ଭୟଙ୍କର ହେଉଛି ବାତ୍ୟା ‘Freddy’, ଆଜି କେଉଁଠି ଓ କେତେବେଳେ ହେବ Landfall, ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ବର୍ତ୍ତମାନର ବଡ ଖବର ମାଡି ଆସୁଛି ବାତ୍ୟା ଯାହାର ନାଁ ରହିଛି ଫ୍ରେଡି । ବାତ୍ୟା ଫ୍ରେଡି ଟ୍ରପିକାଲ ସାଇକ୍ଳୋନ ର ରୂପ ନେଇ ଭୟଙ୍କର ହୋଇଛି । ଉପକୂଳରେ ପହଞ୍ଚିବା ପୂର୍ବରୁ ଆହୁରି ଭୟଙ୍କର ହେବ ଟ୍ରପିକାଲ ସାଇକ୍ଳୋନ ଫ୍ରେଡି । ଘନୀଭୂତ ହୋଇ ନୋଜାମ୍ବି ଉପକୂଳ ଆଡେ ମୁହାଁଉଛି । ଆଜି ରାତି ସୁଧା ଉପକୂଳରେ ମାଡ ହେବାର ସମ୍ଭାବନା ଅଛି ବାତ୍ୟା ଫ୍ରେଡି ।

ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି 165 ରୁ 185 କିମି ହେବ । ମୋଜାମ୍ବିକ ଜାମ୍ବେଜେ ରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଫ୍ରେଡି । କ୍ୟାଟାଗୋରୀ ସାମଦୃକ ଝଡ ଭାବେ ମୋଜାମ୍ବିକ, ଜାମ୍ବେଜେ ରେ ଲ୍ୟାଣ୍ଡଫଲ କରିପାରେ ଫ୍ରେଡି । ଲ୍ୟାଣ୍ଡଫଲ ପରେ ଭୟଙ୍କର ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ବ୍ୟାପକ ଜନଜୀବନ ପ୍ରଭାବିତ ହୋଇପାରେ ।

ବର୍ତ୍ତମାନ ସୁଧା ଫ୍ରେଡି ମାଡଗାସ୍କାର ର ମୋଜାମ୍ବିକ ରେ ନେଇଛି 27 ଜଣଙ୍କର ଜୀବନ । ପ୍ରଭାବିତ ହୋଇଛନ୍ତି ପାଖା ପାଖି 4 ଲକ୍ଷ ଲୋକ । 28 ହାଜରୁ ଅଧିକ ଘର ଭାଙ୍ଗିଛି ବାତ୍ୟା ଫ୍ରେଡି । ପୁରା ଭାରତ ମହାସାଗର ରେ ମାସେ ରୁ ଅଧିକ ସମୟ ରହି ସବୁ ରେକର୍ଡ ଭାଙ୍ଗିଛି ବାତ୍ୟା ଫ୍ରେଡି । ମୋଜାମ୍ବିକ ରୁ 150 କିମି ଦକ୍ଷିଣ ପୁର୍ବରେ ରହୁଛି ଫ୍ରେଡି । ଆଉ 10ରୁ 12 କିମି ଆଡକୁ ଲ୍ୟାଣ୍ଡଫଲ ଆଡକୁ ପ୍ରୋଗେଶ ହେଉଛି ।

ଆଜି ସନ୍ଧ୍ୟା ପରେ ଲ୍ୟାଣ୍ଡଫଲ ହୋଇଯିବ । କିନ୍ତୁ ପ୍ରବଳ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଫଳରେ ବନ୍ୟା ସ୍ଥିତି ଦେଖା ଯିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ପରେ ବି ଫ୍ରେଡି ଘନୀଭୂତ ସଂଘଠିତ ହେବାର ସମ୍ଭାବନା ଜଣା ପଡିଛି ଯାହା ଭାରତୀୟ ପାଣିପାଗ ପୂର୍ବ ଅନୁମାନ କରିଛି । ଏବେ ଦୁର୍ବଳ ହୋଇ ଯାଇଥିଲା ବାତ୍ୟା ଫ୍ରେଡି । କିନ୍ତୁ 12 ଘଣ୍ଟା ପୂର୍ବରୁ ବାତ୍ୟା ଫ୍ରେଡି ଅଧିକ ଘନୀଭୂତ ହୋଇଛି ।

ଲ୍ୟାଣ୍ଡଫଲ ପରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ସମ୍ଭାବନା ହେବାର ଅଛି । ଯେବେ ବି ସ୍ଥଳ ଭାଗ ଛୁଇଁଛି ବା ଲ୍ୟାଣ୍ଡଫଲ କରିଛି ଉଗ୍ର ରୂପ ଧାରଣ କରିଛି । ବର୍ତ୍ତମାନ ର ଲାଇଭ ସାଇକେଲ ଦେଖିଲେ ବାତ୍ୟା ଫ୍ରେଡି ର ପ୍ରଥମ ଲ୍ୟାଣ୍ଡଫଲ ମାଡଗାସ୍କାର ରେ ହୋଇଥିଲା ଯାହା ଫେବ୍ରୁଆରି 21 ରେ ।

ତା ପରେ ଦ୍ଵିତୀୟ ଲ୍ୟାଣ୍ଡଫଲ 24 ଫେବୃଆଋ ରେ ମୋଜାମ୍ବିକ ରେ ହୋଇଥିଲା । ଆଉ ଏବେ ତୃତୀୟ ଲ୍ୟାଣ୍ଡଫଲ ଆଜି ମୋଜାମ୍ବିକ ରେ । ଏହି ଫ୍ରେଡି ବାତ୍ୟା ସବୁ ରେକର୍ଡ ଭାଙ୍ଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *