ସୂଚନା ମୁତାବକ ଡିସେମ୍ବର ୨୦୧୯ ରେ ସରକାର ପ୍ରଥମ ଥର ପାଇଁ ସିଡିଏସ ପଦ ପାଇଁ ଘୋଷଣା କରିଥିଲେ । ଆଉ ଡିସେମ୍ବର ୩୦ ରେ ବିପିନ ରାୱତଙ୍କୁ ଏହି ପଦବୀରେ ନିଯୁକ୍ତ କରା ଯାଇଥିଲା । ସେ ତିନି ସେନାର ପ୍ରମୁଖ ଥିଲେ । ଏହି ପଦବୀରେ ନିଯୁକ୍ତି ପାଇଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଜେନେରାଲ ବିପିନ ରାୱତ । ନ୍ୟାସନାଲ ଡିଫେନସି ଏକାଡେମି ଓ ଇଣ୍ଡିଆନ ମିଲିଟାରୀ ଏକାଡେମିର ଛାତ୍ର ଥିଲେ ବିପିନ ରାୱତ ।
ସେ ୨୦୧୬ରେ ଭାରତର ୨୭ତମ ମୁଖ୍ୟ ସେନା ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ପ୍ରାୟ ୪ ଦଶନ୍ଧିର କ୍ଯାରିୟରରେ ସେ ସେ ନା ର ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହି ଅନେକ ସେବା ଯୋଗାଇ ଆସିଛନ୍ତି । ବୁଧବାର ଦିନ ତାମିଲନାଡୁ କନୁର ନିକଟରେ ଭାରତୀୟ ବାୟୁସେନାର ହେଲିକପ୍ଟର MI.17-V5 ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।
ଏଥିରେ ଜେନେରାଲ ବିପିନ ରାୱତଙ୍କ ପ-ର-ଲୋ-କ ଘଟିଛି । ଏହି ଘଟଣାରେ ବିପିନ ରାୱତଙ୍କ ସହ ତାଙ୍କର ସ୍ତ୍ରୀ ମଧ୍ୟ ପ୍ରା ଣ ହ ରା ଇ ଛ ନ୍ତି । ସୂଚନା ମୁତାବକ ପାଗ ଖରାପ ତଥା ଅଧିକ କୁହୁଡି ଯୋଗୁ ଲୋ ଭିଜିବିଲିଟି ସ୍ଥିତି ସୃଷ୍ଟି ହୋଇଥିଲା । ଯାହା ଫଳରେ ହେଲିକପ୍ଟର ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।
ସୂଚନା ଅନୁସାରେ ହେଲିକପ୍ଟର ରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃ ତ୍ୟୁ ହୋଇଛି । ୧୯୭୮ରେ ଭାରତୀୟ ସେନାରେ ସାମିଲ ହୋଇଥିଲେ ଜେନେରାଲ ରାୱତ । ଏହା ପରେ ୧୭ ଡିସେମ୍ବର ୨୦୧୬ରେ ସେନା ବାହିନୀର ମୁଖ୍ୟ ଭାବେ ଦାୟିତ୍ଵ ନେଇଥିଲେ ଜେନେରାଲ ରାୱତ । ତାଙ୍କ ପୂର୍ବରୁ ଜେନେରାଲ ଦଲବୀର ସୋହାର ଏହି ପଦବୀରେ ନିଯୁକ୍ତ ଥିଲେ ।
ରାୱତ ପ୍ରଥେମ ୧୧ ଗୋତ୍ଖା ରାଇଫଲସାର ପଞ୍ଚମ ବ୍ୟାଟଲିଆମର ସୈନିକ ଭାବେ ସେନାରେ ସାମିଲ ହୋଇଥିଲେ । ୪ ଦଶନ୍ଧିର କ୍ଯାରିୟରରେ ଶ୍ରୀ ରାବତ ବ୍ରିଗେଡିୟର କମାଣ୍ଡର ଜେନେରାଲ ଅଫିସର କମାଣ୍ଡିକ ଇନ ଚିଫ, ସାଉଥ କମାଣ୍ଡ, ମିଲିଟାରୀ ଅପରେସନ ଡାଇରେକ୍ଟର, ଜେନେରାଲ ଷ୍ଟାଫ ଅଫିସର, କର୍ନେଲ ମିଲିଟାରୀ ସେକ୍ରେଟେରୀ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଦାୟିତ୍ଵ ଗ୍ରହଣ କରିଥିଲେ । ସେ ମିଳିତ ଜାତିସଂଘର ଶାନ୍ତି ସୁରକ୍ଷା ବଳର ଏକ ଅଂସ ଥିଲେ ।
ଏହା ସହ ଡେମୋକ୍ରାଟିକ ରିପବ୍ଲିକ ଅଫ କମ୍ବୋରେ ଏକ ବହୁ ରାଷ୍ଟ୍ରୀୟ ବ୍ରିଗେଡିୟାର ଉମଙ୍ଗ ମଧ୍ୟ ଧରିଥିଲେ । ଉତ୍ତର-ପୂର୍ବରେ ଉଗ୍ରବାଦୀଙ୍କୁ ନିପାତ କରିବାରେ ତାଙ୍କର ଭୂମିକାରେ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ୨୦୧୫ରେ ମିଆଁମାରରେ ଏକ ପ୍ରାସ ବରଦାର ଅପରେସନରେ ଅଭିଯାନ କରିଥିଲେ । ଯେଉଁଥିରେ ଭାରତୀୟ ସେନାଙ୍କ ତରଫରୁ ଆତଙ୍କବାଦୀଙ୍କୁ ସଫଳତାର ସହ ଜବାବ ଦିଆ ଯାଇଥିଲା ।
ଏହି ମିସନ ରାୱତଙ୍କ ନେତୃତ୍ବରରେ ଦିବାପୁର ସ୍ଥିତି III କର୍ପୋରଏଟର ଅପରେସନ କମାଣ୍ଡରୁ ହୋଇଥିଲା । ଏମିତିକି ୨୦୧୬ରେ ସର୍ଜିକାଲ ଷ୍ଟ୍ରାଇକ ଯୋଜନାର ଏକ ଅଂସ ଥିଲେ ରାୱତ । ଏଥିରେ ପାକିସ୍ତାନ ଆ-ତ-ଙ୍କ-ବା-ଦୀଙ୍କୁ ଠିକ ଜବାବ ଦେଇଥିଲେ ରାବତ । ସାମରିକ ସେବା ସମ୍ମିଳନୀରେ ଶ୍ରୀ ରାୱତଙ୍କୁ ପରମ ବିଶିଷ୍ଟ ସେବା ପଦ, ଉତ୍ତମ ଯୁଦ୍ଧ ସେବା ପଦ, ଅତି ବିଶିଷ୍ଟ ସେବା ପଦ ପ୍ରଦାନ କରା ଯାଇଥିଲା ।
ବନ୍ଧୁଗଣ ଆପଣ ମାନଙ୍କୁ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।