ବୟସ ହେଲେ ବି ଏଭଳି Reels କରି ଭାଇରାଲ ହେଉଛନ୍ତି Purna Mausa

ନମସ୍କାର ବନ୍ଧୁଗଣ, ପୁଅ ମୋର ବଡ ଲୋକ ବଡ ଅଫିସର ଏତେ ବଡ ଫ୍ଲାଟ ତାର କେତେ ବଡ କାର ତ କେତେବେଳେ ମୋ ଆଲଣା ଆଉ ବିଛଣା ଫିଙ୍ଗା ହେଲାଣି ଗ୍ଯାରେଜ ଘରେ ହସିବା ମନା ଖାଇବା ମନା ଏମିତି କେତେ କଣ ଋଲ୍ସ କରି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ଏହି ବ୍ୟକ୍ତି ଜଣକ । ଗୀତ ରେ ମଉସା ଜଣକ ଏମିତି ଅଭିନୟ କରୁଛନ୍ତି ଯେ ନ ଦେଖିବା ଲୋକେ ବାରମ୍ବାର ଦେଖିବାକୁ ବାଧ୍ୟ ହେବ । ଆପଣ ଏମାନେ ବି ଥରେ ଦେଖନ୍ତୁ ଏହି ଋଲ୍ସ ଭିଡିଓ କୁ ।

ତେବେ ବ୍ୟକ୍ତି ଜଣକ ହେଉଛନ୍ତି ବାଲେଶ୍ଵର ସୀମାନ୍ତ ନୂଆ ଗାଁ ର ପୂର୍ଣ୍ଣଚନ୍ଦ୍ର ନାୟକ ବୟସ ହେଲାଣି ସତ କିନ୍ତୁ ହାର ମାନି ନାହାନ୍ତି ସେ । ସେ ବଯସର ତାଳେ ତାଳେ ଏମିତି ଋଲ୍ସ କରୁଛନ୍ତି ଯେ ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ମିଲିୟନ ମିଲିୟନ ଭିୟୁ ହେଉଛି । ତେବେ ଲୋକ ମାନଙ୍କୁ ଏବେ ବାୟା କରିଛି ପୂର୍ଣ୍ଣ ମଉସାର ଋଲ୍ସ ଭିଡିଓ । ଟୋକାରୁ ବୁଢା ସମସ୍ତେ ଆତଙ୍କର ଋଲ୍ସ ଦେଖିବାରେ ବ୍ୟସ୍ତ ରହୁଛନ୍ତି । ପରିସ୍ଥିତି ଏମିତି ହେଲାଣି ପୂର୍ଣ୍ଣ ମଉସାଙ୍କୁ ଅଧିକରୁ ଅଧିକ ଋଲ୍ସ କରିବାକୁ ଆସୁଛି ଅନୁରୋଧ ।

ଋଲ୍ସ ରେ କେମିତି ସେ ଅଭିନୟ କରୁଛନ୍ତି ଆଉ ତାଙ୍କର ଏକ୍ସପ୍ରେସନ ମଧ୍ୟ ଆପଣ ମାନେ ଥରେ ଦେଖି ନିଅନ୍ତୁ । ସେ ଯେମିତି କା ଗୀତ ହୋଇଥାଉ ନା କାହିଁକି ପୁରା ନିଖୁଣ ଅଭିନୟ କରୁଛନ୍ତି ପୂର୍ଣ୍ଣ ମଉସା । ଅଭିନୟ ଏମିତି କରୁଛନ୍ତି ଯେ ଆପଣ ହସିବାକୁ ବାଧ୍ୟ ହେବେ ତ କେବେ କାନ୍ଦିବାକୁ ବାଧ୍ୟ ହେବେ । ଏ ଯେମିତି ଜୀବନ ଏତିକି କାମନା ସେତିକି ଗୀତ ରେ ଅଭିନୟ କରି ଲୋକ ମାନଙ୍କୁ ମୋହିତ କରୁଛନ୍ତି ପୂର୍ଣ୍ଣ ମଉସା । ସମାଜରେ ଘଟୁଥିବା ବ୍ୟାଧିଗତ ଘଟଣା ଓ ସଚେତନା ସୃଷ୍ଟି କରିବାକୁ ଅଭିନୟ କରି ଋଲ୍ସ କରୁଛନ୍ତି ପୂର୍ଣ୍ଣ ମଉସା ।

ଆଉ ନିଜର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ବି କରୁଛନ୍ତି । ଯାହା ମାତ୍ର କିଛି ସେକେଣ୍ଡ ମଧ୍ୟରେ ଲକ୍ଷ ଲକ୍ଷ ଦର୍ଶକ ମାନଙ୍କୁ ଆକର୍ଷିତ କରି ପାରୁଛି । ଆପଣ ଏମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର ତୃତୀୟ ଶ୍ରେଣୀ ଯାଏଁ ପଡିଥିବା ପୂର୍ଣ୍ଣ ମଉସା ନିଜର ଇଚ୍ଛା ଶକ୍ତି ବଳରେ ଏମିତି ସୁନ୍ଦର ସୁନ୍ଦର ଋଲ୍ସ କରୁଛନ୍ତି । ସେଥିପାଇଁ ତ ଭିଡିଓ ଅପ୍ଲୋଡ ହେବା ମାତ୍ରେ ହଜାର ହଜାର ୟୁଜର୍ସ ଲାଇକ, ସେୟାର ଓ କମେଣ୍ଟ କରୁଛନ୍ତି ।

ତେବେ ପୂର୍ଣ୍ଣ ମଉସା ନିଜ ଦୋକାନରୁ ସମୟ ବାହାର କରି ଏହି ଭିଡିଓ ସବୁ କରନ୍ତି ଓ ଏହି ଭିଡିଓ କରିବାରେ ତାଙ୍କୁ ସାହାଜ୍ଯ କରୁଛନ୍ତି ତାଙ୍କ ପୁତୁରା । ତେବେ ଲକ୍ଷ ଲକ୍ଷ ଲୋକଙ୍କର ଏତେ ସବୁ ଭଲ ପାଇବା ପାଇଁ ପୂର୍ଣ୍ଣ ମଉସା ବହୁତ ଖୁସି ଅନୁଭବ କରୁଛନ୍ତି । ତାଙ୍କୁ ଯଦି ଅଭିନୟ ପାଇଁ ସୁଯୋଗ ମିଳେ ସେ ନିଶ୍ଚୟ କରିବେ ବୋଲି ପୂର୍ଣ୍ଣ ମଉସା କହିଛନ୍ତି । ବନ୍ଧୁଗଣ ତା ହେଲେ ଆପଣ ମାନଙ୍କୁ ପୂର୍ଣ୍ଣ ମଉସାଙ୍କର ଏହି ଋଲ୍ସ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *