ଗୋଟିଏ ଭାଇ ଭଉଣୀକୁ ଦେଲା ଏମିତି ଉପହାର କି ପିତା ବି ହେଇଗଲେ ଭାବୁକ, ଓ କହିଦେଲେ..

ଘରେ ଖୁସିର ଖବର ଅଛି । ବାହାଘର ପରେ ଘରର ଝିଅ ରଶ୍ମୀ ନିଜର ବାପାଘରକୁ ଆସିଛି । ବାପା ଭାବୁଥିଲେ କି କଣ କରିଲେ ଝିଅ ମୋର ଖୁସି ହୋଇଯିବ । ଏହି ସମୟରେ ବାପା ନିଜ ପୁଅ ପ୍ରିନ୍ସକୁ ଡ଼ାକିଥିଲେ ଏବଂ କହିଲେ କି ଆଜି ତୋର ଭଉଣୀର ଜନ୍ମଦିନ, ସେ ଆମ ସହିତ ନିଜର ଜନ୍ମଦିନ ପାଳନ କରିବା ପାଇଁ ଏଠାକୁ ଆସୁଛି । ସେ ଷ୍ଟେସନରେ ଅଛି ତାହାକୁ ଜଲ୍ଦି ନେଇ କରି ଆସ ।

ଭଉଣୀ ଘରକୁ ଆସିବ

ପ୍ରିନ୍ସ ଟିକେ ସମସ୍ୟାରେ ପଡିଗଲା, ଏବଂ ବାପାଙ୍କୁ କହିଲା କି – ତାହାର ଗାଡି ତାର ସାଙ୍ଗ ନେଇ ଯାଇଛି, ଏବଂ ଆପଣଙ୍କର ଗାଡିର ବ୍ରେକ ସଜାଡିବା ପାଇଁ ଡ୍ରାଇଭର ନେଇ ଯାଇଛି । ସେ ତାଙ୍କ ପୁଅକୁ କହିଲେ କି ତୁ ଷ୍ଟେସନକୁ ଅନ୍ୟ କାହାର ଗାଡି ନେଇ ଭଉଣୀକୁ ନେଇ ଆସେ । ଭାଇ ପ୍ରିନ୍ସ ଜୋରରେ ପାଟିକରି କହିଲେ କି ସେ କଣ ଛୋଟ ଝିଅ ଅଟେ କି ଆସି ପାରିବ ନାହିଁ । ଷ୍ଟେସନରେ ତାକୁ କୌଣସ ନା କୌଣସି ଗାଡି ମିଳିଯିବ । ବାପା ରାଗି ଯାଇ ପୁଅକୁ କହିଲେ – ନିଜର ଗାଡି ଥାଉ ଥାଉ ସେ ଅନ୍ୟ ଗାଡିରେ ଆସିବ ।

ବାପା ଉଠାଇଲେ ହାତ

ବାପା ଏବଂ ପୁଅ ମଧ୍ୟରେ ଏହି ବିଷୟକୁ ନେଇ ଝଗଡା ଚାଲିଲା । ଏହା ପରେ ବାପା ପୁଅକୁ ଏକ ଶକ୍ତ ଚାପୁଡା ମାରିଲେ । ଏହା ମଧ୍ୟରେ ମା ଆସି ଏହି ଝଗଡାକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଲେ । ବାପା କହିଲେ କି ଦେଖ ତମ ପୁଅକୁ କେମିତି ନିଜ ଭଉଣୀକୁ ପର କରି ଦେଉଛି ।

ପିଉସୀ ବି ଅଟେ ଭଉଣୀ

ପ୍ରିନ୍ସ ହସି କରି କହିଲା କି ବାପା ଆଜି ତ ପିଉସୀଙ୍କର ମଧ୍ୟ ଜନ୍ମଦିନ ଆପଣ କେବେ ବି ତାଙ୍କୁ ଗାଡିର ଆଣିବାକୁ ଯାଇ ନାହାନ୍ତି । ରଶ୍ମୀ ଯଦି ମୋର ଭଉଣି ଅଟେ ପିଉସୀ ବି ଆପଣଙ୍କର ଭଉଣୀ ଅଟନ୍ତି । ଏହି କଥା ସମୟରେ ଗୋଟିଏ ନୂଆ ଗାଡି ଆସି ପହଞ୍ଚିଲା । ସେହି ଗାଡିରୁ ରଶ୍ମି ଓଲହାଇ ବାପା ମାଙ୍କୁ କୁଣ୍ଢାଇ ପକାଇଲା ।

ବାପାଘରେ ମିଳେ ପରିଚୟ

ରଶ୍ମିକୁ ଦେଖି ପ୍ରିନ୍ସ ଖୁସି ହୋଇଗଲା ଏବଂ କହିଲା ହୈପ୍ପୀ ବର୍ଥଡେ ଟୂ ୟୂ ଏହା ଆପଣଙ୍କ ପାଇଁ ଗିଫ୍ଟ ଅଟେ । ବାପା ମା ଜାଣି ପାରିଲେ ନାହିଁ ଯେ ଏହି ନୂଆ ଗାଡି ଆସିଲା କେଉଁଠୁ । ପରେ ଜାଣି ପାରିଲେ କି ତାଙ୍କ ପୁଅ ପ୍ରିନ୍ସ ଏହି ଗାଡି କିଣି ତାହର ଭଉଣୀ କୁ ଗିଫ୍ଟ କରିଛି ବୋଲି ଏବଂ ପୁଅକୁ ମନ ଭିତରେ ହିଁ ପ୍ରଶଂସା କରିଲେ । ଝିଅ ଓ ଭଉଣୀ ଦୁଇଟି ଅତୁଳନୀୟ ସମ୍ପର୍କ ।

ବାହାଘର ପରେ ଝିଅ ଓ ଭଉଣୀ ଆଉ କାହାର ସ୍ତ୍ରୀ, ଭାଉଜ ଓ ବୋହୁ ହେଇ ଯାଇଥାଏ । ଝିଅ ଘରକୁ ଫେରିଥାଏ କାହିଁକି ନା ତାକୁ ତାର ସମ୍ପର୍କ ଟାଣି ଆଣି ଥାଏ । କେହି ତାକୁ ଝିଅ ଡାକିଥାଏ ତ କେହି ଭଉଣୀ, ସେଥି ପାଇ ସେ ତାର ଶାଶୁଘର ର ଦୁଖକୁ ପଛରେ ପକେଇ ପୁଣି ଥରେ ତା ଭିତରେ ଥିବା ସେଇ ପୁରୁଣା ସମ୍ପର୍କ ବଞ୍ଚି ଉଠିଥାଏ ।

ଆସା କରୁଛୁ ଆପଣଙ୍କୁ ଲେଖାଟି ନିଶ୍ଚୟ ଭଲ ଲାଗିଥିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *