ବନ୍ଧୁଗଣ ଆମ ସମସ୍ତଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ବହୁତ ରହିଛି । ସମସ୍ତ ସଂସାରରେ ଈଶ୍ବରଙ୍କ ବିନା ଅନୁମତିରେ ଗୋଟିଏ ଗଛର ପତ୍ରଟିଏ ମଧ୍ୟ ହଲିନଥାଏ । ଈଶ୍ବରଙ୍କ ଆଜ୍ଞା ହେଲେ ସେ ସମସ୍ତ କାର୍ଯ୍ୟକୁ ଅତି ସହଜ ଉପାୟରେ କରାଇ ପାରନ୍ତି । ଆମ ହିନ୍ଦୁ ଧର୍ମରେ ଅନେକ ଗ୍ରନ୍ଥ ରହିଅଛି । ସେଥିରେ ସବୁ ପର୍ବ ପର୍ବାଣି ତଥା ପୂଜା ପାଠର ମହତ୍ଵ ଦର୍ଶାଯାଇଛି । ସେଥି ମଧ୍ୟରୁ ବସନ୍ତ ପଞ୍ଚମୀ ଅନ୍ୟତମ । ଆସନ୍ତୁ ଜାଣିବା ବସନ୍ତ ପଞ୍ଚମୀର ମହତ୍ଵ ବିଷୟରେ ।
ବନ୍ଧୁଗଣ ୨୦୨୧, ଏହି ବର୍ଷ ବସନ୍ତ ପଞ୍ଚମୀରେ ୧୬ କିମ୍ବା ୧୭ ତାରିଖରେ ଆପଣଙ୍କୁ ବହୁତ ସଫଳତା ମିଳିବାକୁ ଯାଉଛି । ଆସନ୍ତୁ ଜାଣିବା ସେ ଦିନର ମହତ୍ଵ ବିଷୟରେ । ମାଘ ମାସର ଶୁକ୍ଲ ପକ୍ଷର ପଞ୍ଚମ ତିଥିକୁ ବସନ୍ତ ପଞ୍ଚମୀ ପାଳନ କରାଯାଏ । ଏହି ଦିନରେ ବିଦ୍ୟାଙ୍କର ଦେବି ମା ସରସ୍ବତୀଙ୍କର ଆରାଧନା କାରାଯାଇଥାଏ । ଏହିବର୍ଷ ବସନ୍ତ ପାଞ୍ଚମିରେ ସିଦ୍ଧି ଏବଂ ସର୍ବ-ସିଦ୍ଧିର ଯୋଗ ବନୁଅଛି । ଏହି କାରଣରୁ ଏହି ଦିନର ମହତ୍ଵ ଅଧିକ ବଢିଯିବ । ଏହି ଦିନଠାରୁ ବସନ୍ତ ଋତୁର ଆରମ୍ଭ ହେଊଅଛି ।
ମାନ୍ୟତା ଅଛି ଯେ ଆଜିଭଳି ଦିନରେ ମା ସରସ୍ବତୀଙ୍କର ଆରାଧନା କରିବା ଦ୍ଵାରା କାର୍ଯ୍ୟରେ ସଫଳ ଏବଂ ବୁଦ୍ଧି ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ୨୦୨୧ ବର୍ଷ ବସନ୍ତ ପଞ୍ଚମିରେ କରାଯାଉଥିବା ପୂଜାର ବିଧି ଏବଂ ଏହାର ସଠିକ ଭାବେ ଆରାଧନା କିଭଳି କରିବେ ତାହା ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ୨୦୨୧ ର ୧୬ ତାରିଖ ଦିନ ବସନ୍ତ ପଞ୍ଚମୀ ପାଳନ କରାଯିବ । ଏହି ଦିନ ମଙ୍ଗଳ ମୁହୂର୍ତ ଅର୍ଥାତ ଶୁଭ ମୁହୂର୍ତ ଅପରାହ୍ନ ୩.୩୬ ଘଟିକା ସମୟରେ ପ୍ରାପ୍ତ ହେବ । ସେହିଭଳି ପଞ୍ଚମୀ ତିଥି ସମାପ୍ତ ହେବ ୧୭ ଫେବୃଆରି ପ୍ରାତଃ ୫.୪୬ ଘଟିକା ସମୟରେ ।
ବସନ୍ତ ପଞ୍ଚମୀର ଶୁଭ ମୁହୂର୍ତ ହେବ ୧୬ ଫେବୃଆରି ମଙ୍ଗଳବାର ପ୍ରାତଃ କାଳ ୬.୫୯ ରୁ ଦିପହର ୧୨.୩୫ ମିନିଟ ପର୍ଯ୍ୟନ୍ତ । ଏବେ ଆସନ୍ତୁ ଜାଣିବା ବସନ୍ତ ପଞ୍ଚମର ପୂଜା ବିଦ୍ଧି ବିଷୟରେ । ବନ୍ଧୁଗଣ ବସନ୍ତ ପଞ୍ଚମୀ ଜ୍ଞାନର ଦେବୀ ମା ସରସ୍ଵତୀଙ୍କ ପୂଜାର ଦିନ ଅଟେ । ଏହି ଦିନ ପ୍ରାତଃ କାଳରୁ ସ୍ନାନ ପରେ ପୂଜା ଗୃହରେ ମା ସରସ୍ଵତୀଙ୍କ ପ୍ରତିମା ସ୍ଥାପିତ କରନ୍ତୁ ଏବଂ ମା ସରସ୍ଵତୀଙ୍କୁ ହଳଦିଆ ରଙ୍ଗର ଫୁଲ କିମ୍ବା ବସ୍ତ୍ର ଅର୍ପଣ କରନ୍ତୁ । ପୂଜା ଘରେ ମାଙ୍କ ପାଖରେ ବାଦ୍ୟ ଜନ୍ତ୍ର ଏବଂ ବହିକୁ ରଖୀ ପୂଜା କରନ୍ତୁ ଏବଂ ମା ସରସ୍ବତୀଙ୍କ ବନ୍ଦନାର ପାଠ କରନ୍ତୁ ।
ଏହି ଦିନରେ ମା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କର ପ୍ରତିମା ମଧ୍ୟ ସ୍ଥାପିତ କରି ପୂଜା କରିବା ଆବଶ୍ୟକ । ଏବଂ ସ୍ରୋତ ମାନ ପାଠ କରିବା ଏହି ସମୟରେ ଅତ୍ୟନ୍ତ ଲାଭ ଦାୟକ ବୋଲି କୁହାଯାଏ । ବନ୍ଧୁଗଣ ବସନ୍ତ ପଞ୍ଚମୀକୁ ଦେବୀ ସରସ୍ବତୀଙ୍କର ଖାସ ଦିନ ବୋଲି କୁହାଯାଏ । ଏହି ଦିନରେ ଯଦି ଆପଣ ଉଚିତ ବିଧି ପାଳନ କରି ମା ସରସ୍ବତୀଙ୍କର ଆରାଧନା କରନ୍ତି ତେବେ ଆପଣଙ୍କ ପାଇଁ ତାହା ବହୁତ ଶୁଭଫଳ ଆଣିଦେବ ।
ବନ୍ଧୁଗଣ ଏହା ଥିଲା ବସନ୍ତ ପଞ୍ଚମୀର ମହତ୍ଵ ଯଦି ଆପଣଙ୍କୁ ଏହା ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।