ପ୍ରତିଦିନ ରାତିରେ ଅଧା ଚାମଚ ଭଜା ହୋଇଥିବା ଜୀରା ଖାଇକି ପାଣି ପିଇଲେ ଯେଉଁ ଫାଇଦା ହୋଇଥାଏ ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ଜୀରା ଦ୍ଵାରା ହେଉଥିବା ଫାଇଦା ବିଷୟରେ ତ ଶୁଣିଥିବେ । ସକାଳୁ ଖାଲି ପେଟ ଜୀରା ପାଣି ପିଇବା ଦ୍ଵାରା କିମ୍ବା ଜୀରା ଖାଇବା ଦ୍ଵାରା ବ୍ୟକ୍ତିର ଶରୀରରେ ଥିବା ଚର୍ବି କମ ହୋଇଯାଏ । ଆଜି ଆମେ ଆପଣଙ୍କୁ କଞ୍ଚା ଜିରା ବିଷୟରେ ନୁହେଁ ଭଜା ହୋଇଥିବା ଜିରା ବିଷୟରେ କହିବୁ । ଭଜା ହୋଇଥିବା ଜିରା ବହୁତ ଫାଇଦା ଦେଇଥାଏ କାରଣ ଏଥିରେ ବହୁତ ମାତ୍ରାରେ ଭିଟାମିନ ଓ ମିନରାଲ ଥାଏ, ଯାହା ଶରୀର ପାଇଁ ବହୁତ ଫାଇଦା ଦେଇଥାଏ ।

ଏହା ସହିତ ଆପଣ ରାତିରେ ଖାଦ୍ୟ ଖାଇବାର କିଛି ସମୟ ପରେ ଅଧା ଚାମଚ ଭଜା ହୋଇଥିବା ଜିରା ଖାଇକି ପାଣି ପିଇବା ଦରକାର । ଏହାଦ୍ବାରା ଶରୀରକୁ ବହୁତ ଫାଇଦା ମିଳେ ।

୧. ଯଦି ଆପଣ ନୀତିଦିନ ରାତିରେ ଅଧା ଚାମଚ ଭଜା ହୋଇଥିବା ଜିରା ଖାଇକି ପାଣି ପିଅନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ ରଖିଥାଏ । ଏହା ସହିତ ଦାନ୍ତ ଓ ମାଢିକୁ ମଜବୁତ ରଖିଥାଏ । ସେଥିପାଇଁ ପ୍ରତିଦିନ ରାତିରେ ଖାଇବା ପରେ ଏହାର ସେବନ କରନ୍ତୁ ।

୨. ଏହା ବ୍ଯତୀତ ଆପଣଙ୍କ ଗଳାରେ କୌଣସି ଅସୁବିଧା ଥାଏ ତେବେ ଅଧା ଚାମଚ ଭଜା ହୋଇଥିବା ଜିରା ଚୋବେଇକି ଖାଇଦିଅନ୍ତୁ । ଦେଖିବେ ବହୁତ ଶିଘ୍ର ଗଳା ଠିକ ହୋଇଯିବ ।

୩. ଏହା ସହିତ ବହୁତ କମ ଲୋକ ଜାଣିଥିବେ କି ଭଜା ହୋଇଥିବା ଜିରା ପାଚନ ତନ୍ତ୍ର ପାଇଁ ବହୁତ ଫାଇଦା ଦେଇଥାଏ । ଏହା ଏଥିପାଇଁ କାରଣ କାରଣ ଏଥିରେ ଯେଉଁ ତତ୍ଵ ଥାଏ, ତାହା କବ୍ଜ ଓ ଅପଚ ଭୋଜନ ଦୁଇଟି ସମସ୍ଯାକୁ ଦୂର କରେ ।

ଏହା ପୂର୍ବରୁ ଆପଣ ଅମନେ ଜିରାକୁ ଖାଦ୍ଯର ମସଲା ରୂପରେ ଓ ଖାଦ୍ଯ କାହାଇବା ଅସମୟରେ ଦହିରେ ଜିରା ମିଶେଇ ଖାଉଥିବେ । ଏହା ଖାଇବା ଦ୍ଵାରା ଖାଦ୍ଯ ବହୁତ ସ୍ଵାଦିଷ୍ଟ ଲାଗେ କିନ୍ତୁ ଜିରାର ଆହୁରି ଅନେକ ଫାଇଦା ରହିଛି ଯାହା ଆପଣ ମାନେ ଜାଣିନଥିଲେ ଯାହା ଆଜି ଆମେ ଆପଣମାନଙ୍କୁ ଜଣେଇଦେଲୁ । ଏହା ବ୍ଯତୀତ ଜିରାର ବ୍ୟବହାର କେବେଳ ଘରେ ନୁହେଁ ବାହାରେ ବିକ୍ରି ହେଉଥିବା ଚାଟ ଓ ଚଟପଟା ଆଲୁ ଆଦିରେ ବ୍ୟବହାର କରାଯାଏ । ଜିରା ଦ୍ଵାରା ଆମକୁ ବହୁତ ଫାଇଦା ମିଳିପାରେ ।

ଆଶା ଜରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣମାନଙ୍କର ସାହାଯ୍ୟ କରିବ , ଆଗକୁ ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଖବର ଓଡିଆ ପିଜେକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *