ଭାରତର 4ଟି ଭଣ୍ଡ ବାବାଙ୍କ ଦେଖନ୍ତୁ ଭିଡିଓ, କେମତି ଏମାନେ ଲୋକଙ୍କୁ ଲଗାନ୍ତି ଚୂନା

ଅନ୍ୟ ଦେଶ ଅପେକ୍ଷା ଭାରତର ଲୋକମାନେ ଧର୍ମକୁ ନେଇ ଅଧିକ ଗମ୍ଭୀର ଅଟନ୍ତି । ସେଥିପାଇଁ ତ କିଛି ଲୋକମାନେ ଧର୍ମ ନାଁରେ କିଛି ବି କରିବା ପାଇଁ ପ୍ରସ୍ତୁତ ଥାନ୍ତି । ଏମିତିରେ ଏହାର ଲାଭ ଉଠାଇ କିଛି ଭଣ୍ଡ ବାବା ଲୋକମାନଙ୍କର ଟଙ୍କା ଓ ଇଜ୍ଜତ ଉପରେ ହାତ ମାରନ୍ତି । ଯାହାର ଦୃଶ୍ୟ ବହୁତ ହିଁ ଲଜ୍ୟାଜନକ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଭଣ୍ଡ ବାବାଙ୍କ ବିଷୟରେ କହିବୁ । ଯେଉଁମାନେ ନିରୀହ ନାରୀମାନଙ୍କ ଇଜ୍ଜତ ସହ ଖେଳୁଛନ୍ତି ଓ ଏହା ସହ କେତେକ ଲୋକମାନଙ୍କର ଟଙ୍କା ମାରି ଖାଇ ଯାଉଛନ୍ତି । ଆପଣମାନେ ବହୁତ ବାବାଙ୍କ ବିଷୟରେ ଶୁଣିଥିବେ କିମ୍ବା ଦେଖିଥିବେ ଯେଉଁମାନେ ଭିନ୍ନ ଭିନ୍ନ ଉପାୟରେ ଲୋକମାନଙ୍କ ରୋଗ ଓ ଦୁଃଖ କଷ୍ଟକୁ ଦୂର କରି ଦିଅନ୍ତି । କିନ୍ତୁ ଏମିତି ଜଣେ ବାବା ଅଛି ଯିଏକି ଲୋକମାନଙ୍କର ରୋଗକୁ ଦୂର କରିବାର କିଛି ଭିନ୍ନ ଉପାୟ ବାହାର କରିଛି ।

ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ବାବ ଝିଅ ଓ ମହିଳାମାନଙ୍କୁ କିସ କରି ତାଙ୍କର ରୋଗ ଠିକ କରିଥାଏ । ସେଥିପାଇଁ ଏହି ବାବା ଚୁମ୍ବନ ବାବା ନାଁରେ ପୁରା ଅଞ୍ଚଳରେ ପ୍ରସିଦ୍ଧ ହୋଇଗଲା । ରାମ ପ୍ରକାଶ ଚହାନ ନାମକ ଏହି ବ୍ୟକ୍ତି ନିଜକୁ ବିଷ୍ଣୁଙ୍କ ଅବତାର ବୋଲି କହି ଲୋକମାନଙ୍କୁ ନିଜର ଶିକାର କରୁଥିଲା । ସବୁଠୁ ବଡ ଆଶ୍ଚର୍ଯ୍ୟ କର କଥା ହେଉଛି କି ଏହିଭଳି ଘଟଣାରେ ଏହି ବାବାର ମା ବି ତାହାର ସାଥ ଦିଏ ।

ଏହି ବାବା ଗାଁରେ ରହୁଥିବା ସମସ୍ତ ନାରୀମାନଙ୍କର ରୋଗକୁ କିସ କରି ଠିକ କରିଦେଉଥିଲା । କିନ୍ତୁ ୨୨ ଅଗଷ୍ଟ ୨୦୧୯ରେ ପୋଲିସ ଏହି ଭଣ୍ଡ ବାବା ଓ ତାହାର ମାକୁ ଆରେଷ୍ଟ କରି ନେଇଛି । କହିବାକୁ ଗଲେ ଆମ ସମାଜରେ ଯେତେବେଳେ କୌଣସି ବ୍ୟକ୍ତି ଶରୀରରେ ଭୂତ ଲାଗେ ତେବେ ସେହି ବ୍ୟକ୍ତିକୁ କିଛି ବାବା ଓ ତାନ୍ତ୍ରିକ ପାଖକୁ ନେଇ ଯାଆନ୍ତି । ସେହି ସମୟରେ ସେହି ବ୍ୟକ୍ତି ଜଣକ ନିଜ କାବୁରେ ନ ଥାଏ ଯାହାର ଫାଇଦା ଏହିଭଲି କିଛି ଭଣ୍ଡ ବା ନିଅନ୍ତି ।

କହିବାକୁ ଗଲେ ଗୋଟିଏ ଅଞ୍ଚଳରେ ଗୋଟିଏ ଝିଅ ଶରୀରରେ ଭୂତ ଲାଗିଥିଲା । ଏମିତିରେ ଜଣେ ବାବା ସେହି ଭୁତକୁ ଛଡାଇବା ପାଇଁ କଣ କରୁଛନ୍ତି ଆପଣ ଏହି ଫଟୋରେ ଦେଖି ପାରୁଥିବେ । କହିବାକୁ ଗଲେ ଏହି ଭଣ୍ଡ ବାବା ଜଣକ ଝିଅର ଶରୀରରୁ ଭୁତ ଛଡାଇବା ବାହାନାରେ ତାହାର ଫାଇଦା ଉଠାଉଛି । ବର୍ତ୍ତମାନ ଚାଳନ୍ତୁ ଜାଣିବା ନିତ୍ୟାନନ୍ଦ ସ୍ଵାମୀଙ୍କ ବିଷୟରେ । ନିତ୍ୟାନନ୍ଦ ବାବା କୋଟି କୋଟି ଟଙ୍କାର ମାଲିକ ଅଟେ ।

କିନ୍ତୁ କିଛି ବର୍ଷ ତଳେ ଏହି ବାବା ଉପରେ ରେପ, ହତ୍ୟା ଓ କଳାଧନର କାରୋବାର ଓ ସମ୍ପତ୍ତିକୁ ଛଡାଇ ନେବା ଭଲି ଅଭିଯୋଗ ଲାଗିଥିଲା । ଏହା ପରେ ଏହି ବାବାର ଏକ ଅଶୀଳ ଭିଡିଓ ବି ଭାଇରାଲ ହୋଇଥିଲା । କିନ୍ତୁ କେସ ଆରମ୍ଭ ହେବା ପୂର୍ବରୁ ଏହି ବାବା ଆମେରିକା ଚାଲିଗଲା ଓ ସେଠି ଗୋଟିଏ ଦ୍ଵିପ କିଣି ତାକୁ ନିଜ ନାଁ କୈଳାସ ରଖି ଦେଇଛି । ବର୍ତ୍ତମାନ ସେ ନିଜର ଏହି ଦ୍ଵିପକୁ ଦେଶ ବୋଲି ଘୋଷିତ କରି ଦେଇଛି । କିନ୍ତୁ କହିବାକୁ ଗଲେ କେତେକ ଲୋକମାନଙ୍କର ଅନ୍ଧ ବିଶ୍ଵାସ କାରଣରୁ ଆଜି ଏହିଭଳି ବାବା ସମାଜରେ ଅଛନ୍ତି ।

Leave a Reply

Your email address will not be published. Required fields are marked *