇ କିଛି ଉପାୟମାନ କରାଯାଏ ତେବେ ଅନେକ ଚମତ୍କାରୀ ଫାଇଦା ମିଳିଥାଏ ଓ ଦରିଦ୍ରତା ଦୂର ହୋଇଥାଏ । ବର୍ଷା ଜଳର ଏହି ସବୁ ଉପାୟ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିଥାଏ । ହିନ୍ଦୁ ଧର୍ମରେ ବର୍ଷ ଜଳ ବିଷୟରେ କିଛି ଉପାୟମାନ ବିଷୟରେ କୁହାଯାଇଛି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- ଅଚାନକ ଧନ ପ୍ରାପ୍ତିର ଇଚ୍ଛା ରଖିଥିବା ବ୍ୟକ୍ତି ମାନେ ସ୍ଵାତି ନକ୍ଷତ୍ର ଦିନ ଯଦି ବର୍ଷ ହେଉଥାଏ ତେବେ ଏକ ପାତ୍ର ନେଇ ଘରର ଐଶାନ୍ୟ କୋଣରେ ରଖନ୍ତୁ । ଯଦି ଐଶାନ୍ୟ କୋଣରେ ପାତ୍ର ରଖିବାର ସୁବିଧା ନ ଠେ ତେବେ ଛାତ ବ ଘର ବାହାରରେ କୌଣସି ସ୍ଥାନରେ ପାତ୍ରକୁ ରଖିପାରିବେ । ସେହି ପାତ୍ର ବର୍ଷା ଜଳରେ ପୂର୍ଣ୍ଣ ହେଲେ ଘରର ଐଶାନ୍ୟ କୋଣରେ ରଖନ୍ତୁ । ଏହି ସ୍ଵାତି ନକ୍ଷତ୍ରରେ ଜଳ ଶାମୁକା ଭିତକୁ ଯାଇ ମୁକ୍ତାରେ ପରିଣତ ହୋଇଥାଏ । ବର୍ଷ ଜଳକୁ ନିଜ ଟଙ୍କା ରଖୁଥିବା ଜାଗାରେ ରଖିଲେ ଧନର ବୃଦ୍ଧି ହୋଇଥାଏ ।

୨- ଯଦି କୌଣସି ବ୍ୟକ୍ତିଙ୍କର ବ୍ୟବସାୟରେ କ୍ଷତି ହେଉଥାଏ ବା ଚିନ୍ତାରେ ରହିଥାନ୍ତି ତେବେ ପିତଳ ପାତ୍ରରେ ବର୍ଷ ଜଳ ଭରି ମା ଲକ୍ଷ୍ମୀଙ୍କ ଅଭିଷେକ କରି ମନ୍ତ୍ର ପାଠ କରନ୍ତୁ ।

୩- ଯଦି ପରିବାରର କଳହ ଅସାନ୍ତି ଲାଗି ରାହୁଥାଏ ବ ପାରିବାରିକ ସୁଖ ଶାନ୍ତି ମିଳୁ ନାହି ତେବେ ବର୍ଷ ଜଳରେ ଭଗବାନ ବିଷ୍ଣୁଙ୍କ ପୂଜା କରି ଓମ ନମହ ଭଗବଟେ ବାସୁଦେବାୟ ନମହ ୧୦୮ ଥର ମନ୍ତ୍ର ଜପ କରନ୍ତୁ । ଏହି ଉପାୟ କରିଲେ ପରିବାରର ସଦସ୍ୟଙ୍କ ମଧ୍ୟରେ ସ୍ନେହ ପ୍ରେମ ଭାବନା ବୃଦ୍ଧି ପାଇଥାଏ ।

୪- କୌଣସି ବ୍ୟକ୍ତିଙ୍କ ପରିବାରରେ ବିଶୃଙ୍ଖଳା ହେଉଥାଏ ବା ଆଶ୍ଚର୍ଯ୍ୟଜନକ ଘଟଣା ହେଉଥାଏ ବା ଏମିତି ଜଣା ପଡୁଥାଏ ଘରେ ଖରାପ ଶକ୍ତିର ବାସ ରହିଛି ତେବେ ବର୍ଷ ଜଳକୁ ଏକ ପାତ୍ରରେ ଭାରି ଘରର କୌଣସି ପରିଷ୍କାର ଜାଗାରେ ରଖି ହନୁମାନ ଚାଳିଶା ୫୧ ଥର ପାଠ କରନ୍ତୁ । ଏହା ପରେ ସେହି ପାଣିକୁ ଆମ୍ବ ପତ୍ର ବା ଦେବଦାରୁ ପତ୍ରରେ ଘରର ସବୁ ଜାଗାରେ ସିଂଚନ କରନ୍ତୁ ।

୫- ଯଦି କାହାକୁ ପୁରୁଣା ରୋଗ ଲାଗି ରହିଛି ବା ଭଲ ହେବାର ଉପାୟ ନ ଥାଏ ଓ ରୋଗ ବହୁତ ଦିନରୁ ଲାଗି ରହିଥାଏ ତେବେ ବର୍ଷା ହେବା ସମୟରେ ବର୍ଷାରେ ଭିଜି ୧୦୮ ଥର ଓମ ନମହ ଶିବାୟ ମନ୍ତ୍ର ପାଠ କରନ୍ତୁ । ବର୍ଷା ମଝିରେ ଛାଡିଗଲେ ଏବି ମନ୍ତ୍ର ପାଠ କରନ୍ତୁ ।

୬- ଯଦି କେହି କରଜରେ ବୁଡି ରହିଛନ୍ତି ତେବେ ବର୍ଷା ଜଳକୁ ବାଲଟିରେ ଭାରି କଞ୍ଚା କ୍ଷୀର ମିଶ୍ରଣ କରି ନିଜର ଇଷ୍ଟ ଦେବାଦେବୀଙ୍କ ସ୍ମରଣ କରି ସ୍ନାନ କରନ୍ତୁ । ଏହା କରିଲେ କରଜରୁ ମୁକ୍ତି ପାଇବେ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *