ପାଣି ପାଗ ବିଭାଗର ଚେତାବନୀ, ବଙ୍ଗୋସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ

ସବୁଦିନ ଭାରତୀୟ ପାଣି ପାଗ ବିଭାଗ ତରଫରୁ ବର୍ଷା ଓ ପ୍ରତ୍ୟକ ଦିନର ମୌସୁମୀକୁ ନେଇ ସୂ-ଚ-ନା ଜାରି କରାଯାଇଥାଏ । ଆଜିର ସୂ-ଚ-ନା ଅନୁସାରେ ଆଣ୍ଡାମାନ ସାଗାରର ଉତ୍ତର ଦିଗରେ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୁର୍ନିବଳୟ ସକ୍ରିୟ ରହିଛି । ସମୁଦ୍ର ପତନ ଠାରୁ ୩.୧ କିମି ଠାରୁ ୫.୮ କିମି ମଧ୍ୟରେ ବାଯୁମଣ୍ଡଳରେ ଏହି ଘୁର୍ନିବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ।

ଧୀରେ ଧୀରେ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗ ଆଡକୁ ଗତି କରିବ ବୋଲି ପାଣି ପାଗ ବିଭାଗ ତରଫରୁ କୁହାଯାଇଛି । ଏହା ପରେ ୪ ରୁ ୫ ଦିନ ମଧ୍ୟରେ ଏହି ଲଘୁଚାପ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡକୁ ଯିବ ବୋଲି ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି ।

କହିବାକୁ ଗଲେ ଏହି ଘୁର୍ନିବଳୟ ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି ଓ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ନେଇପାରେ ବୋଲି କୁହାଯାଉଛି । ଏହି ବର୍ଷ ଓଡିଶା ଦେଇ ବହୁତ ଲଘୁଚାପ ଓ ବାତ୍ୟା ଗତି କରିଛି । କିନ୍ତୁ ସବୁ ବର୍ଷ ଭଳି ଏହି ବର୍ଷ ବି ଓଡିଶା ଏହି ସମସ୍ତ ଲଘୁଚାପ ଓ ବାତ୍ୟାର ସାମ୍ନା କରିଛି ।

ଅନ୍ୟ ପଟେ ସରକାର ମଧ୍ୟ ବାତ୍ୟା ଓ ଲଘୁଚାପ ଗୁଡିକ ପାଇଁ ପୂର୍ବରୁ ହିଁ ସଜାଗ ଓ ସଚେତନ ହୋଇ ଯାଇଛନ୍ତି । ଏହି ବର୍ଷ ବନ୍ୟା ବାତ୍ୟା ଓ ଲଗାଣ ବର୍ଷା ଯୋଗୁ ଅଧିକ ଜଣ ଜୀବନ ନଷ୍ଟ ହୋଇ ନାହିଁ । କିନ୍ତୁ ନଦୀରେ ବନ୍ୟା ଆସିବା କାରଣରୁ କେତେକ ଗ୍ରାମ ଓ ଚାଷ ଜମିରେ ପାଣି ପଶି ଯାଇଛି ।

ବହୁ ଦିନ ପର୍ଯ୍ୟନ୍ତ କେତେକ ଗାଁରେ ପାଣି ଜମି ରହିବା କାରଣରୁ ବହୁତ ଲୋକମାନଙ୍କୁ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଏହା ଚାଷ ଜମିରେ ପାଣି ଫସିବା କାରଣରୁ ଫସଲ ମଧ୍ୟ ନଷ୍ଟ ହୋଇଛି । ଏମିତିରେ ସବୁଦିନ କୌଣସି ନ କୌଣସି ଲଘୁଚାପର ଖବର ଶୁଣିବାକୁ ମିଳୁଛି । ଯାହାକି ଅନ୍ୟ ଏକ ଚିନ୍ତାର ବିଷୟ ଅଟେ ।

Leave a Reply

Your email address will not be published. Required fields are marked *