କହିବାକୁ ଗଲେ ବାତ୍ୟା ୟାସ ଅତି ତୀବ୍ର ଗତିରେ ଓଡିଶା ଆଡକୁ ମାଡି ଆସୁଛି ଓ ଆଉ କିଛି ଘଣ୍ଟା ମଧ୍ୟରେ ୟାସ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥଳଭାଗକୁ ଛୁଇଁବ । ଭାରତୀୟ ପାଣି ପାଗ ବିଭାଗ ବର୍ତ୍ତମାନ ସମୟରେ ୟାସର ଗତିପଥକୁ ନେଇ କିଛି ନୂଆ ତଥ୍ୟ ପ୍ରଦାନ କରିଛନ୍ତି ।
ପାଣି ପାଗ ବିଭାଗ ଅନୁସାରେ ବାତ୍ୟା ୟାସ ଉତ୍ତର ପଶ୍ଚିମ ଦିଗରେ ଗତ ୬ ଘଣ୍ଟା ମଧ୍ୟରେ ୧୦ କିମି ପ୍ରତି ଘଣ୍ଟାରେ ଗତି କରୁଛି । ଯଦି ୟାସର ସ୍ଥିତି ବିଷୟରେ କହିବା ତେବେ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ଅର୍ଥାତ ପାରାଦ୍ଵୀପ ଠାରୁ ୟାସ ଆଉ ୩୨୦ କିମି ଦୂରରେ ଅଛି । ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ଅର୍ଥାତ ବାଲେଶ୍ଵର ଠାରୁ ୪୩୦ ଦୂରରେ ଅଛି ବାତ୍ୟା ୟାସ । ପାଣି ପାଗ ତରଫରୁ ଅନୁମାନ କରାଯାଉଛି କି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ୟାସ ଆହୁରି ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।
ଏହା ସହିତ ଅତି ତୀବ୍ର ସାମୁଦ୍ରିକ ଝଡ ରୂପ ଧାରଣ କରିବ । ଲ୍ୟାଣ୍ଡଫଲକୁ ଆଖି ଆଗରେ ରଖି ପାରାଦ୍ଵୀପ ଓ ଧାମରା ପୋର୍ଟରେ ୱାରିଙ୍ଗ ନମ୍ବର ୧୦ ଇସୁ କରାଯାଇଛି । ପୁରୀ ପୋର୍ଟ ପାଇଁ ୱାରିଙ୍ଗ ନମ୍ବର ୮ ଇସୁ କରାଯାଇଛି ।
ଯଦି ବର୍ଷା ବିଷୟରେ କହିବା ତେବେ ବର୍ତ୍ତମାନର ରିପୋର୍ଟ ଅନୁସାରେ ଜଗତସିଂହପୁର ଜିଲ୍ଲାର ପାରାଦ୍ଵୀପରେ ୧୬୧.୧ ମିଲିମିଟର ବର୍ଷା ହୋଇଛି ଓ ଉତ୍ତର ଓଡିଶାର ପ୍ରାୟତଃ ସବୁ ଅଞ୍ଚଳରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଜି ୨୫ ତାରିଖ ପାଇଁ ୪ ଟି ଜିଲ୍ଲାକୁ ବର୍ଷା ପାଇଁ ରେଡ ୱାରିଙ୍ଗ ଜାରି କରାଯାଇଛି । କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ବାଲେଶ୍ଵର ଜିଲ୍ଲା ଗୁଡିକରେ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ ।
ଅନ୍ୟ ପଟେ ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଦା ଓ ପୁରୀରେ ଅରେଞ୍ଜ ୱାରିଙ୍ଗ ଜାରି କରାଯାଇଛି । ପାଣି ପାଗ ବିଭାଗ ଅନୁସାରେ ବାତ୍ୟା ୟାସ ବାଲେଶ୍ଵରର ଚାନ୍ଦବାଲି ଓ ଢାମରା ଦେଇ ଅତିକ୍ରମ କରିବ ଅର୍ଥାତ ସେହି ସ୍ଥାନରେ ଲ୍ୟାଣ୍ଡଫଲ ହେବ । କହିଦେଉଛୁ କି ୨୬ ତାରିଖ ଦିନ ପବନର ବେଗ ସର୍ବାଧିକ ରହିବ ଓ ଏହି ଦିନରେ ପବନର ବେଗ କାରଣରୁ ଅତି ଭୟଙ୍କର କ୍ଷୟକ୍ଷତି ହୋଇପାରେ ।
ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ଵର, କଟକ, ମୟୂରଭଞ୍ଜ, ଯାଜପୁର, ପୁରୀ,ଗଞ୍ଜାମ ଓ ଖୋର୍ଦ୍ଦା ଏହି ସମସ୍ତ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ପବନର ବେଗ ୧୮୦ କିମି ପର୍ଯ୍ୟନ୍ତ ହୋଇପାରେ । ଏହି ସମୟରେ ଜୁଆର ପ୍ରଭାବ ବି ଅଧିକ ରହିବ । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୭ କିମି ପର୍ଯ୍ୟନ୍ତ ସମୁଦ୍ରର ପାଣି ସ୍ଥଳଭାଗକୁ ମାଡି ଆସିପାରେ । ଅନୁମାନ କରାଯାଉଛି ୨୬ ତାରିଖ ଦିନ ଦ୍ଵିପହର ସମୟରେ ବାତ୍ୟା ୟାସ ଲ୍ୟାଣ୍ଡଫଲ କରିପାରେ । ଏହି ବାତ୍ୟାର ପ୍ରଭାବର ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ସ୍ଥଳାଭାଗରେ ରହିବ ।