ବନ୍ଧୁଗଣ ବଦଳୁଥିବା ଋତୁ କାରଣରୁ ଆପଣଙ୍କୁ ଥଣ୍ଡା, କାସ ଭଳି ସମସ୍ଯା ଭୋଗିବାକୁ ପଡିଥାଏ । ଥରେ ଥଣ୍ଡା ବ କାସ ଆରମ୍ଭ ହେଲେ ବହତୁ ଯନ୍ତ୍ରଣା ଅନୁଭବ ହୋଇଥାଏ ଯାହା ପାଇଁ ଆମ ମାନେ ଏଲୋପାତି ଔଷଧ ବ୍ଯବହାର କରିଥାନ୍ତି । ଏଲୋପାତିର ପ୍ରୟୋଗ କରିଆ ପୂର୍ବରୁ ଯଦି ଆପଣ ଘରୋଇ ଉପଚାରର ପ୍ରୟୋଗ କରିବେ ତେବେ ଆପଣଙ୍କର ଥଣ୍ଡା, କାସ ବ କଫ ସମସ୍ଯା ସହଜରେ ଦୂର ହୋଇ ପାରିବ । ଆଜି ଆମେ ଆପଣଙ୍କ ପାଇଁ ଏମିତି ସହଜ ଉପାୟ ନେଇ ଆସିଛୁ ଯାହାକୁ ତିଆରି କରିବା ଶଜା ଅଟେ । ଏହାର ସେବନ ଦ୍ଵାରା ଥଣ୍ଡା, କାଶ ସମସ୍ଯା ତୁରନ୍ତ ଦୂର ହେବ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।
କାଶ ବା ଥଣ୍ଡା ଭଳି ସମସ୍ଯା ଦୂର କରିବା ପାଇଁ ଆମେ ଆପଣଙ୍କ ପାଇଁ ୩ରୁ ୪ଟି ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରଭାବ ବହୁତ ଭଲ ହୋଇଥାଏ । ପ୍ରଥମେ ରେମେଡିରେ ଆପଣ କାଢା ତିଆରି କରିବେ । ଏଥିପାଇଁ ଆପଣ ୩ ଗ୍ଳାସ ପାଣି ନେଇ ଏହା ଗରମ ହେବା ପରେ ଅଧ ଚାମଚ ଗୋଲମରିଚ ନିଅନ୍ତୁ । ଏହା ପରେ ଅଧ ଚାମଚ ଜୀରା ନିଅନ୍ତୁ । ପରେ ଖଣ୍ଡେ ଅଦାକୁ କାଟି ଭଲ ଭାବେ ଧୋଇ ଏଥିରେ ପ୍ରୟୋଗ କରନ୍ତୁ । ଏହି ୩ଟି ସାମଗ୍ରୀକୁ ଅଳ୍ପ ଛେଚି ପାଣି ଫୁଟିବା ପରେ ଏହାକୁ ପକାଇ ଦିଅନ୍ତୁ ।
ଯେମିତି ସବୁ ସାମଗ୍ରୀର ପୋଷାକ ତତ୍ତ୍ଵ ପାଣିରେ ଆସିବା ଯାଏଁ ଭଲ ଭାବେ ଫୁଟାନ୍ତୁ ଯାହା ଥଣ୍ଡା କାସ ଦୂର କରିବା ପାଇଁ ଚମତ୍କାରିତା ହୋଇଥାଏ । ପାଣି ଫୁଟିବା ପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦେବା ଅପରେ ଆଉ ଏକ ପାତ୍ରକୁ ଛାଣି ନେଇ ଏଥିରେ ଫାଳେ ଲେମ୍ବୁ ଆଡ କରନ୍ତୁ ଓ ଏହାର ସେବନ କରନ୍ତୁ । ଦିନକୁ ୨ ଥର ଏହାର ସେବନ କରନ୍ତୁ । ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ ବା ପରେ ସେବନ କରିପାରିବେ ।
ଦ୍ଵିତୀୟ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଅଧ ଚାମଚ ମହୁ, ଫାଲେ ଲେମ୍ବୁ, ଚିମୁଟାଏ ଡାଲଚିନି ଗୁଣ୍ଡ ପକାନ୍ତୁ । ଏହି ୩ଟି ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହା ହୋମ ମେଡ କଫ ଶିରଫ ଅଟେ । ଦିନକୁ ୨ ଥର ଏହାକୁ ତିଆରି କରି ସେବନ କରନ୍ତୁ । ଅଧିକ କଫ ସମସ୍ଯା ରହିଛି ତେବେ ଏହାର ପ୍ରୟୋଗ କରନ୍ତୁ । ଦେଖିବେ ତୁରନ୍ତ ରିଲିଫ ମିଳିବ ।
ତୃତୀୟ ରେମେଡି ତିଆରି କରିବା ପାଇଁ ଏକ ପାଖୁଡା ରସୁଣ ନିଅନ୍ତୁ ଓ ଏହାର ଚୋପା କାଢି ଦିଅନ୍ତୁ । ଏହା ପରେ ରସୁଣ କୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହା ପରେ ରସୁଣ କୁ ୧୦ରୁ ୧୫ ମିନିଟ ଯାଏଁ ଚୋବା ଚୋବାଇ ଖାଆନ୍ତୁ । ଦେଖିବେ ଥଣ୍ଡା, କାସ ବା କଫ ଭଳି ସମସ୍ୟାରୁ ଦୂର ମିଳିବ । ଏହି ୩ଟି ରେମେଡି ନ୍ଯାଚୁରାଲ ହେବ ସହ ସହଜରେ ଆପଣଙ୍କୁ ରୋଷେଇ ଘରୁ ଏହି ସବୁ ସାମଗ୍ରୀ ମିଳିଯିବ । ବନ୍ଧୁଗଣ ଆପଣ ମାନଙ୍କୁ ହେଲଥ ଟିପ୍ସଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।