ଭଗବାନଙ୍କ କାମ କରିବା ସମୟରେ ପାପଚିନ୍ତା ମନରେ ଆସୁଛି କି ? ଜାଣନ୍ତୁ ଏହା ପଛର ରହସ୍ୟ

ମଣିଷ ନିଜ ଜୀବନରେ ପ୍ରଭୁ ଙ୍କର ନାମ ସ୍ମରଣ କରିବା ଏକ ମହତ୍ଵ ପୂର୍ଣ୍ଣ କାମ ଅଟେ । କିଛି ଲୋକ ମାନେ ଏମିତି ଅଛନ୍ତି ଯିଏ ସର୍ବା ପ୍ରଭୁଙ୍କ ଚରଣରେ ନିଜକୁ ସମର୍ପିତ କରିଥାନ୍ତି । ଆଜି କିଛି ଲୋକ ମାନେ ପ୍ରଭୁଙ୍କର ନାମ ଉଚ୍ଚାରଣ କରିବା ଦୁରର କଥା ପ୍ରଭୁଙ୍କର ପୂଜା କରିବା ପାଇଁ ସମୟ ନ ଥାଏ । ଆଉ କିଛି ଲୋକ ମାନେ ଯେତେ ପୂଜା ପାଠ କରିଲେ ମଧ୍ୟ ତାଙ୍କ ମନରେ କିଛି ଖରାପ ବିଚାର ଆସିଥାଏ ଯାହା ଅନେକ କାରଣ ଯୋଗୁ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ପ୍ରଭୁ ଙ୍କ ନାମ ଉଚ୍ଚାରଣ କରିବା ସମୟରେ କଣ ପାଇଁ ମନରେ ଖରାପ ଚିନ୍ତା ବା ବିଚାର ଆସିଥାଏ ଏହା ପଛରେ କଣ ରହିଛି କାରଣ ସେହି ବିଷୟରେ କହିବାକୁ ଯାଉଛୁ । ଗୋଟେ ସମୟରେ ସ୍ଵାମୀ ରାମକୃଷ୍ଣ ଙ୍କୁ ଜଣେ ସାଧୁ ପ୍ରଶ୍ନ କରିଥିଲେ ଯେ ସେ ସର୍ବଦା ଭଗବାନଙ୍କ ନାମ ସ୍ମରଣ କରିବା ସହ ଭଜନ କୀର୍ତ୍ତନ କରୁଛନ୍ତି ।

ଏତେ ସବୁ କରିବା ପରେ ମଧ୍ୟ ମନରେ କଣ ପାଇଁ କୁ-ବିଚାର ଆସୁଛି ବୋଲି ସାଧୁ ଜଣକ ପ୍ରଶ୍ନ କରିଥିଲେ । ଏହା ପରେ ସ୍ଵାମିଜି ସାଧୁଙ୍କ କଥା ଶୁଣିବା ପରେ ଟିକେ ହସିଥିଲେ । ଏହା ପରେ ସ୍ଵାମିଜି ଏକ କାହାଣୀ ମାଧ୍ୟମ ରେ ସାଧୁଙ୍କୁ ଏହି କଥାର ଯଥାର୍ଥ ବୁଝାଇବାକୁ ଆରମ୍ଭ କରିଲେ । ସ୍ଵାମିଜି କହିଲେ ଯେ ଗୋଟେ ବ୍ୟକ୍ତି କୁକୁରଟି ପାଳୁଥିଲା ଯାହାକୁ ସେ ବହୁତ ଭଲ ପାଉଥିଲା । ବ୍ୟକ୍ତି ଜଣକ ସବେବେଳେ କୁକୁର ସହ ମଗ୍ନ ରହୁଥିଲା । କୁକୁର କୁ ବ୍ୟକ୍ତି ଜଣକ ନିଜ କୋଳରେ ବସାଇ ଗେଲ କରୁଥିଲା ।

ବ୍ୟକ୍ତି ଖାଇବା ସମୟରେ ହେଉ ବା ଶୋଇବା ସମୟରେ ହେଉ ବା ବାହାରକୁ ଯିବା ସମୟରେ ମଧ୍ୟ କୁକୁରକୁ ନେଇକି ଯାଉଥିଲା । ବ୍ୟକ୍ତିର କୁକୁର ସହ ଏତେ ଭାବ ଦେଖି ଜଣେ ବ୍ୟକ୍ତି ଦିନେ ତାଙ୍କୁ କହିଲେ ଯେ କୁକୁର ସହ ଏତେ ମିଳାମିଶା ଭଲ ନୁହେ । କୁକୁର ଯେ ହେତୁ ପଶୁ ତେଣୁ କେବେ କେଉଁ ମୂହୁର୍ତ୍ତ ରେ ଅଘଟଣ ଘଟାଇବା ଆର କିଛି ଭରସା ନାହି ବୋଲି କୁକୁର ପଳାଉଥିବା ବ୍ୟକ୍ତିଙ୍କୁ ଅନ୍ୟ ଜଣେ ବ୍ୟକ୍ତି ବୁଝାଇ ଥିଲେ । ଏହା ପରେ କୁକୁର ପାଳୁଥିବା ବ୍ୟକ୍ତିତୁ କୁକୁର ଠାରୁ ନିଜକୁ ଏତେ ଦୂରେଇ ଦେଲେ ଯେ କୁକୁର ତାଙ୍କ ପାଖକୁ ଆସିବା ମାତ୍ରେ ସେ ତାକୁ ମାଡ ମାରିବାକୁ ଲାଗିଲେ ।

ଏହା ଦେଖିବା ପରେ କୁକରୁ ମଧ୍ୟ ନିଜକୁ ମାଲିକ ଠାରୁ ଦୂରେଇ ରଖିଲା । ଏହି କାହାଣୀ କହିବା ପରେ ସ୍ଵାମିଜି କହିଲେ ବ୍ୟକ୍ତି ଯେଉଁ ସାଂସାରିକ ଭୋଗବିଳାସରେ ଯେଉଁ ଲୋକଙ୍କ ସହ ସଂସ୍ପର୍ଶରେ ଅଛି ସେମାନେ କିପରି ନିଜକୁ ଦୂରେଇ ପାରିବେ । ସାଂସାରିକ ମୋହମୟା ପ୍ରତି ରୁଚି ରଖିବା ବନ୍ଦ କରିବା ଉଚିତ ବୋଲି ସ୍ଵାମିଜି କହିଲେ । ଯେବେ ଖରାପ ଅଭ୍ୟାସ ଦମନ କରିବ ମନରେ ଏକାଗ୍ରତା ବଢିବ । ଏହିଭଳି ଭାବେ ସ୍ଵାମିଜି କିପରି ମନରେ ପାପଚିନ୍ତା ନ ଆସିବ ତାହା କହିଥିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *