ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପ୍ରତିଦିନ ଗାଈ ର ଏହି ଅଙ୍ଗକୁ ସ୍ପର୍ଶ କରିଲେ ସବୁ ଦୁଖ କଷ୍ଟ ଦୂର ହୋଇଥାଏ

ବନ୍ଧୁଗଣ ହିନ୍ଦୁ ଧର୍ମରେ ଗାଈକୁ ଅତ୍ୟନ୍ତ ପବିତ୍ର ପଶୁ ମାନାଯାଏ । ଶାସ୍ତ୍ର ଅନୁଯାୟୀ ଗାଈକୁ ମାତା କୁହାଯାଇଛି । ଗୋ-ମାତାଙ୍କ ଶରୀରରେ 33 କୋଟି ଦେବୀ ଦେବତାଙ୍କ ବାସ ହୋଇଥାଏ । ସଂସାର ପାଳନ ପୋଷଣ କରୁଥିବା କାମଧେନୁ ମାତା ବୋଲି ଗାଈ କୁ ମାନାଯାଏ । ତାଙ୍କର ଦର୍ଶନ ହେଲେ ମନୁଷ୍ୟର ହଜାର ପାପ ନଷ୍ଟ ହୋଇଯାଏ ।

ତେଣୁ ନିଷ୍ପା ଗାଈକୁ କେବେ ମାରିବା ବା କଷ୍ଟ ଦେବା ଅନୁଚିତ । ଏହା ସବୁଠାରୁ ବଡ ପାପ ହୋଇଥାଏ । ଭଗବାନ କୃଷ୍ଣଙ୍କର ଅତି ପ୍ରିୟ ଥିଲେ ଗାଈ । ଆଜି ଆମେ ଆପଣଙ୍କୁ କହିବୁ ଗାଈର କେଉଁ ଅଙ୍ଗ ସ୍ପର୍ଶ କରିଲେ ଦାରିଦ୍ରତା ଦୂର ହୋଇଥାଏ ।

1- ଗୋମାତାଙ୍କ ଦର୍ଶନ କରିବା ବହୁତ ଶୁଭ ହୋଇଥାଏ । ପ୍ରତେକ ଦିନ ସକାଳୁ ଗାଈର ଦର୍ଶନ ହେଲେ ପୂଣ୍ୟ ପ୍ରାପ୍ତ ହେବା ସହ ଗୋବରର ଦର୍ଶନ ହେଲେ ଲକ୍ଷ୍ମୀ ପ୍ରାପ୍ତି ହୋଇଥାଏ ।

2- କୌଣସି ଜରୁରୀ କାର୍ଯ୍ୟରେ ଯିବା ସମୟରେ ଗୋମାତାଙ୍କ ଦର୍ଶନ ହେଲେ ସେହି କାର୍ଯ୍ୟ ସଫଳ ହୋଇଥାଏ । କୌଣସି ଯାତ୍ରା ସମୟରେ ଗାଈର ଦର୍ଶନ ହେଲେ ଯାତ୍ରା ସୁଖ ପୂର୍ବକ ପୂରଣ ହୋଇଥାଏ ।

3- କୁଣ୍ଡଳିରେ ଯଦି ପିତୃ ଦୋଷ ଥାଏ ତେବେ ଶାସ୍ତ୍ର ଅନୁଯାୟୀ ଗୋମାତାଙ୍କୁ ପ୍ରତିଦିନ ରୁଟି ଓ ଘାସ ଖାଇବାକୁ ଦେଲେ ଲାଭ ହୋଇଥାଏ । ପିତୃ ଦୋଷରୁ ମୁକ୍ତି ମିଳିଥାଏ ।

4- ଯଦି ଶନିଙ୍କ ସାଢେଷାତି ଅଛି ତେବେ ପ୍ରତେକ ଶନିବାରର ଦିନ କଳା ରଙ୍ଗର ଗାଈକୁ ଘାସ ବା ରୁଟି ଖାଇଲେ ଦେଲେ ଶନି ଦୋଷ ଦୂର ହୋଇଥାଏ ।

5- ଗୋ-ମୁତ୍ର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ ହୋଇଥାଏ । ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦୃଷ୍ଟିରୁ ଏହାର ମହତ୍ଵ ରହିଛି । ଗୋ-ମୂତ୍ର ସିଂଚନ କରିଲେ ବାତାବରଣ ପବିତ୍ର ହୋଇଯାଏ । ଶରୀରକୁ ନିରୋଗ କରିବା ପାଇଁ ଗୋ-ମୁତ୍ରର ସେବନ କରିବା ଉଚିତ ।

6- କୁଣ୍ଡଳୀରେ ଶୁକ୍ରଙ୍କ ସ୍ଥିତି ଠିକ ରଖିବା ପାଇଁ ଶାସ୍ତ୍ର ଅନୁଯାୟୀ ସକାଳ ଭୋଜନରେ ଗାଈକୁ ରୁଟି ଖାଇବାକୁ ଦେବା ଉଚିତ । ଖରାପ ଗ୍ରହ କମଜୋର ଅଛି ବା କୁ-ପ୍ରଭାବ ପଡୁଛି ତେବେ ପ୍ରତେକ ଦିନ ଗାଈକୁ ସବୁଜ ଘାସ ଖାଇବାକୁ ଦେବା ଉଚିତ ।

7- ଯଦି କୁଣ୍ଡଳୀରେ ମଙ୍ଗଳ ଦୋଷ କାରଣରୁ ଅନେକ ସମସ୍ଯା ଚାଲିଛି ତେବେ ଗାଈର ସେବା କରନ୍ତୁ । ମଙ୍ଗଳବାର ଦିନ ଗାଈକୁ କ୍ଷୀର ଓ ଚଣା ଖାଇବାକୁ ଦିଅନ୍ତୁ ।

8- କୌଣସି ବ୍ୟକ୍ତିଙ୍କ ଜୀବନରେ ଶୁଭ କାମରେ ବାଧା ଆସୁଛି ତେବେ ବୃହସ୍ପତି ଗ୍ରହ ମଜବୁତ କରିବାକୁ ହେଲେ ଗାଈକୁ ଗୁଡ ଓ ଚଣା ଖାଇବାକୁ ଦେବା ଉଚିତ । ଏହାଦ୍ବାରା ଶୁଭ ପରିଣାମ ମିଳିଥାଏ ।

9- ଘରେ କଳହ ହେଉଥିଲେ ଓ ସୁଖ ସମୃଦ୍ଧି ପ୍ରାପ୍ତ ପାଇଁ ଗାଈର ଗୋବରକୁ ଜଳାଇବା ସହ ଧୂଆଁ ସଂପୂର୍ଣ୍ଣ ଘରେ ଦେବା ଉଚିତ ।

10- ଘରକୁ ଗୋମାତା ଆସିଲେ ଗୋବର ସ୍ପର୍ଶ କରିବା ଦ୍ଵାରା ଜୀବନର ସବୁ ଦୁଖର ଅନ୍ତ ହେବ ସହ ଧନର ବୃଦ୍ଧି ହେବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *