ଏହି 8ଟି ଗୁଣଥିବା ପୁରୁଷ ହେଉଛନ୍ତି ଭାଗ୍ଯବାନ- Vidur Niti

ବିଦୁର ନୀତିରେ ବିଦୂରଙ୍କର ବିଚାର ଥାଏ । କୁହାଯାଏକି ମହାଭାରତ ସମୟରେ ବିଦୁର ଜିଏକି ସବୁଠୁ ବୁଦ୍ଧିମାନ କୁହାଯାଏ । ବିଦୁର ସବୁ ବିଷୟ ଉପରେ ନିଜ ବିଚାରକୁ ନେଇ ବହୁତ ସ୍ପଷ୍ଟ ଥିଲେ । ତାଙ୍କର କହିବାର କଥାକି ସବୁ ବ୍ୟକ୍ତିକୁ ଅଲଗା ଅଲଗା ବିଷୟ ଉପରେ ନିଜ ବିଚାରକୁ ସ୍ପଷ୍ଟ ରୂପରେ ରଖିବା ଉଚିତ । ଏମିତି କରିବା ଦ୍ଵାରା ଜୀବନରେ ଆସୁଥିବା ଅଧା ଅସୁବିଧା ଅନ୍ତ ହୋଇଥାଏ । ବିଦୁରଙ୍କ ହିସାବରେ ସବୁ ପୁରୁଷ ମଧ୍ୟରେ ୮ ଟି ଗୁଣ ରହିବା ଦରକାର । ଯାହାଦ୍ୱାରା ତାର ସୋଭା ବଢିଥାଏ ।

ବିଦୁର ନୀତି ଅନୁସରେ ଭାଗ୍ୟଶାଳୟ ପୁରୁଷଙ୍କ ଆଠଟି ଗୁଣ :-

ପୁରୁଷ ଦୀପୟାନ୍ତି ପ୍ରଜ୍ଞା ଚ କୈଲ୍ୟାଙ୍ଗ ଚ ଦଶଙ୍ଗ ଶ୍ରୁତଙ୍ଗ ଚ ।

ପରାକ୍ରମଶ୍ରବା ବହୁ ଭାସିତ ଦାନଙ୍ଗ ଯଥାଶକ୍ତି କୃତଜ୍ଞତା ଚ ॥

ଏହି ଆଠଟି ଗୁଣ ମଧ୍ୟରୁ ପ୍ରଥମ ଗୁଣଟି ହେଲା ବୁଦ୍ଧି । ବିଦୁର କହୁଛନ୍ତିକି ସବୁ ପୁରୁଷ ମଧ୍ୟରେ ବୁଦ୍ଧି ରହିବା ଉଚିତ, କାରଣ ବୁଦ୍ଧି ର ସହାୟତାରେ ଭୁଲ ହୋଇଥିବା କାମକୁ ଠିକ କରି ହୋଇଥାଏ । ବୁଦ୍ଧି ଦ୍ଵାରା ପୁରୁଷ ଧନ କମେଇବାର ଯୋଗ୍ୟ ହୋଇଥାଏ । ବିଦୁର ଆଉ ଗୋଟେ ଗୁଣ କୁଳୀନତା କହିଛନ୍ତି । ତାଙ୍କ କହିବା କଥା ପୁରୁଷ କୁଳୀନ ହେବା ବହୁତ ଜରୁରୀ ଅଟେ । ଯେଉଁ ପୁରୁଷ କୁଳୀନ ହୋଇଥାଏ ଜୀବନରେ ସରଳତାର ସହ ଆଗକୁ ବଢିଥାଏ ।

ତୃତୀୟ ଗୁଣ ଶକ୍ତି ଅଟେ । ବିଦୁର ନୀତିରେ ବିଦୁର କହିଛନ୍ତି କେହିବି ପୁରୁଷ ଶକ୍ତି ବୀନା ପୁରୁଷତ୍ଵକୁ ପ୍ରମାଣ କରିପାରେନି । ସବୁ ପୁରୁଷ ମଧ୍ୟରେ ଶକ୍ତି ରହିବା ଆବଶ୍ୟକ । ଶକ୍ତି ସାହାର୍ଯ୍ୟରେ ହିଁ ସେ ଏଇ କଠୋର ସମାଜର ସାମ୍ନା କରାଯାଇ ପାରିବ । ବିଦୁର ନୀତିରେ ଚତୁର୍ଥ ଗୁଣ ଶାସ୍ତ୍ର ଗୁଣ ବୋଲି କୁହାଯାଇଛି । କୁହାଯାଏକି ଯେଉଁ ବ୍ୟକ୍ତିକୁ ଶାସ୍ତ୍ର ଜ୍ଞାନ ରହିଥାଏ, ସେ ନୁଜ କୁଳର ନାମ ରଖିଥାଏ । ଏହିଭଳି ଲୋକ ପୂଜ୍ୟ ହୋଇଥାନ୍ତି । ଶାସ୍ତ୍ର ଜ୍ଞାନ ଯାହାକୁ ରହିଥାଏ ତାକୁ ଦୁନିଆରେ ସନମାନ ଦୃଷ୍ଟିରେ ଦେଖାଯାଇଥାଏ ।

ବିଦୁର କହିଛନ୍ତି ପଞ୍ଚମ ଗୁଣ ପରାକ୍ରମ ହୋଇଥାଏ । ସବୁ ପୁରୁଷ ମଧ୍ୟରେ ପରାକ୍ରମ ହେବ ନିହାତି ଦରକାର । ଯେଉଁ ପୁରୁଷ ମଧ୍ୟରେ ପରାକ୍ରମ ନଥାଏ । ସେ ନିଜ କୁଳର ନାମ ମାଟିରେ ମିଶାଇ ଦେଇଥାଏ । ପୁରୁଷର ପରାକ୍ରମ ହିଁ ତାର ପେହେଚାନ ହୋଇଥାଏ । ଷଷ୍ଠ ଗୁଣ ଜଣାଇ ବିଦୁର କହିଛନ୍ତି ପୁରୁଷଙ୍କୁ କମ କଥା କହିବ ଆବଶ୍ୟକ । ଯେଉଁ ପୁରୁଷ ଅଧିକ କଥା କହିଥାଏ ସେ ସମାଜ ଓ ଘର ପରିବାରରେ ନିଜର ସନମାନ ହରାଇ ଥାଏ । ଶେଥି ପାଇଁ ସବୁ ପୁରୁଷଙ୍କୁ ଅଧିକ କହିବା ଉଚିତ ନୁହେଁ ।

ସପ୍ତମ ଗୁଣ ଜଣାଇ ବିଦୁର କହିଛନ୍ତିକି ଅସଲି ପୁରୁଷ ସେହି ଅଟେ ଯିଏ ଯଥାଶକ୍ତି ଦାନ ଦେଇଥାଏ । ପୁରୁଷ ଯାହାବି ଧନ କମେଇଥାଏ ସେ ଧନକୁ ପବିତ୍ର କରିବା ପାଇଁ ତାର ଗୋଟେ ଅଂଶ ଦାନ କରିବା ଆବଶ୍ୟକ । ଅଷ୍ଟମ ଓ ଅନ୍ତିମ ଗୁଣ ଜଣାଇ ବିଦୁର କହିଛନ୍ତିକି କୃତଜ୍ଞ ନିଶ୍ଚିତ ରୂପରେ ହେବା ଆବଶ୍ୟକ । ଆପଣଙ୍କ ପାଖରେ ଯାହାବି ଅଛି ଓ ଯେଉଁ ଭଳି ଅବସ୍ଥାରେ ଅଛି ଶେଥି ପାଇଁ ସବୁବେଳେ ଭଗବାନଙ୍କ ପାଖରେ କୃତଜ୍ଞ ଭାବ ରଖନ୍ତୁ । କୃତଜ୍ଞତା ମନୁଷ୍ୟକୁ ଗତି କରାଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *