ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ପାଞ୍ଚ ଦେବ ମଧ୍ୟରୁ ଭଗବାନ ସୂର୍ଯ୍ୟଦେବ ଙ୍କୁ ପ୍ରଥମ ସ୍ଥାନ ଦିଆ ଯାଇଛି । କାରଣ ସୂର୍ଯ୍ୟଦେବ ପୃଥିବୀ ରେ ସାକ୍ଷାତ ଦର୍ଶନ ଦେଇଥାନ୍ତି । ଅର୍ଥାତ ମଣିଷର ଜୀବନଯାପନ କରିବା ପାଇଁ ସୂର୍ଯ୍ୟଦେବ ଅତ୍ୟନ୍ତ ଆବଶ୍ୟକ ଅଟନ୍ତି । ଯଦି ଜାତକରେ ସୂର୍ଯ୍ୟ ଗ୍ରହ ଠିକ ସ୍ଥାନରେ ରହିଥାନ୍ତି ତେବେ ରାଜପଦ ପ୍ରାପ୍ତି ହୋଇଥାଏ । ଏମିତି ବ୍ୟକ୍ତି ମାନେ ସମସ୍ତ ସ୍ଥାନରେ ସମ୍ମାନ ପାଇଥାନ୍ତି ।
ସୂର୍ଯ୍ୟଙ୍କ ଆରାଧନା କରିବା ଦ୍ଵାରା ବ୍ଯକ୍ତିର ଅଶୁଭ ଗ୍ରହ ଶୁଭ ଗ୍ରହରେ ପରିବର୍ତ୍ତନ ହୋଇଥାଏ । ଆଜି ଆମେ ଜାଣିବା ସୂର୍ଯ୍ୟଙ୍କୁ ଜଳ ଚଢାଇବା ସମୟରେ କେଉଁ ଗୁପ୍ତ ମନ୍ତ୍ର କହିବା ଦ୍ଵାରା ଶୁଭ ଫଳ ମିଳିଥାଏ । ସୂର୍ଯ୍ୟଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଜଳ ଅର୍ପଣ କରିବା ସବୁଠୁ ଉତ୍ତମ ଉପାୟ ଅଟେ । ଖାସ କରି ରବିବାର ଦିନ ଯେଉଁ ବ୍ୟକ୍ତି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଦିନର ଆରମ୍ଭ କରିଥାଏ ସେଭଳି ବ୍ୟକ୍ତି ଜୀବନରେ କେବେ ବି ହାରି ନ ଥାଏ ।
ସୂର୍ଯ୍ୟଦେବ ଙ୍କୁ ଜଳ ଦେବାର ମହିମା ଓ ଲାଭ ଶାସ୍ତ୍ର ରେ ମଧ୍ୟ ଉଲେଖ ଅଛି । ଶାସ୍ତ୍ର ଅନୁଯାୟୀ ଭଗବାନ ବିଶୁଣୁ ଶ୍ରୀରାମ ଙ୍କ ଅବତାର ନେଇଥିଲେ । ସେହି ସମୟରେ ଭଗବାନ ବିଶୁଣୁ ସୂର୍ଯ୍ୟଦେବ ଙ୍କୁ ଜଳ ଚଢାଇ ଥିଲେ । ସୂର୍ଯ୍ୟଦେବ ଙ୍କ କୃପାରୁ ପ୍ରଭୁ ରାମ ରାବଣର ସବୁ ପ୍ରୟାସକୁ ବିଫଳ କରିବାରେ ସକ୍ଷମ ହୋଇଥିଲେ । ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ସମୟରେ ଶାସ୍ତ୍ରରେ ଉଲେଖ ଅଛି ଓ ଏହାର ଶୁଭ ଫଳ ମଧ୍ୟ ଉଲେଖ ଅଛି ।
ସୂର୍ଯ୍ୟ ଙ୍କୁ ଆରାଧନା ଦ୍ଵାରା ସବୁ ସମସ୍ଯା ଦୂର ହେବ । ଯେଉଁ ବ୍ୟକ୍ତି ରବିବାର ଦିନ ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରି ଆରାଧନା କରିଥାଏ ସେହି ବ୍ୟକ୍ତି ଜୀବନରେ ସବୁବେଳେ ଖୁସିରେ ରହିଥାଏ । ଏଭଳି ବ୍ୟକ୍ତିଙ୍କର ସମସ୍ତଙ୍କୁ ଆକର୍ଷଣ କରିବାର କ୍ଷମତା ରହିଥାଏ । ଯେଉଁ ବ୍ୟକ୍ତି ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିଥାଏ ତାହା ଦ୍ଵାରା ଯମରାଜ ମଧ୍ୟ ପ୍ରସନ୍ନ ରହିଥାନ୍ତି ।
କାରଣ ସୂର୍ଯ୍ୟଦେବ ଯମରାଜ ଙ୍କର ପୁତ୍ର ଅଟନ୍ତି । ସକାଳୁ ସୂର୍ଯ୍ୟ ଙ୍କୁ ଜଳ ଦେବା ସମୟରେ କିଛି ନିୟମର ପାଳନ କରିବା ଉଚିତ ଯାହା ଶାସ୍ତ୍ର ରେ ଉଲେଖ ଅଛି । ପ୍ରଥମେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସେଯ ତ୍ୟାଗ କରି ସ୍ନାନ କରିବା ଉଚିତ । ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟଦେବଙ୍କ ସମୁଖରେ ସୋରିଷ ତେଲର ଦୀପ ଜଳାଇ ଦିଅନ୍ତୁ ।
ଏହା ପରେ ନିଜର ଇଚ୍ଛା କୁହନ୍ତୁ । ଏହା ପରେ ପୂର୍ବ ଦିଗ କୁ ମୁଖ କରି ତମ୍ବା ପାତ୍ରରେ ସୂର୍ଯ୍ୟଦେବଙ୍କୁ ଜଳ ଚଢାନ୍ତୁ । ଜଳ ଅର୍ପଣ କରିବା ସମୟରେ ଓମ ସୁର୍ଜ୍ଯାୟ ନମହ ମନ୍ତ୍ର ଟି 3 ଥର ଜପ କରନ୍ତୁ । ଏହା ପରେ ଭୂମିଷ୍ଠ ପ୍ରଣାମ କରି ସୂର୍ଯ୍ୟଦେବ ଙ୍କ ଆଶୀର୍ବାଦ ନିଅନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।