ବାସୀ ମୁହଁରେ ପାଣି ପିଇବାର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ – ବଡ ବଡ ରୋଗରୁ ମିଳେ ମୁକ୍ତି

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ । ଯାହା କରିବା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିବ ଓ ଅନେକ ରୋଗରୁ ମୁକ୍ତି ମିଳିବ । ଆପଣ ମାନେ ତ ଜାଣିଛନ୍ତି ଜଳ ଆମ ଶରୀର ପାଇଁ କେତେ ମହତ୍ବପୂର୍ଣ୍ଣ । ଆଜି ଆମେ ସେହି ଜଳ ସମ୍ବନ୍ଧିତ କିଛି ବିଶେଷ କଥା ଆପଣଙ୍କୁ କହିବୁ । ଯଦି ଆପଣ ତାହା ମାନନ୍ତି ତେବେ ଆପଣ ଏକ ସୁସ୍ଥ ଜୀବନ ବଞ୍ଚି ପାରିବେ ।

ତେବେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି କି ସକାଳୁ ଉଠି ମୁହଁ ନ ଢୋଇବା ଆଗରୁ ପାଣି ପିଇଲେ ଆମ ଶରୀରକୁ କଣ କଣ ଲାଭ ମିଳେ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ-

ବାସୀ ମୁହଁରେ ପାଣି ପିଇଲେ କଣ ଲାଭ ମିଳେ?

ଶେଜରୁ ଉଠୁ ଉଠୁ ମୁହଁ ନ ଧୋଇ ସେଇ ବାସୀ ମୁହଁରେ ପାଣି ପିଇଲେ ଆମ ପାଟି ରେ ଥିବା ଲାଳ ପେଟକୁ ଯାଇଥାଏ । ଯାହା ଆମ ଶରୀର ପାଇଁ ବହୁତ୍ ଉପକାରୀ ଅଟେ । ମୁହଁ ରେ ଥିବା ଲାଳ ଏକ ଏପରି ପଦାର୍ଥ ଯାହା ଆଣ୍ଟିସେପ୍ଟିକ ଭାବେ ଆମ ଶରୀରରେ କାମ କରେ । ସେଥିପାଇଁ ବାସୀ ମୁହଁରେ ପାଣି ପିଇଲେ ଆମର ଅନେକ ରୋଗ ଭଲ ହୁଏ, ଏମିତିକି ଚର୍ମରୋଗରୁ ମଧ୍ୟ ମୁକ୍ତି ମିଳେ ।

ତେବେ ଜାଣି ନିଅନ୍ତୁ ପାଣି କେଉଁ ସମୟରେ କେତେ ମାତ୍ରାରେ ପିଇବା ଆବଶ୍ୟକ

୧. ମୁହଁ ର ଉଜ୍ଜଳ ତା ବୃଦ୍ଧି  ଓ ପେଟ ସଫା ପାଇଁ ସକାଳୁ ବାସି ମୁହଁ ରେ ୨ ଗ୍ଲାସ ପାଣି ପିଇବା ଉଚିତ ।

୨. ହୃଦୟ ଜନିତ ରୋଗରୁ ବଞ୍ଚିବା ପାଇଁ ରାତିରେ ଶୋଇବା ପୁର୍ବରୁ ପାଣି ପିଇବା ଅବଶ୍ୟକ । ଏହା ଦ୍ଵାରା ଓଠ ମଧ୍ୟ ନରମ ରୁହେ ।

୩. ଗାଧୋଇ ଜିବା ପୂର୍ବ ରୁ ପାଣି ପିଇ ଯାଆନ୍ତୁ, ଆପଣଙ୍କ ରକ୍ତଚାପ ଠିକ ରହିବ ବା ଏହି ସମସ୍ଯା ଦେଖାଦେବ ନାହିଁ ।

୪. ଖାଇବା ପୂର୍ବରୁ ଗୋଟେ ଗ୍ଳାସ ପାଣି ପିଇ ଖାଇଲେ ଅଳ୍ପ ଖାଦ୍ଯରେ ପେଟ ପୁରୀ ଯାଏ ଓ ମେଦବହୁଳତାରୁ ରକ୍ଷା ମିଳେ ।

୫. ଯେତେବେଳେ ଆପଣ କୌଣସି ଚିନ୍ତା ରେ ଥିବେ ସେହି ସମୟରେ ପାଣି ପିଅନ୍ତୁ, ଏହା ଦ୍ଵାରା ମୁଣ୍ଡ ଶାନ୍ତ ରହିଥାଏ ଓ ଚିନ୍ତା କମି ଯାଇଥାଏ ।

ତ୍ବେବେ ଗୋଟେ ସାଧାରଣ ଲୋକକୁ ଦିନକୁ ଅତି କମ୍ ରେ ୪-୫ ଲିଟର ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ । ଏହା କରିବା ଦ୍ଵାରା ଆମ ଶରୀରରେ ଥିବା Toxin ବାହିରିଯାଏ ଓ ଆମ ଶରୀର ସୁସ୍ଥ ରୁହେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *