ନମସ୍କାର ବନ୍ଧୁଗଣ, ପାକିସ୍ତାନ ର ପୂର୍ବତନ କ୍ରିକେଟର ୱାସିଙ୍ଗ ଅକ୍ରମ ତାଙ୍କ ଜୀବନର ପୁସ୍ତକ ଉନ୍ମୋଚନ ଉପଲକ୍ଷେ ଏକ ସାକ୍ଷତକାର ରେ ନିଜ ଜୀବନର କିଛି ଘଡି ସନ୍ଧି ମୂହୁର୍ତ୍ତ କୁ ଅନୁଭୂତ କରିଛନ୍ତି । ଏଥିରେ ଭାରତୀୟଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି । ୱାସିଙ୍ଗ କହିଛନ୍ତି ଯେ ” ମୋ ସ୍ତ୍ରୀ ହୁମା ଙ୍କ ଦେହ ଖରାପ ହୋଇଥାଏ । ମୁଁ ତାଙ୍କୁ ଫ୍ଲାଇଟରେ ଚିକିତ୍ସା ପାଇଁ ସିଙ୍ଗାପୁର ନେଇ ଯାଇଥାଏ ।
ହେଲେ ଫୁଏଲ ଭରିବାକୁ ବିମାନକୁ ଚେନ୍ନାଇରେ ଅବତରଣ କରିବାକୁ ପଡିଲା । ସେତେବେଳକୁ ହୁମାଙ୍କ ଅବସ୍ଥା ପୁରା ସଙ୍ଗିନ ଥିଲା । ସେ ଚେତାଶୁନ୍ୟ ହୋଇପଡିଥିଲେ । ହେଲେ ତୁରନ୍ତ ଚିକିତ୍ସା ପାଇଁ ମୋ ପାଖରେ ଭାରତର ଭିଷା ନ ଥିଲା । ସେତେବେଳେ ମୁଁ ବହୁତ କାନ୍ଦିଥିଲି । ଯେବେ ଚେନ୍ନାଇ ବିମାନ ବନ୍ଦରରେ ଓଲହାଇଲି ସେଠିକାର ଲୋକେ ମୋତେ ଚିହ୍ନିଲେ ।
ସେଠାରେ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସୁରକ୍ଷା କର୍ମୀ, କଷ୍ଟମ ଅଧିକାରୀ ଓ ଇମିଗ୍ରେସନ ଅଧିକାରୀ ମୋତେ ଚିହ୍ନିଲେ । ଆଉ ଭିଷ କଥା ଚିନ୍ତା ନ କରି ତୁରନ୍ତ ହୁମାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନେ ମୋ ପାଇଁ ଭାରତର ଭିଷା ବନ୍ଦୋବସ୍ତ କରିବାକୁ ପ୍ରସ୍ତିଶ୍ରୁତି ଦେଇଥିଲେ । ହେଲେ ସେଦିନ ଭାରତୀୟ ଅଧିକାରୀଙ୍କ ସହଯୋଗ ଓ ଭରସାକୁ ମୁଁ ଜଣେ କ୍ରିକେଟର ଭାବେ ଓ ସାଧାରଣ ବ୍ୟକ୍ତି ଭାବରେ କେବେ ବି ଭୁଲି ପାରିବି ନାହି” ।
ପାକିସ୍ତାନର ପ୍ରଖ୍ୟାତ କ୍ରିକେଟର ତଥା ପୂର୍ବତନ କ୍ଯାପଟେନ ୱାସିଙ୍ଗ ଅକ୍ରମ ଷ୍ଟାର ସ୍ପୋର୍ଟ୍ସ ସହ ଏକ ସ୍ଵତନ୍ତ୍ର ସାକ୍ଷାତକାର ରେ ଏଭଳି କହି ଭାରତୀୟ ଙ୍କ ନା ରେ ପ୍ରଶଂସା କରିଛନ୍ତି । ପ୍ରଥମ ସ୍ତ୍ରୀ ହୁମାଙ୍କ ମୃ-ତ୍ୟୁ କୁ ନେଇ ଏକେ ଭାବ ବିହ୍ଵଳ କଥା ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ହାର୍ଟ ଓ କିଡନି ସମସ୍ଯା କାରଣରୁ 2009 ହୁମାଙ୍କର ମାତ୍ର 42 ବର୍ଷ ବୟସରେ ଦେ-ହା-ନ୍ତ ହୋଇଥିଲା । 1995ରେ ୱାସିଙ୍ଗ ଅକ୍ରମ ଓ ହୁମାଙ୍କର ବିବାହ ହୋଇଥିଲା । ହୁମା ଏକ ସାଇକୋଲିଜିଷ୍ଟ ଭାବେ କାମ କରୁଥିଲେ । ଏହି ଆଧାରରେ ସେ 1991ରୁ 1994 ଯାଏଁ ପାକିସ୍ତାନ କ୍ରିକେଟ ଟିମର ମନସ୍ତତ୍ଵବିତ ଭାବେ କାର୍ଯ୍ୟ କରିଥିଲେ । ଏହି ସମୟରେ ୱାସିଙ୍ଗ ସହ ହୁମାଙ୍କ ଦେଖା ହୋଇଥିଲା ।
1993ରୁ 1994 ମଧ୍ୟରେ ଯେବେ ୱାସିଙ୍ଗଙ୍କ କ୍ଯାପଟେନସିପ କୁ ନେଇ ବିବାଦ ଆରମ୍ଭ ହୋଇଥିଲା ସେତେବେଳେ ହୁମା ତାଙ୍କୁ ସମର୍ଥନ କରିଥିଲେ । ଏହି ମନୋଭାବ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି କରିଥିଲା ଆଉ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ 2009ରେ ହୁମାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଜ୍ଵର ଭଲ ହେଲା ନାହି ।
ଫଳରେ ଚିକିତ୍ସା ପାଇଁ ଯାଇଥିଲେ ହୁମା କିନ୍ତୁ ସେଠାରେ ପହଞ୍ଚି ପାରିଲେ ନାହି । ଅନେକ ଚେଷ୍ଟା ପରେ ହୁମାଙ୍କ ସ୍ୱାସ୍ଥ୍ୟ ଭଲ ହେଲା ନାହି ଆଉ ଭାରତ ମାଟିରେ ଶେ-ଷ ନି-ଶ୍ଵା-ସ ତ୍ୟା-ଗ କରିଲେ । ୱାସିଙ୍ଗଙ୍କ ଜୀବନୀ ସୁଲତାନ ମେମୋରୀ ପୁସ୍ତକରେ ଉଲେଖ ରହିଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ୱାସିଙ୍ଗ ଆକ୍ରମଙ୍କ ଜୀବନ କାହାଣୀକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।