ଦେଖନ୍ତୁ କେମିତି ବସ କୁ ବାଟ ଜଗିଲା ଜଙ୍ଗଲି ହାତୀ, ଦେଖନ୍ତୁ Exclusive Video

କିଛି ଦିନ ତଳେ ମୁଣ୍ଡୁଳି ବ୍ରିଜ ନିକଟରେ ବନ୍ୟା ପାଣିରେ ଫସି ଯାଇ ଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଦୁଇ ଜଣ ବ୍ୟକ୍ତିଙ୍କ ଜୀବନ ଯାଇ ଥିଲା ଓ ଶେଷରେ ହାତୀ ବି ସଂଘର୍ଷ କରି ନିଜର ଜୀବନ ହାରି ଦେଇ ଥିଲା । ଶେଷରେ ହାତୀର ମୃତ ଶରୀରକୁ ଜୋବ୍ରା ବ୍ରିଜ ନିକଟରେ ଦେଖା ଯାଇ ଥିଲା । କିଛି ଲୋକମାନଙ୍କ କହିବା ଅଟେ ଏହା ମୁଣ୍ଡୁଳି ବ୍ରିଜ ନିକଟରେ ଫସି ଥିବା ହାତୀର ମୃତ ଶରୀର ଅଟେ ଓ ଅନ୍ୟ କିଛି ଲୋକମାନଙ୍କ କହିବା ଅଟେ କି ଏହା ଅନ୍ୟ ଏକ ହାତୀର ମୃତ ଶରୀରର ଅଟେ ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ଜଣା ପଡି ନାହିଁ କି ଏହା କେଉଁ ହାତୀର ମୃତ ଶରୀର ଅଟେ । ଅନ୍ୟ ପଟେ କୁହାଯାଉଛି କି ବନ୍ୟା ପାଣି ବଢିବା କାରଣରୁ ବହୁତ ହାତୀ ନଦୀର ବନ୍ୟା ପାଣି ମଧ୍ୟକୁ ଚାଲି ଯାଇଛନ୍ତି ।

ସେଥି ମଧ୍ୟରୁ କିଛି ହାତୀ ବଞ୍ଚି ଯାଇଛନ୍ତି ତ ଅନ୍ୟ କିଛି ହାତୀକୁ ଉଦ୍ଧାର କରା ଯାଇଛି । କିନ୍ତୁ ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ଖବର ସାମ୍ନାକୁ ଆସି ନାହିଁ କି ବନ୍ୟା ପାଣିରେ କେତୋଟି ହାତୀ ଭାସି ଯାଇଛନ୍ତି । କହିବାକୁ ଗଲେ ଏହି ସବୁ ମଧ୍ୟରେ ପୁଣି ଥରେ ଏକ ହାତୀର ଏକ ଭି-ଡି-ଓ ସାମ୍ନାକୁ ଆସୁଛି ।

ଯେଉଁଥିରେ ହାତୀର ଦୁଷ୍ଟାମି ଦେଖିବାକୁ ମିଳୁଛି । ହାତୀଟି ଯାତ୍ରୀବାହି ବସକୁ ଅଟକାଇ ଦେଇଛି । ଯେମିତି କି ଆପଣମାନେ ଭି-ଡି-ଓରେ ଦେଖି ପାରିବେ କି ଗୋଟିଏ ଯାତ୍ରୀବାହୀ ବସ ଜଙ୍ଗଲ ମଧ୍ୟରେ ଥିବା ଏକ ରାସ୍ତା ଦେଇ ଯାଉ ଥିଲା ।

ଏହି ସମୟରେ ଅଚାନକ ଗୋଟିଏ ହାତୀକୁ ଦେଖି ବସ ଡ୍ରାଇଭର ବସଟିକୁ ଅଟକାଇ ଦେଲେ । ହାତୀ ବସ ପାଖକୁ ଆସି ବସ ସାମ୍ନାରେ ଛିଡା ହୋଇଗଲା । ଯାହାକୁ ଦେଖି ସମସ୍ତେ ଭୟଭୀତ ହୋଇଗଲେ । ହାତୀ ବସ ସାମ୍ନାରେ ଲାଗିଥିବା କାଚ ମଧ୍ୟ ଭାଙ୍ଗି ଦେଲା । ଯାହାକୁ ଦେଖି ଲୋକମାନେ ଆହୁରି ଅଧିକ ଡରି ଗଲେ ଓ ହାତୀକୁ ଚାଲି ଯିବା ପାଇଁ କହୁଥିଲେ । କିନ୍ତୁ ହାତୀ ଟି ସେହି ସ୍ଥାନରୁ ଯାଉ ନ ଥିଲା । ଯେମିତି ସେ ସମସ୍ତଙ୍କୁ କହୁଥିଲା କି ବସରୁ ଓଲ୍ହାହ ନଚେତ ବସ ଭାଙ୍ଗି ଦେବି ।

ଡ୍ରାଇଭର ନିଜ ସିଟରୁ ଉଠି ଯାଇ ପଛକୁ ଚାଲି ଆସିଲେ । ଧୀରେ ଧୀରେ ସମସ୍ତେ ଅଳ୍ପ ଭୟଭିତ ହୋଇ ପଛକୁ ଚାଲି ଗଲେ । କିନ୍ତୁ ଏହା ସତ୍ବେ ବି ହାତୀ ପୁଣି ଥରେ ବସକୁ ଧକା ଦେଇ ଆହୁରି କାଚକୁ ଭାଙ୍ଗି ଦେଲା । ଶେଷରେ କଣ ହେଲା ଏହା ଭି-ଡି-ଓରେ ଦେଖା ଯାଉ ନାହିଁ । କହିଦେଉଛୁ କି ତାମିଲନାଡୁର ନିଳଗିରି ଅଞ୍ଚଳର ଏହି ଦୃଶ୍ୟ ଅଟେ ।

Leave a Reply

Your email address will not be published. Required fields are marked *