ଭାଇ ଙ୍କୁ ମୁଁ ଲିଭର ଦେଇଥାନ୍ତି, କିନ୍ତୁ… ଦେଖନ୍ତୁ କଣ କହୁଛନ୍ତି ଯାତ୍ରା ଅବିନେତ୍ରୀ Rani

ନମସ୍କାର ବନ୍ଧୁଗଣ, ଫିଲ୍ମ “କୋଇଲି” ଜରିଆରେ ଡେବ୍ୟୁ କରିଥିଲେ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । କିନ୍ତୁ ଗତ କାଲି ରାତିରେ ତାଙ୍କର ହାଇଦ୍ରାବାଦ ର ଯଶୋଦା ମେଡିକାଲ ରେ ଦେ-ହା-ନ୍ତ ଘଟିଛି ଯାହାକୁ ଏବେ ଚାରି ଆଡେ ଶୋ-କ-ର ଛା-ୟା ଖେଳି ଯାଇଛି । ତେବେ ପିଣ୍ଟୁ ଙ୍କ ମୃ-ତ୍ୟୁ କୁ ନେଇ ଦୁଖ ପ୍ରକାଶ କରିବା ପାଇଁ ଯାତ୍ରୀ ଅଭିନେତ୍ରୀ ରାନୀ ପ୍ରିୟଦର୍ଶୀନୀ ଗଣମାଧ୍ୟମ ରେ ନିଜର ମତ ଦେଇଛନ୍ତି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ରାନୀ କହିଛନ୍ତି ଯେ “ଭାଇଙ୍କ କଥା ଯେତେ କହିଲେ ବି କମ ହେବ । ସେ କ୍ୟାମେରା ଆଗରେ ବହୁତ ଗର୍ଜନ କରନ୍ତି । କିନ୍ତୁ ବାହାରେ ବହୁତ ସଫ୍ଟ ମଣିଷ । ତାଙ୍କ ହୃଦୟ ବହୁତ ବଡ । କେହି ବି ଅସୁବିଧାରେ ପଡିଥିଲେ ସେ ସାଙ୍ଗେ ସାଙ୍ଗେ ସାହାଜ୍ଯ କରନ୍ତି । ସେ ସମସ୍ତଙ୍କ ସହ ମିଳାମିଶା କାନ୍ତି । କିଏ ତାଙ୍କ ବିଷୟରେ କଣ ଭବିବେ ତାହା ସେ ବୁଝନ୍ତି ନାହି । ବହୁତ ସହଜରେ ଲୋକଙ୍କ କଥା ମନ ବୁଝନ୍ତି ଭାଇ ।

ରାତିରେ କେହି ଅସୁବିଧାରେ ଥାଇ ଫୋନ କରିଲେ ଭାଇ ବାଘ ଭଳି ଗରଜା କରି ପହଞ୍ଚି ଯାଇଥାନ୍ତି । ମୁଁ ଭାଇଙ୍କ ସହ ବହୁତ ଥର କାମ କରିଛି । ଦିନେ ମୁଁ ବି ଅସୁବିଧାରେ ଥିଲି ସାଙ୍ଗେ ସାଙ୍ଗେ ଭାଇ ମୋତେ ସାହାଯ୍ୟ କରିବାକୁ ଚାଲି ଆସିଥିଲେ । କୌଣସି ଲୋକଙ୍କୁ ଗାଳି, ଗୁଲଜ କି ହଇରାଣ କରିବା ଭଳି ଖରାପ ଗୁଣ ତାଙ୍କ ପାଖରେ ନ ଥିଲା । ଏବେ 3-4 ଦିନ ତଳେ ମୁଁ ଭାଇ ଙ୍କ ସହ କଥା ହୋଇଥିଲି ।

ସେ ଭଲରେ କଥା ହୋଇପାରୁ ନ ଥିଲେ । ସେ କହିଥିଲେ ମୁଁ ଠିକ ଠାକ ଅଛି । ତଥାପି ମୋତେ ଲାଗୁଥିଲା କିଛି କଥା ଅଛି କିନ୍ତୁ ସେ କହୁ ନ ଥିଲେ । ମୁଁ ତାଙ୍କୁ ଦେଖା କରିବାକୁ ଘରକୁ ଆଉ ହସ୍ପିଟାଲ ବି ଯାଇଥିଲି । ତାଙ୍କର ରିକଭରୀ ପାଇଁ ବହୁତ ତାଙ୍କ ଆରେଞ୍ଜ ବି ହୋଇଥିଲା । ଠିକ ସମୟରେ ଯେଉଁ ଲିଭର ଟ୍ରାନ୍ସ ପ୍ଳାଣ୍ଟ ହେବାର ଥିଲା ତାହା ହୋଇପାରିଲା ନାହି ।

4 ଦିନ ଭିତରେ ଦିଲ୍ଲୀ ନେବା ପରେ ତାଙ୍କର ଲିଭର ଟ୍ରାନ୍ସ ପ୍ଳାଣ୍ଟ କରାଯିବାର ଥିଲା କିନ୍ତୁ ହେଲା ନାହି । ପରିବାର ଲୋକ ଲିଭର ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ହେଲା ନାହି । ଓଡିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା ବାହାର ଲୋକ ଲିଭର ଦେବା ପାଇଁ କିନ୍ତୁ କିଛି ବି ସୁଫଳ ହେଲା ନାହି । ଯାହା ପାଇଁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଜଟିଳ ହୋଇପଡିଲା ।

ସେଥିପାଇଁ ଦିଲ୍ଲୀ ଡାକ୍ତର ତାଙ୍କୁ ହାଇଦ୍ରାବାଦ ପଠାଇବାକୁ ପରାମର୍ଶ ଦେଇଥିଲେ । ମୁଁ ତାଙ୍କୁ ଲିଭର ଦେବାକୁ କହିଥିଲି କିନ୍ତୁ ଡାକ୍ତର ମନା କରିଥିଲେ । ଭାଇ ମୋର ରିୟଲ କଳାକାର ଥିଲେ । ସେଥିପାଇଁ ଲୋକ ମାନେ ତାଙ୍କୁ ବହୁତ ସାହାଜ୍ଯ କରିଥିଲେ ଆଉ ଭଲ ପାଇବା ଦେଇଥିଲେ ତାଙ୍କ ଦେହ ଭଲ ହେବା ପାଇଁ”। ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଅମାକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *