ବେକାରୀ ଭତ୍ତା ପାଇଁ ଆଜି ହିଁ କରନ୍ତୁ ରେଜିଷ୍ଟ୍ରେସନ, ମିଳିବ ଦରମା ଭଳି ଟଙ୍କା

କରୋନା ଯୋଗୁ ପ୍ରାୟତଃ ଲୋକମାନେ ନିଜର ଚାକିରି, ବ୍ୟବସାୟ ଓ କାମ ଛାଡି ବେକାର ହୋଇ ଯାଇଛନ୍ତି । ଏମିତିରେ ସରକାର ବେକାରି ଲୋକମାନଙ୍କୁ ସହୟତାର ହାତ ବଢାଇଛନ୍ତି । ଯଦି ଆପଣ ଚାକିରି କରୁ ନାହାନ୍ତି ତଥାପି ଆପଣଙ୍କୁ ଟଙ୍କା ମିଳିବ । ଘର ବସି ବାଡି ମାସକୁ ମାସ ସ୍ୟାଲେରୀ ଭଳି ଟଙ୍କା ଆପଣଙ୍କୁ ମିଳିବ । ତେବେ ଏହା କେଉଁ ଯୋଜନା ଅଟେ ଚାଳନ୍ତୁ ଜାଣିବା ।

କରୋନା ଭଳି ସମୟରେ ବେକାରି ଲୋକମାନଙ୍କୁ ଭତ୍ତା ଦେବା ପାଇଁ ସରକାର ଆଗକୁ ଆସିଛନ୍ତି । ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନାରେ ଏକ ସ୍କିମ ଆରମ୍ଭ କରିଛନ୍ତି ସରକାର । କର୍ମଚାରୀ ରାଜ୍ୟ ବୀମା ନିଗମ ଏହି ସ୍କିମକୁ ଚଳାଇବ ।

3ଚାକିରି ହରାଇ ଘରେ ବସିଥିବା ଲୋକମାନଙ୍କୁ ଆର୍ଥିକ ରୂପରେ ସାହାର୍ଯ୍ୟ କରିବା ଏହି ସ୍କିମର ଏକ ମୂଳ ଲକ୍ଷ ଅଟେ । ଯଦି ଆପଣ ଚାହିଁବେ ତେବେ ତିନି ମାସ ପର୍ଯ୍ୟନ୍ତ ଆପଣ ଏହାର ଲାଭ ଉଠାଇ ପାରିବେ । ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନାର ଲାଭ କେବଳ ସେହି ବ୍ୟକ୍ତିମାନେ ଉଠାଇ ପାରିବେ ଯେଉଁମାନେ ESIC ସହ ଜଡିତ ଥିବେ । ସେମାନେ ହିଁ ଏଥିରେ ଆବେଦନ କରି ପାରିବେ । ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣ ପ୍ରଥମେ ESICର ୱେବସାଇଟକୁ ଯାଆନ୍ତୁ ।

ସେଠି ଆପଣ ଅଟଳ ବିମିତ ବ୍ୟକ୍ତି ଯୋଜନାର ଫର୍ମ ଡାଉନଲୋଡ କରନ୍ତୁ । ଫର୍ମ ଭରିବା ସହିତ ୨୦ ଟଙ୍କାର ନନ ଯୁଡିସିୟାଲ ଷ୍ଟାମ ପେପର ଉପରେ ନୋଟାରୀର ଏଫିଡେଫିଟ କରନ୍ତୁ । ଏହା ପରେ ESIC ଅଫିସରେ ଫର୍ମ ଜମା କରି ଦିଅନ୍ତୁ । ଯଦି ଆପଣଙ୍କ ସବୁ କାଗଜ ପତ୍ର ସଠିକ ଥିବ ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଚାଲିଯିବ । ପ୍ରାଇଭେଟ ଚାକିରି କରୁଥିବା ବ୍ୟକ୍ତି ଯଦି ଚାକିରି ଛାଡିବା ପରେ ବେକାରି ହୋଇ ଯାଉଛନ୍ତି ତେବେ ସେମାନେ ବି ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନାର ଲାଭ ନେଇ ପାରିବେ ।

ଯେଉଁ ବ୍ୟକ୍ତିର ସ୍ୟାଲେରୀ ୨୧ ହଜାର ଟଙ୍କାରୁ କମ ହୋଇଥିବ ଓ କମ୍ପାନୀ ଶ୍ୟାଲେରୀରୁ ପ୍ରତି ମାସରେ ପିଏଫ, ଇଏସଆଇ କଟୁଥିବ ତେବେ ସେମାନେ ହିଁ ଏହାର ଲାଭ ନେଇ ପାରିବେ । ସବୁଠୁ ଗୁରୁତ୍ଵ ପୂର୍ଣ କଥା ହେଉଛି କି ଚାକିରି ହରାଇ ବେକାରି ହେବାର ୩୦ ଦିନ ପରେ ଆପଣ ଏହି ଯୋଜନାର ଲାଭ ନେଇ ପାରିବେ । କରୋନାକୁ ଦ୍ରୁଷ୍ଟିରେ ରଖି ଏହି ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନାର ସମୟ ସୀମାକୁ ସରକାର ୩୦ ଜୁନ ୨୦୨୨ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ପ୍ରଥମେ ଏହି ଯୋଜନର ଶେଷ ତାରିଖ ୨୧ ଜୁନ ୨୦୨୧ ଥିଲା ।

Leave a Reply

Your email address will not be published. Required fields are marked *