ବାସୀ ଭାତର ଏହି ଫାଇଦା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ କଣ କହୁଛି Research

ଆଜି ଆମେ ଆପଣଙ୍କୁ ଓଡିଶାର ଓଡିଆମାନଙ୍କର ସବୁଠୁ ପ୍ରିୟ ଖାଦ୍ୟ ବାସୀ ପଖାଳ ବିଷୟରେ କହିବୁ । ଏହାର ଉପକାରିତା ବିଷୟରେ ଜାଣିଲେ ଆପଣ ବି ଯଦି ବାସୀ ପଖାଳର ସେବନ କରୁ ନ ଥିବେ ତେବେ କଲି ଠାରୁ ବାସି ପଖାଳର ସେବନ କରିବା ଆରମ୍ଭ କରିଦେବେ । ଏହି ଦେଶୀ ଖାଦ୍ୟରେ ଆପଣଙ୍କୁ ବହୁତ ପ୍ରୋଟିନ ମିଳିଯିବ ।

ଯାହାକି ଆପଣଙ୍କୁ ଅନ୍ୟ କୌଣସି ବି ପ୍ରକାରର ଖାଦ୍ୟରେ ମିଳିବ ନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ ସ୍ୱାସ୍ଥ୍ୟ ପାଇଁ ବହୁତ ହିଁ ହିତକର ଅଟେ । ଏହାର ଲାଭ ବିଷୟରେ ଜାଣିଲେ ଆପଣ ଆଉ କେବେ ବି ଏହାକୁ ଫୋପାଡିବେ ନାହିଁ । କହିବାକୁ ଗଲେ ଆମେ ଯେତେବେଳେ ଭାତକୁ ରୋଷେଇ କରିଥାଉ ତେବେ ସେହି ୧୦୦ ଗ୍ରାମ ଭାତରେ ଆଇରନ ମାତ୍ର ୩.୪ ମିଲିଗ୍ରାମ ଥାଏ ।

କିନ୍ତୁ ଯଦି ଏହି ଭାତରେ ପାଣି ଦେଇ ଅତି କ୍ରମରେ ଯଦି ଏହାକୁ ୧୨ ଘଣ୍ଟା ରଖିଦେବେ । ତେବେ ସେଥିରେ ଥିବା ଆଇରନର ମାତ୍ର ୭୩.୯୧ ମିଲିଗ୍ରାମ ବଢିଯିବ । ସେହିଭଳି ଅନ୍ୟ କିଛି ପୋଷାକ ତତ୍ଵର ମାତ୍ର ବି ବଢିଯାଏ । ଯେମିତି କି ସୋଡିୟମ ୪୭୫ ମିଲିଗ୍ରାମରୁ କମି ଯାଇ ୩୦୩ ମିଲିଗ୍ରାମ ହୋଇଯାଏ । ପୋଟାସିୟମ ୮୩୯ ମିଲିଗ୍ରାମ ଓ କ୍ୟାଲସିୟମ ୨୧ ମିଲିଗ୍ରାମ ବଢି ୮୫୦ ମିଲିଗ୍ରାମ ହୋଇଯାଏ ।

ସାଧା ଭାତରେ ଥିବା ଫାଟିକ ଏସିଡ ଓ ଓଳୀକ ଆସାକାରଇଜ୍ଦ ଯୋଗୁ ଆପଣଙ୍କୁ ହଜମ କରିବାରେ ଅସୁବିଧା ହୋଇଥାଏ । କିନ୍ତୁ ପଖାଳକୁ ହଜମ କରିବାରେ ସହଜ ହୋଇଥାଏ । ଏତିକି ନୁହେଁ ପଖାଳରୁ ଆପଣଙ୍କୁ ସବୁଠୁ ଅଧିକ ଶକ୍ତି ମିଳିବ । ସକାଳ ଭୋଜନରେ ପଖାଳ ଭାତ ଖାଇଲେ ଶରୀରରେ ସ୍ପୃତି ଆସିବା ସହ ପେଟରେ ଅଳସର ଭଳି ସମସ୍ୟା ଥିଲେ ତାହା ବି ଦୂରେଇ ଯିବ ।

ପଖାଳ ଭାତକୁ ନେଇ ଏକ ରିସର୍ଚ କରାଯାଇଥିଲା । ଯେଉଁଥିରୁ ଏହି ସବୁ ତଥ୍ୟ ସାମ୍ନାକୁ ଆସିଛି । ଆସମାର କୃଷି ବିଜ୍ଞାନ ରିସର୍ଚ ସେଣ୍ଟରରେ କରାଯାଇଥିବା ଏକ ଗବେଷଣାରୁ ଏହି କଥା ସ୍ପଷ୍ଟ ହୋଇଛି ଯଦି ଗରମ ଭାତ ବଞ୍ଚି ଯାଉଛି ତେବେ ତାହାକୁ କେବେ ବି ଫୋପଡିବେ ନାହିଁ । ଏହାକୁ ପାଣିରେ ଭିଜେଇ ଖାଇଲେ ତାହା ଶରୀର ପାଇଁ ବହୁତ ହିଁ ଲାଭଦାୟକ ହୋଇଥାଏ ।

କହିଦେଉଛୁ କି ପ୍ରାୟତଃ ସବୁ ଓଡିଆମାନେ ବିଶେଷ କରି ଗାଁରେ ରହୁଥିବା ଓଡିଆମାନେ ସକାଳ ହେଉ କିମ୍ବା ଦ୍ଵିପହର ସବୁବେଳେ ପଖାଳ ଖାଇବାକୁ ଭଲ ପାଆନ୍ତି । ଓଡିଶାର ପ୍ରତ୍ୟକ ଓଡିଆବାସିଙ୍କ ଏହା ପ୍ରିୟ ଖାଦ୍ୟ ଅଟେ । ଖରା ଦିନେ ଦେହରୁ ତାତି କମ କରିବା ପାଇଁ ଓ ପେଟ ଗରମରୁ ବଞ୍ଚିବା ପାଇଁ ପଖାଳ ଭାତର ଅଧିକ ସେବନ କରାଯାଏ । ଖରା ଦିନେ ସକାଳ ହେଉ କି ଦ୍ଵିପହର ପ୍ରାୟତଃ ଲୋକମାନେ ପଖାଳ ଖାଆନ୍ତି ।

Leave a Reply

Your email address will not be published. Required fields are marked *