ସାବିତ୍ରୀ ବ୍ରତର ପୂଜା ବିଧି, କେମିତି କରିବେ ପୂଜା, ଜାଣନ୍ତୁ ଶୁଭ ମୂହୁର୍ତ୍ତ- Sabitri Brata

ବନ୍ଧୁଗଣ, ଆମ୍ଭ ହିନ୍ଧୁ ଧର୍ମ ଅନୁଯାୟୀ ସ୍ଵାମୀ ଙ୍କ ଦୀର୍ଘାୟୁ ନିମନ୍ତେ ମହିଳା ମାନେ ବର୍ଷ ମଧ୍ୟରେ କେତେକ ବିଶେଷ ତିଥି ତଥା ପର୍ବ ପାଳନ କରିଥାନ୍ତି । ମାତ୍ର ସେଥି ମଧ୍ୟରୁ ବଟ ସାବିତ୍ରୀ ଅମାବାସ୍ୟା ଅନ୍ୟତମ । ବନ୍ଧୁଗଣ ଏହିଦିନ ସୂର୍ଯ୍ୟ ପରାଗ ମଧ୍ୟ ଲାଗୁଅଛି । ବନ୍ଧୁଗଣ ପ୍ରତିବର୍ଷ ସାବିତ୍ରୀ ବ୍ରତ ଜ୍ୟେଷ୍ଠ ଶୁକ୍ଲପକ୍ଷ ଅମାବାସ୍ୟା ତଥିରେ ପଡିଥାଏ ।

ଚଳିତବର୍ଷ ଜୁନ ମାସ ୧୦ ତାରିଖ ଦିନ ଏହି ବ୍ରତ ପାଳନ କରାଯିବ । ବନ୍ଧୁଗଣ ମାନ୍ୟତା ରହିଅଛି ଯେ ଏହି ଦିନ ସାବିତ୍ରୀ ଯମରାଜ ଙ୍କ ଠାରୁ ନିଜ ସ୍ଵାମୀ ଙ୍କ ପ୍ରାଣ ନିମନ୍ତେ ପ୍ରାର୍ଥନା କରିଥିଲେ । ବନ୍ଧୁଗଣ ଆସନ୍ତୁ ବର୍ତ୍ତମାନ ଜାଣିବା ଏହି ମହତବ୍ରତ ର ପୂଜା ବିଧି ତଥା ଏହାର ସଂପୂର୍ଣ୍ଣ ବିବରଣୀ ।

ବନ୍ଧୁଗଣ, ସାବିତ୍ରୀ ଅମାବାସ୍ୟା ଦିନ ବିବାହିତା ନାରୀମାନେ ପ୍ରାତଃ ସମଯରୁ ଉଠି ନିଜର ନିତ୍ୟକର୍ମ ସାରି ସ୍ନାନ କରି ନୂତନ ଶାଢୀ ପିନ୍ଧି ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିରକୁ ନିଜ ସ୍ଵାମୀ ଙ୍କ ଦୀର୍ଘାୟୁ ନିମନ୍ତେ ଯାଇଥାନ୍ତି । ପୌରାଣିକ କଥା ଅନୁଯାୟୀ ମାତା ସାବିତ୍ରୀ ନିଜ ସ୍ଵାମିଙ୍କୁ ଜୀବିତ କରିବାକୁ ଯାଇ ଯମରାଜ ଙ୍କ ନିକଟରେ ପ୍ରାର୍ଥନା ସହିତ ଦୃଢ ବିଶ୍ଵାସ ରଖିଥିଲେ, ଯେ ଯମରାଜା ସାବିତ୍ରୀ ଙ୍କ ସ୍ଵାମୀ ସତ୍ୟବାନ ଙ୍କ ଜୀବନ ପୁନର୍ବାର ଫେରେଇ ଦିଅନ୍ତୁ ।

ଏବଂ ଶେଷରେ ଏହା ମଧ୍ୟ ହେଲା ଯମରାଜା ସାବିତ୍ରୀ ଙ୍କ ଉପରେ ସନ୍ତୁଷ୍ଠ ହୋଇ ସତ୍ୟବାନ ଙ୍କ ଜୀବନ ଫେରାଇ ଦେଇଥିଲେ । ଏଣୁ ପ୍ରଥା ଅନୁଯାୟୀ ବିବାହିତ ନାରୀ ମାନେ ନିଜ ସ୍ଵାମୀଙ୍କ ଦୀର୍ଘାୟୁ ନିମନ୍ତେ ତଥା ମଙ୍ଗଳ କାମନା କରି ସାବିତ୍ରୀ ମାତା ତୁଲ୍ୟ ବ୍ରତ ତଥା ଉପବାସ କରିଥାନ୍ତି । ବନ୍ଧୁଗଣ ଏହି ପୂଜା ରେ ନୂତନ ଶାଢୀ, ଚୁଡି, ଶଙ୍ଖା, ସିନ୍ଦୁର, କଜଳ, ଫଳ, ତଥା ଯଥା ସମ୍ଭବ ପୂର୍ଣ୍ଣ ଶ୍ରୀଙ୍ଗାର ସାମଗ୍ରୀ ତଥା ବ୍ରତ ଡୋରା, ପୁଷ୍ପ, ଧୁବ, ବରକୋଳି ପତ୍ର, ଲାଲ ରଙ୍ଗର କପଡା, ୫ ପ୍ରକାରର ଫଳ ଆଦି ଅନିବାର୍ଯ୍ୟ ।

ବଟ ସାବିତ୍ରୀ ପୂଜା ଦିନ ବଟ ଗଛ ମୂଳରେ ଲକ୍ଷ୍ମୀ ନାରାୟଣ ଙ୍କ ପ୍ରତିମା ରଖି ପୂଜା କରାଯାଏ । ଏହିଦିନ ମହିଳା ମାନେ ପୂଜାର୍ଚନା ତଥା ସାବିତ୍ରୀ ପୂରଣ ପାଠ କରି ନିଜ ସ୍ଵାମୀଙ୍କ ଆଶୀର୍ବାଦ ନିଅନ୍ତୁ । ବନ୍ଧୁଗଣ ଏହିଦିନ ବିବାହିତା ମହିଳା ମାନେ ଯଥା ବିଧି ବିଧାନରେ ପୂଜା କରିଥାନ୍ତି । ବ୍ରାହ୍ମଣଙ୍କ ଠାରୁ ସାବିତ୍ରୀ କଥା ଶୁଣନ୍ତୁ ।

ବନ୍ଧୁଗଣ ସାବିତ୍ରୀ ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ଲାଗୁଅଛି । ମାତ୍ର ଏହା ଭାରତରେ ଆଂଶିକ ଭାବରେ ଲାଗୁଥିବାରୁ ଏହି ଦିନ ମହିଳା ମାନେ ବଟ ସାବିତ୍ରୀ ପୂଜା କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ନିଜର ମତାମତ କାମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *