ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ମିହିର ଦାସଙ୍କ ପରଲୋକରେ ପୁରା ଓଲିଉଡ ଜାଗାରେ ଶୋକର ଛାୟା ଖେଳି ଯାଇଛି । ଏ ନେଇ ଅଭିନେତ୍ରୀ ଅନୁ ଚୌଧୁରୀ ମିହିର ଭାଇଙ୍କ ବିଷୟରେ କିଛି ଏମିତି କଥା କହିଛନ୍ତି ଯାହା ସମସ୍ତଙ୍କ ହୃଦୟକୁ ଛୁଇଁ ଯିବ । ସେ କହିଛନ୍ତି ପିଲାଦିନୁ ସେ ମିହିର ଭାଇଙ୍କୁ ଦେଖି ବଡ ହେବା ସହ ତାଙ୍କର ଅଭିନୟକୁ ଅନୁସରଣ କରିଛନ୍ତି । ସେ ଅନେକ ସାରା ଫିଲ୍ମ ମିହିର ଭାଇଙ୍କ ସହ କରିବାର ସୁଯୋଗ ପାଇଛନ୍ତି ।

ତାଙ୍କ ଭଳି ମଣିଷ ଆଉ ମିଳିବେ ନାହି ବୋଲି ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି । ମିହିର ଭାଇଙ୍କର ଅଭିନୟ ଜୀବନ୍ତ ହେବା ସହ ତାଙ୍କର ଅଭିନୟ ସ୍ଥାନକୁ କେହି ପୂରଣ କରିପାରିବେ ନାହି । ମିହିର ଭାଇ ଏତେ ଜଲ୍ଦି ଛାଡିକି ଚାଲିଯିବେ ତାହା ବହୁତ କଷ୍ଟଦାୟକ କଥା ଅଟେ । କୋରୋନା ପୂର୍ବରୁ ମିହିର ଭାଇଙ୍କ ସହ ଅନୁ ଚୌଧୁରୀଙ୍କର ଦେଖା ହୋଇଥିଲା ।
କେବେ ବି ମିହିର ଭାଇଙ୍କ କଥା କି ଚେହେରରୁ ଜଣା ପଡୁ ନ ଥିଲା କି ତାଙ୍କର ଦେହ ଅସୁସ୍ଥ ଅଛି । ମିହିର ଭାଇ କେବେ ବି କାହା ସହ ବଡ ପାଟିରେ କଟାହ ହୋଇ ନାହାନ୍ତି କି କାହାକୁ ଅପମାନ ଲାଗିଲା ଭଳି କଥା କହି ନାହାନ୍ତି । “ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ” ଫିଲ୍ମ ଠାରୁ ଆରମ୍ଭ କରି “ଦେବଦାସ”, “ବାଜି” ଫିଲ୍ମରେ ମିହିର ଭଳି ନେଗେଟିଭ ଓ ପଜେଟିଭ ଚରିତ୍ରରେ ଅଭିନୟ କରିଛନ୍ତି ।

ଆଜି ଯାଏଁ ରାକ୍ଷୀ ପୂର୍ଣ୍ଣିମାରେ ଲୋକ ମାନେ ରାକ୍ଷୀ ବାନ୍ଧିଳି ମୋ ରଖିବ ମାନ ଗୀତ ବଜାଇ ପାଳନ କରନ୍ତି ବୋଲି ଅଭିନେତ୍ରୀ ଅନୁ କହିଛନ୍ତି । ଅନୁ ଚୌଧୁରୀ କହିଛନ୍ତି ଏହି ଫିଲ୍ମର ଗୀତ ଭାଇ ତତେ ମୋ ରହିଲା ରାଣ ଯାହା ଲୋକେ ଆଜି ବି ମାନେ ରଖିଛନ୍ତି କିନ୍ତୁ ଆଜି ମିହିର ଭାଇ ଛାଡିକି ଚାଲିଗଲେ ।
କିନ୍ତୁ ଏତେ କମ ବୟସରେ ମିହିର ଭାଇ ପରଲୋକ ଘଟିବ ତାହା ସମସ୍ତଙ୍କୁ ବହୁତ ବାଢିଛି । ଅନୁ ଚୌଧୁରୀ କହିଛନ୍ତି ଯେ ସେ ଯେତେବେଳ ମିହିର ଭାଇଙ୍କ ସହ ଦେଖା କରିଥିଲେ ତାଙ୍କୁ ବିଶ୍ରାମ ନେବା ପାଇଁ କହିଥିଲେ । କିନ୍ତୁ ଉତ୍ତରରେ ମିହିର ଭାଇ କହିଥିଲେ ଯଦି ସେ କାମ କରିବେ ନାହି ତେବେ ସେ ଚାଲିଯିବେ ।
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଫିଲ୍ମ ସୁ ଟ ସମୟରେ ଯେତେବେଳେ ମିହିର ଭାଇ ଡେରିରେ ଶୁଟିଙ୍ଗ ସେଟକୁ ପହଞ୍ଚିଥିଲେ ସେତେବେଳେ ସେ ଦେଖିଲେ ଅନୁ ଚୌଧୁରୀ ଆଗରୁ ପହଞ୍ଚି ସାରିଛନ୍ତି । ସେହି ସମୟରେ ସେ କହିଥିଲେ ମୋ ଭଉଣୀ ମୋ ଆଗରୁ ପହଞ୍ଚି ଅଯାଇଛି ବହୁତ ବଢିଆ କଥା ଏହି କଥାକୁ ଅନୁ ଚୌଧୁରୀ ଆଜି ବି ମାନେ ରଖିଛନ୍ତି । ବହୁତ କଷ୍ଟ ହେଉଛି କାରଣ ଏତେ ଜଲ୍ଦି ମିହିର ଭାଇ ଛାଡିକି ପଳାଇଲେ । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ ଅଭିନେତା ମିହିର ଦାସଙ୍କ ବିଷୟରେ ।
ବନ୍ଧୁଗଣ ଆପଣ ମାନଙ୍କର ଅନୁ ଚୌଧୁରୀଙ୍କର ଏହି କଥାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
