Krishna Vani- ଯେବେ ଆପଣଙ୍କୁ ସଚ୍ଚା ପ୍ରେମ ହେବ ତେବେ ଆପଣଙ୍କୁ ଜଣା ପଡିବ ପ୍ରେମ ବାସ୍ତବରେ…..

ଆମ ଜୀବନରେ କାହାକୁ ନା କାହାକୁ କେଉଁଠି ନା କେଉଁଠି ପ୍ରେମ ନିଶ୍ଚିତ ଭାବେ ହୋଇଥାଏ । ଏହି ପ୍ରେମ ମାତା ପିତାଙ୍କୁ ତାଙ୍କର ସନ୍ତାନ ମାନଙ୍କ ପ୍ରତି ହେଉ ବା ଜ୍ଞାନୀକୁ ଜ୍ଞାନ ସହ ପ୍ରେମ ହେଉ ବା କୌଣସି କଳାକାରକୁ କଳା ସହ ପ୍ରେମ ହେଉ । କଣ ବାସ୍ତବରେ ପ୍ରେମ ସମ୍ପର୍କ ମଣିଷକୁ ମୋହିତ କରିଥାଏ । ଏବେ ପ୍ରଶ୍ନ ଉଠୁଛି ପ୍ରେମ ଓ ମୋହିତ ମଧ୍ୟରେ ଅନ୍ତର କଣ ରହିଛି । ସବୁଠାରୁ ବଡ ଅନ୍ତର ହେଉଛି ଯାହା ଆମକୁ ବାନ୍ଧି ରଖେ ତାହା ହେଉଛି ମୋହ ।

କିନ୍ତୁ ପ୍ରେମ ଆମକୁ କେବେ ବାନ୍ଧି ରଖେ ନାହି । ପ୍ରେମ ବନ୍ଧନ ହେଉଛି ଯାହା ଆମକୁ ମୁକ୍ତ କରି ବିକାଶ ଆଡକୁ ପ୍ରଗତି କରାଇଥାଏ । ଉଦାହରଣ ମାତା ପିତା ନିଜର ପିଲା ମାନଙ୍କୁ ଅନ୍ୟ ନଗରୀରେ ପାଠ ପଢିବାକୁ ପଠାଇ ପାରନ୍ତି ନାହି । ନିଜ ପିଲା ମାନଙ୍କୁ ତାଙ୍କ ବନ୍ଧୁ ମାନଙ୍କ ସହ ଖେଳିବାକୁ ଛାଡନ୍ତି ନାହି ମାତା ପିତା । ଏହାର କାରଣ ହେଉଛି ନିଜ ପିଲା ମାନଙ୍କ ପ୍ରତି ମାତା ପିତାଙ୍କର ଚିନ୍ତା ରହିଥାଏ କି ତାଙ୍କୁ କୌଣସି କାରଣରୁ କେବେ ବି ପୀଡା ଅନୁଭବ ନ ହୁଏ ।

ଏଥିପାଇଁ ମାତା ପିତା ମାନେ ନିଜ ପିଲାଙ୍କୁ ବାନ୍ଧି ରଖିଥାନ୍ତି । କିନ୍ତୁ ଏହା ପ୍ରେମ ନୁହେଁ ବରଂ ମୋହ ଅଟେ । ଯଦି ଏହା ପ୍ରେମ ବନ୍ଧନ ହୋଇଥାନ୍ତା ତେବେ ମାତା ପିତା ଇଚ୍ଛା କରିଥାନ୍ତେ କି ତାଙ୍କ ସନ୍ତାନ ମାନେ ଏ ଦୁନିଆ ଦେଖନ୍ତୁ । ଦୁନିଆକୁ ବୁଝିବା ସହ ସେଠାରୁ କିଛି ଜ୍ଞାନ ଆହରଣ କରନ୍ତୁ । ନିଜର ଅନୁଭବ ରୁ କିଛି ନୂଆ କଥା ଶିକ୍ଷା ଲାଭ କରି ସନ୍ତାନ ମାନେ ନିଜର ଅଲାଗ ପରିଚୟ ସୃଷ୍ଟି କରନ୍ତୁ ଏହା ହେଉଛି ପ୍ରେମ ବନ୍ଧନ ।

ଭଗବାନ କୃଷ୍ଣଙ୍କ ମତରେ ମୋହ ରୁ ମନରେ ଭୟ ସୃଷ୍ଟି ହୋଇଥାଏ । କିନ୍ତୁ ପ୍ରେମ ବନ୍ଧନ ରୁ କେବଳ ଆନନ୍ଦ ବା ଖୁସି ମିଳିଥାଏ । ତେଣୁ ନିଜର ସନ୍ତାନ ମାନଙ୍କୁ ମାତା ପିତା ମାନେ ନ ବାନ୍ଧି ସେମାନକୁ ମୁକ୍ତ କରନ୍ତୁ । ପ୍ରତେକ ବ୍ୟକ୍ତି କୁ ମୋହ ମାୟା ତ୍ୟାଗ କରି ପ୍ରକୃତିର ଏ ପରିବେଶକୁ ଅନୁଭବ କରିବା ଉଚିତ ।

ଯଦି ଜୀବନରେ କିଛି କରିବାକୁ ଇଚ୍ଛା ଥାଏ ତେବେ କୌଣସି ବନ୍ଧନ ରେ ନ ବାନ୍ଧି ହୋଇ ଖୋଲା ଆକାଶରେ ଯେପରି ପକ୍ଷୀ ମାନେ ଉଡୁଛନ୍ତି ସେହିପରି ମୁକ୍ତ ହେବ ଉଚିତ । ଯାହା ଦ୍ଵାରା ପ୍ରେମ ସମ୍ପର୍କ ଗଭୀର ଓ ନିବିଡ ହୋଇଥାଏ । ଏପରି କ୍ଷେତ୍ରରେ ବ୍ୟକ୍ତି କୁ ଜଣା ପଡିଥାଏ କି ତାକୁ ସଚ୍ଚା ପ୍ରେମ ହୋଇଛି ଆଉ କାହା ସହ ବୋଲି ଭଗବାନ କୃଷ୍ଣ କହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *