ଭାରତ ବିଷୟରେ ଏହି ସତ୍ୟ ରଖା ଯାଉଛି ଗୁପ୍ତ- ଜାଣିଲେ ଉଡିଯିବ ହୋସ

ବନ୍ଧୁଗଣ ନମସ୍କାର, ଭାରତରେ ବର୍ତ୍ତମାନ ଦାରିଦ୍ର୍ୟ ବୋଲି କୌଣସି ଜିନିଷ ରହିନାହିଁ ଏବଂ ଏହି ସତ୍ୟତା କୁ ଗୁପ୍ତ ରଖାଯାଉଛି । ଭାରତ କୁ ଗ୍ଲୋବାଲ ହଙ୍ଗର ଇଂଡ଼େକ୍ସ ରେ ୯୪ ତମ ସ୍ଥାନ ଦିଆଯାଇଛି ଏବଂ ଗ୍ଲୋବାଲ ପୋଭରଟି ଇଂଡ଼େକ୍ସ ରେ ଭାରତ କୁ ୬୫ ତମ ସ୍ଥାନ ପ୍ରଦାନ କରାଯାଇଛି ତାହା ମଧ୍ୟ ୧୦୭ ଟି ଦେଶ ମଧ୍ୟରେ । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ,ଭାରତର ସମସ୍ତ ରାଜ୍ୟରେ କେଉଁଠି ନା କେଉଁଠି ରାସ୍ତା କଡ଼ ରେ କିଛି ବ୍ୟକ୍ତି ଙ୍କୁ ଭିକ ମାଗୁଥବାର ଦେଖିବାକୁ ମିଳିଥାଏ ।

ବର୍ତ୍ତମାନ ପ୍ରାୟତଃ ସବୁ ରାଜ୍ୟରେ ଗରିବ ମାନଙ୍କୁ ୧ ଟଙ୍କା ଅଥବା ୩ ଟଙ୍କା ଦର ରେ ଚାଉଳ ପ୍ରଦାନ କରା ଯାଉଛି ଏବଂ ଏହା ସହିତ ଘର ନଥିବା ବ୍ୟକ୍ତି ଙ୍କୁ ମାଗଣାରେ ଘର ତିଆରି କରାଯାଇ ପ୍ରଦାନ ମଧ୍ୟ କରାଯାଉଛି ଏବଂ ଏହି ଭଳି ବିଭିନ୍ନ ପ୍ରକାରର ସାହାଯ୍ୟ ପ୍ରଦାନ କରାଯାଉଛି । ଏହା ପରେ ମଧ୍ୟ ଭାରତର କୌଣସି ନା କୌଣସି କଣ ରେ କିଛି ବ୍ୟକ୍ତି ଙ୍କୁ ଭିକ ମାଗୁଥିବାର ଦେଖିବାକୁ ମିଳୁଛି ।

ବନ୍ଧୁଗଣ ବର୍ତ୍ତମାନ ଦାରିଦ୍ର୍ୟ ର ଅର୍ଥ ହିଁ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । ବର୍ତ୍ତମାନ ଦରିଦ୍ର ସେମାନେ ନୁହେଁ ଯେଉଁମାନେ ସରକାର ର ସାହାଯ୍ୟ ରେ ନିଜର ଜୀବନ ବିତାଉଛନ୍ତି ଏବଂ ସମ୍ପୂର୍ଣ୍ଣ ଭାବେ ସରକାର ଉପରେ ନିର୍ଭରଶୀଳ । ବର୍ତ୍ତମାନ ଦାରିଦ୍ର୍ୟତା ର ଶିକାର ହେଉଛନ୍ତି ସେହି ବର୍ଗ ଯେଉଁମାନେ ସରକାର ର ବିନା ସାହାଯ୍ୟ ରେ ନିଜ ଜୀବନ ବିତାଇବାକୁ ଚାହୁଁଛନ୍ତି । କଠିନ ପରିଶ୍ରମ ଦ୍ୱାରା ନିଜର କ୍ୟାରିଆର ବନାଇବାକୁ ଚାହୁଁଛନ୍ତି ।

ବିନା ଲାଞ୍ଚ ରେ ବଂଚିବା କୁ ଚାହୁଁଛନ୍ତି ଏହିପରି ଅନେକ କିଛି ଏବଂ ସେହି ବ୍ୟକ୍ତି ମାନେ ହେଉଛନ୍ତି ନିମ୍ନ ମଧ୍ୟବର୍ଗ । ଏହି ବର୍ଗ ର ବ୍ୟକ୍ତି ମାନେ ହିଁ ବାସ୍ତବରେ ଦାରିଦ୍ର୍ୟତା ର ଶିକାର ହେଉଛନ୍ତି । ପ୍ରାୟ ୪୦କୋଟି ବ୍ୟକ୍ତି ଏହି ବର୍ଗ ର ଅଟନ୍ତି । ବନ୍ଧୁଗଣ ନିମ୍ନ ମଧ୍ୟ ଵର୍ଗ ର ବ୍ୟକ୍ତି ନୂତନ ଆଶା ର ସଞ୍ଚାର ମନ ଭିତରେ ନେଇ ଯେବେ କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ବାହାରିଥାଏ ତେବେ ସେଥିରେ କୌଣସି ନା କୌଣସି କାରଣ ଯୋଗୁଁ ଅସଫଳ ହୋଇଥାଏ ।

ଏଥିପାଇଁ ସେ ନିଜେ ଦାୟୀ ନୁହେଁ ଏଥିପାଇଁ କେବଳ ସରକାର ଦାୟୀ । ଭାରତରେ ଥିବା ଧନୀ ବର୍ଗ ତ ନିଜ ପଇସା ବଳ ରେ ନିଜର ସମସ୍ତ ଆଶା କୁ ପୂର୍ଣ୍ଣ କରିଥାଏ ଏବଂ ଆମ ଦେଶ ରେ ଥିବା ଗରିବ ଙ୍କୁ ତ ସରକାର ବିଭିନ୍ନ ପ୍ରକାରର ସାହାଯ୍ୟ ପ୍ରଦାନ କରୁଛି ଯାହାଦ୍ୱାରା ତାଙ୍କର କୌଣସି କ୍ଷେତ୍ରରେ ଅଭାବ ଅନଟନ ରହୁନାହିଁ । କିନ୍ତୁ ଏହି ନିମ୍ନ ମଧ୍ୟ ବର୍ଗ ର ବ୍ୟକ୍ତି ହିଁ ଚାରି ଦିଗରୁ ନିରାଶ ହୋଇଥାଏ । ସେ କାହା ଆଗରେ ହାତ ପତାଇ ପାରି ନଥାଏ ।

ସେ ଅନ୍ୟ ଠାରୁ ମାଗି ନିଜେ ଖାଇ ପାରି ନଥାଏ ଏବଂ ନିଜ ପରିବାର କୁ ମଧ୍ୟ ଖୁଆଇ ପାରି ନଥାଏ । ବନ୍ଧୁଗଣ ଦେଖିବାକୁ ଗଲେ, ସବୁ କ୍ଷେତ୍ରରେ ଯଦି ଯୋଗ ଦାନ ଦେଖିବାକୁ ଯିବା ତେବେ ସର୍ବ ପ୍ରଥମ ଏବଂ ସବୁଠାରୁ ଅଧିକ ଯୋଗଦାନ ଏହି ନିମ୍ନ ମଧ୍ୟ ବର୍ଗ ର ବ୍ୟକ୍ତି ମାନେ ହିଁ ଦେଇଥାଆନ୍ତି । କିନ୍ତୁ ବଦଳରେ ଏମାନଙ୍କୁ କୌଣସି ସାହାଯ୍ୟ ସହଯୋଗ ମିଳି ନଥାଏ । ସରକାରୀ ଚାକିରୀ ପାଇଁ ଘୁରି ବୁଲୁଥିବା ବେଳେ ଏମାନଙ୍କୁ କୌଣସି କ୍ଷେତ୍ରରେ ଚାକିରୀ ପ୍ରାପ୍ତ ହୋଇ ନଥାଏ ।

ଏହି ବର୍ଗ ର ବ୍ୟକ୍ତି କେବେ ଧନୀ ହେବା ପାଇଁ ସ୍ୱପ୍ନ ଦେଖି ନଥାଏ,ମାତ୍ର ଦୁଇ ପଇସା ରୋଜଗାର କରିବାର ଇଚ୍ଛା ରଖିଥାଏ ଏବଂ ତାର ସେହି ଇଚ୍ଛା ମଧ୍ୟ ସମ୍ପୂର୍ଣ୍ଣ ହୋଇନଥାଏ । ଯଦି ଇତିହାସ କୁ ଦୋହରାଇବା ତେବେ ଆପଣ ମାନେ ଭି ଦେଖିବେ ଯେ, ସବୁ କ୍ଷେତ୍ରରେ ନିମ୍ନ ମଧ୍ୟ ବର୍ଗ ବ୍ୟକ୍ତି ର ହିଁ ଯୋଗଦାନ ରହିଛି ତାହା ଯେ କୌଣସି କ୍ଷେତ୍ରରେ ହେଉ ନା କାହିଁକି ।
ଯେବେ କୌଣସି ପାର୍ଟି ରାଜନୀତି କ୍ଷେତ୍ରରେ ଆସିଥାଏ ତେବେ ସେ ନିମ୍ନ ବର୍ଗ ର ବ୍ୟକ୍ତି ଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଭୋଟ ହାସଲ କରିଥାଆନ୍ତି ।

ଏବଂ ନିଜ ସଂସ୍ଥା ରେ ପଇସା ର ଅଭାବ ଯେପରି ନହେଉ ସେଥିପାଇଁ ଧନୀ ବର୍ଗ ର ବ୍ୟକ୍ତି ଙ୍କୁ ନିଜ ହାତମୁଠା ରେ ରଖିଥାଆନ୍ତି । ନିରାଶା କେବଳ ଜଣଙ୍କୁ ହିଁ ମିଳିଥାଏ ତାହା ହେଉଛି ନିମ୍ନ ମଧ୍ୟବର୍ଗ ର ବ୍ୟକ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଭାରତର ସ୍ଥିତି କିଛି ଏହିଭଳି ହୋଇଯାଇଛି । ଏଠି ଉଚ୍ଚ ଶିକ୍ଷିତ ବ୍ୟକ୍ତି ନିଜ ବର୍ଗ ପାଇଁ ଅନ୍ୟଙ୍କ ଆଗରେ ହାତ ପତାଇବାକୁ ବାଧ୍ୟ ହେଉଛି । ଏଠାରେ ନିମ୍ନ ବର୍ଗ ଆଉ ଗରିବ ହୋଇ ରହିନାହିଁ । ଏଠି ଗରିବ କେବଳ ଗୋଟିଏ ବର୍ଗ ଏବଂ ସେ ହେଉଛି ନିମ୍ନ ମଧ୍ୟ ବର୍ଗ ର ବ୍ୟକ୍ତି ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *