ଭୟଙ୍କର ସୁନାମୀ ଆଣୁଛି ଆଗ୍ନେୟଗିରୀ, ବିଶ୍ଵର ଅଧାରୁ ଅଧିକ ଦେଶକୁ ରହିଛି Tsunami Alert, କଣ ଏଥିରେ ରହିଛି ଭାରତର ନାମ ? ଜାଣିବା ପାଇଁ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ପ୍ରଶାନ୍ତ ମହାସାଗରୀୟ ତଟରେ ସୁନାମୀ ବିପଦ ଆସୁଛି । ଏ ନେଇ ଜାପାନ ଠାରୁ ଆମେରିକା ଯାଏଁ ଆଲର୍ଟ ଜାରି କରା ଯାଇଛି । ଗତ କାଲି ଟୋଙ୍ଗା ଦ୍ଵିପରେ ଆଗ୍ନେୟଗିରି ଉଦ୍ଗିରଣ ପରେ ଆସିଥିଲା ସୁନାମି । ଜଳ ସ୍ତରର ସବୁଠାରୁ ବଡ ବିପଦ ରହିଛି ଜାପାନ ଉପରେ । ଆଗ୍ନେୟଗିରି ଉଦଗିରଣ ପରେ ସୁନାମୀର କାହାର ଜାପାନ ପର୍ଯ୍ୟନ୍ତ ପହଞ୍ଚି ଥିଲା ।

ଆଲାସ୍କା ଠାରୁ ପ୍ରାୟ ୧୦ ହଜାର କିମି ଦୂରରେ ସମୁଦ୍ର ଠାରୁ ଦୂରରେ ଟୋଙ୍କା ଠାରେ ଆଗ୍ନେୟଗିରି ଉଦଗିରଣ ହୋଇଥିଲା । ଏହା ପରେ ପ୍ରଶାନ୍ତ ମହାସାଗର ତଟିଆ ଅଞ୍ଚଳରେ ୪ ଫୁଟର ଜୁଆର ଉଠିଥିଲା । ଉଦଗିରଣ ସମୟରେ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ହୋଇଥିବା ସାଟେଲାଇଟ ରୁ ସ୍ପଷ୍ଟ ହୋଇଛି । ପରେ ଚାରିଆଡ ଧୂଆଁମୟ ହେବା ସହ ଓ ଜଳନ୍ତା ଅଙ୍ଗାର ବିଛେଇ ହୋଇଥିଲା । ଆଗ୍ନେୟଗିରି ଉଦଗିରଣର ତୀବ୍ରତା ରିକତର ସ୍କେଲରେ ୫.୯ ରହିଥିଲା ।

ଯାହା ଭୂମିକମ୍ପ ତୀବ୍ରତା ସହ ସମାନ ଥିଲା । ଜାପାନର ସମୁଦ୍ର କୂଳରେ ଉଚ୍ଚ ଜୁଆର ମାଡ ହେବା ଦେଖା ଯାଇଛି । ସୁନାମି ଆଲର୍ଟ ଜାରି ହେବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନ ରେ ରହିବାକୁ ଜାପାନ ସରକାର ପରାମର୍ଶ ଦେଇଛନ୍ତି । ସମୁଦ୍ର ତଟ ସହର ମାନଙ୍କରେ ଲୋକ ମାନଙ୍କୁ ସତର୍କ କାରାଯାଇ ସମୁଦ୍ର ଆଡକୁ ଯିବା ପାଇଁ ଆବରଣ କରା ଯାଇଛି । ଉଚ୍ଚ ଜୁଆର ମାଡ ସଙ୍ଗେ କୌଣସି ବ୍ୟାପକ କ୍ଷୟକ୍ଷତି ହୋଇ ନ ଥିବା ଜଣା ପଡିଛି ।

ଭୟାବହ ଆଗ୍ନେୟଗିରି ଉଦଗିରଣ ପରେ ନିୟୁଲ୍ୟାଣ୍ଡ ଓ ଫିଜୀ ଦ୍ବୀପରେ ସୁନାମୟ ଆଲର୍ଟ ସୂଚନା ଜାରି ହୋଇଛି । ଆମେରିକାର ସାନଫାନସିସ ସହରକୁ ମଧ୍ୟ ଚେତାବନୀ ଜାରି ହୋଇଛି । ଆଗ୍ନେୟଗିରି ଉଦଗିରଣରେ ଟୋଙ୍ଗା ଦ୍ଵିପ ଛାରଖାର ହୋଇ ଯାଇଛି । ଉଦଗିରଣ ପରେ ଜ୍ଵାଳାମୁଖୀ ଧୂଆଁର ଏକ ବହଳିଆ ଆସ୍ତରଣ ନୁଫୁଆ ନୋଖା ଓ ଅନ୍ୟ ସ୍ଥାନ ରେ ଦେଖା ଦେଇଥିଲା ।

ସମୁଦ୍ର ପତନ ଠାରୁ ୧୨ ମାଇଲ ଉପର ପର୍ଯ୍ୟନ୍ତ ଧୂଆଁ ଦେଖା ଯାଇଥିଲା । ଏହାର ପ୍ରାୟ ୨୦ ମିନିଟ ପରେ ସୁନାମିର ଲହର ମାଡ ହୋଇଥିଲା । ପରେ ଦେଶରେ ଟେଲିଫୋନ ଓ ଇଣ୍ଟରନେଟ ସେବା ବ୍ଯାହତ ହୋଇଛି । ଅନେକ ସ୍ଥାନ କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି ବୋଲି ସୂଚନା ରହିଛି ।

ବନ୍ଧୁଗଣ ଆପଣ ମାନନକର ଏହି ଆଗ୍ନେୟଗିରି ଉଦଗିରଣ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *