ଭାରତୀୟ ନୋଟର ଇତିହାସ କଣ, ଏହା କେବେ ଓ କିପରି ତିଆରି ହୋଇଥିଲା ?

ବନ୍ଧୁଗଣ କଣ ଆପଣ ମାନେ କେବେ ଭାବିଛନ୍ତି ଯେ ଯେଉଁ ନୋଟ ଆମର ନୀତି ଦିନିଆ ଓ ପ୍ରତେକ ସମୟରେ ଦରକାର ପଡୁଛି ତାହା କେଉଁଠି ଓ କିପରି ତିଆରି ହେଉଛି । ଅନେକ ଲୋକଙ୍କ ମନରେ ରହିଥାଏ ଯେ ସେମାନେ ନୋଟ କମ୍ପାନୀରେ କାମ କରିବେ । କିନ୍ତୁ ଏଥିରେ କିଛି ସୁଫଳ ମିଳେ ନାହି । ପୁରା ଦୁନିଆକୁ ଯାହାର ଆବଶ୍ୟକତା ରହିଛି ତାହା କିପରି ଓ କେଉଁଠାରେ ତିଆରି କରାଯାଏ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଭାରତରେ ସର୍ବ ପ୍ରଥମେ କାଗଜ ନୋଟ ୧୮୦୦ ଶତାବ୍ଦୀରେ ତିଆରି ହୋଇଥିଲା । ବ୍ଯାଙ୍କ ଅଫ ହିନ୍ଦୁସ୍ଥାନ ଜେନେରାଲ ବ୍ଯାଙ୍କ ଅଫ ବଙ୍ଗାଲ ଓ ବଙ୍ଗାଲ ବ୍ଯାଙ୍କ ପ୍ରଥମେ କାଗଜ ନୋଟ ଜାରି କରିଥିଲେ ।

ଏହା ପରେ ଭାରତୀୟ ଅର୍ଥ ବ୍ୟବସ୍ଥା ଇତିହାସରେ ନୂଆ ଯୁଗର ଆରମ୍ଭ ହୋଇଥିଲା । ଭାରତୀୟ କରେନ୍ସିକୁ ଆମେ rupee ବୋଲି କୁହାଯାଏ । ଭାରତ କରେନ୍ସିରେ କାଗଜ ନୋଟ ଓ ମୁଦ୍ରା ବ୍ୟବହାର କରାଯାଏ । ମୁଦ୍ରାରେ ଏକ ଟଙ୍କା, ଦୁଇ ଟଙ୍କା, ପାଞ୍ଚ ଟଙ୍କା ଓ ୧୦ ଟଙ୍କା ରହିଥିବା ବେଳେ ନୋଟରେ ୧୦ ଟଙ୍କା, ୨୦ ଟଙ୍କା, ୫୦ ଟଙ୍କା, ୧୦୦ ଟଙ୍କା, ୨୦୦ ଟଙ୍କା, ୫୦୦ ଟଙ୍କା ଓ ୨୦୦୦ ଟଙ୍କା ନୋଟ ଜାରି କରା ଯାଇଛି । ଭାରତୀୟ କରେନ୍ସିରେ ଏହାକୁ କ୍ରୟ ବିକ୍ରୟ କରିବାରେ ପ୍ରୟୋଗ କରାଯାଏ । ଭାରତରେ ପ୍ରଥମେ କରେନ୍ସି ନୋଟ ୧୮୬୨ରେ ବିତରିଶ ସରକାର ୟୁକେର ଏକ କମ୍ପାନୀରେ ପ୍ରଚଳିତ କରିଥିଲେ ।

୧୯୨୦ ମସିହା ଅଜଣେ ବ୍ରିଟିଶ ସରକାର ଭାରତୀୟ ନୋଟ ବ୍ରିଟେନରେ ଛାପୂଥିଲେ । ପରେ ବ୍ରିଟିଶ ସରକାର ନାସିକରେ ୧୯୨୬ରେ ପ୍ରଥମ ପ୍ରିନ୍ଟିଂ ପ୍ରେସ ଆରମ୍ଭ କରିଥିଲେ ଯେଉଁଠି ନୋଟ ଛପାଗଲା । କିଛି ଦିନ ମଧ୍ୟରେ ଏଠାରେ ୧୦୦୦ ଓ ୧୦୦ ଟଙ୍କା ନୋଟ ପ୍ରେସ କରାଗଲା । ଏହା ପରେ ମଧ୍ୟ ଅନେକ ଭାରତୀୟ କରେନ୍ସି ନୋଟ ବ୍ରିଟେନରୁ ମଗା ଯାଉଥିଲା । ୧୯୪୭ରେ ଏହି ନୋଟ ନାସିକରୁ ଛପା ଯାଇଥିଲା । ଭାରତରେ ଦିତୀୟ ପ୍ରିନ୍ଟିଂ ପ୍ରେସ ୧୯୭୫ରେ ମଧ୍ୟ ପ୍ରଦେଶର ଦେବାସରେ ଖୋଲା ଯାଇଥିଲା ।

୧୯୯୭ରେ ଜନସଂଖ୍ୟା ବୃଦ୍ଧିକୁ ଧ୍ୟାନରେ ରଖି ଭାରତ ସରକାର ଆମେରିକା, କାଣ୍ଡା, ୟୁରୋପରୁ କରେନ୍ସି ନୋଟ ମଗାଇବା ଆରମ୍ଭ କରିଥିଲେ । ୧୯୯୯ରେ ମହେସୁରରେ ଓ ୨୦୦୦ରେ ପଶ୍ଚିମବଙ୍ଗର ସାରବୋନୀରେ ପ୍ରିନ୍ଟିଂ ପ୍ରେସ ଖୋଲାଗଲା । ଭାରତର ମୋଟ ୪ଟି ସ୍ଥାନ ନାସିକ, ସରବୋନୀ, ମହିଶୂର ଓ ମଧ୍ୟ ପ୍ରଦେଶର ଦେବାସରେ କରେନ୍ସି ନୋଟ ଛପା ଯାଉଛି । ଭାରତୀୟ ମୁଦ୍ରା ଭାରତ ସରକାରଙ୍କ ଅଧିନସ୍ଥ କମ୍ପାନୀରେ ତିଆରି କରା ଯାଉଛି ।

ଏହି କମ୍ପାନୀ ଭାରତର କୋଲକାତା, ମୁମ୍ବାଇ, ନାଏଡା ଓ ହାଇଦ୍ରାବାଦରେ ରହିଛି । ମୁଦ୍ରାରେ ଭିନ୍ନ ଭିନ୍ନ ପ୍ରକାରର ଚିହ୍ନ ରହିଥାଏ ଯାହା ଦ୍ଵାରା ଜଣା ପଡିଥାଏ ଯେ କେଉଁ ଦେଶର ମୁଦ୍ରା । ଭାରତୀୟ ରିଜର୍ଭ ବ୍ଯାଙ୍କ ଦ୍ଵାରା ପ୍ରସ୍ତୁତ ନୋଟରେ କଥନ କାଗଜ ଓ ସ୍ଯାହୀ ବ୍ୟବହାର କରାଯାଏ । ଭାରତ ପ୍ରତିବର୍ଷ ୨୦୦୦ କରେନ୍ସି ନୋଟ ଛାପିଥାଏ । ଏହାର ଓଜନ ପ୍ରାୟତ ୪୫ଟନ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *