ଭାରତର ସବୁଠାରୁ ଧନୀ ମନ୍ଦିର ଗୁଡିକ କଣ କଣ ଅଟେ ? ଏହି ସବୁ ମନ୍ଦିର ରେ କେତେ ପରିମାଣର ସୁନା ରହିଛି ?

ଭାରତରେ ସମୃଦ୍ଧ, ସଂସ୍କୃତି, ପରମ୍ପରା, ଐତିହ୍ୟ ବିଶ୍ଵ ପ୍ରସିଦ୍ଧ । ଭାରତରେ ବହୁ ସ୍ମରଣୀୟ ଐତିହ୍ୟ, ପ୍ରାସାଦ, ତୁର୍କ, ମନ୍ଦିର ରହିଛି । ଯାହା ଭାରତର ଗୌରବମୟ ଇତିହାସର ବର୍ଣ୍ଣନା କରେ । ହରତରେ ଏମିତି ଅନେକ ମଦନିର ରହିଛି ଯେଉଁଠି ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୁଏ । ମୁକ୍ତ ହସ୍ତରେ ଶ୍ରଦ୍ଧାଳୁ ଦାନ କରନ୍ତି ।

ହିନ୍ଦୁ ଧର୍ମରେ ଲୋକ ମାନେ ସୁନା, ରୂପା, ଟଙ୍କା ଦାନ କରିବାରେ ବେଶ ପରିଚିତ । ପ୍ରତେକ ମନ୍ଦିରର କିଛି ସ୍ଵତନ୍ତ୍ରତାକୁ ନେଇ ପ୍ରସିଦ୍ଧ । ଆଜି ଆମେ ଆପଣଙ୍କୁ କହିବ ଭାରତର କେଉଁ ମନ୍ଦିର ଧନୀ ଭାବେ ବିବେଚନା କରାଯାଏ । ୧- ଶ୍ରୀ ପଦ୍ମନାଭସ୍ଵାମୀ ମନ୍ଦିର ଥିରୁଅନନ୍ତପୁରମ : କେରଳରେ ଅବସ୍ଥିତ ଏହି ମନ୍ଦିର ଭାରତର ସବୁଠାରୁ ଧନୀ ଭାବେ ଗଣନା କରାଯାଏ ।

ମନ୍ଦିରରେ ସ୍ଥାପିତ ଭଗବାନ ବିଶୁଣୁଙ୍କ ପ୍ରତିମାର ମୂଲ୍ୟ ୫୦୦ କୋଟି ଟଙ୍କା । ଏହି ମନ୍ଦିରରେ ଭଣ୍ଡାରରେ ସୁନା ଲଙ୍କାର, ହୀରା ଭରପୁର ରହିଛି । ଏଠାରେ ୩୨୦ ଟନର ସୁନା ରହିଛି ।

୨- ତିରୁମାଳ ତିରୁପତି ଭେଙ୍କେଟେଶ୍ଵର ମନ୍ଦିର : ଧନୀ ମନ୍ଦିର ତାଲିକାରେ ଆନ୍ଧ୍ରପଦେଶର ଏହି ମନ୍ଦିର ଦ୍ଵିତୀୟ ସ୍ଥାନରେ ରହିଛି । ସୂଚନା ଅନୁଯାୟୀ ୫ ହଜାର ୩୦୦ କୋଟିର ୧୦.୩ ଟନ ସୁନା ଏଠାରେ ରହିଛି । ମନ୍ଦିରର ମୋଟ ସମ୍ପତି ୨.୫୦ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ ।

୩- ସିରିଡି ସାଇବାବା ମନ୍ଦିର : ଦେଶର ସବୁଠାରୁ ଧନୀ ମନ୍ଦିର ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ମହାରାଷ୍ଟ୍ରର ସିରିଡି ସାଇ ମନ୍ଦିର । ଏଠାରେ ୩୮୦ କିଲୋଗ୍ରାମ ସୁନା, ୪୪୨୮ ଟନର ରୂପା ସହ ଡଲାର ଓ ପାଉଣ୍ଡ ଭଳି ବିଦେଶୀ ମୁଦ୍ରା ଆକାରରେ ବିପୁଳ ପରିମାଣର ଟଙ୍କା ରହିଛି । ଏହି ମନ୍ଦିରର ସମ୍ପତି ୩୨୦ କୋଟି ଟଙ୍କା ରହିଛି ।

୪- ବୈଷ୍ଣଦେବୀ ମନ୍ଦିର : ଆମ ଲିଷ୍ଟରେ ଭାରତର ଶକ୍ତିପୀଠ ମନ୍ଦିର ମଧ୍ୟରୁ ଜାମ୍ମୁରେ ଅବସ୍ଥିତ ବୈଷ୍ଣଦେବୀ ମନ୍ଦିର ଅନ୍ୟତମ । ଏହି ମନ୍ଦିରକୁ ଭକ୍ତଙ୍କ ଠାରୁ ୫୦୦ କୋଟି ଟଙ୍କା ଦାନ ମିଳିଥାଏ ।

୫- ସିଦ୍ଧି ବିନାୟକ ମନ୍ଦିର : ଧନୀ ମନ୍ଦିର ତାଲିକାରେ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ବି ପଛରେ ନାହିଁ । ଏଠାରେ ଗଣେଶ ଙ୍କ ପ୍ରତିମୂର୍ତ୍ତି ୩.୭ କିଲୋ ସୁନାରେ ନିର୍ମିତ ହୋଇଛି । ବାର୍ଷିକ ୧୨୫ କୋଟି ଟଙ୍କା ଆଦାୟ ହୁଏ ।

୬- ସ୍ଵର୍ଣ୍ଣ ମନ୍ଦିର : ଶିଖ ଧର୍ମର ମହତ୍ଵପୂର୍ଣ୍ଣ ଧର୍ମ ସ୍ଥଳ ହେଉଛି ପଞ୍ଜାବର ଅମୃତସର ସ୍ଵର୍ଣ୍ଣ ମନ୍ଦିର । ଯାହା ଗୋଲଡେନ ମନ୍ଦିର ଭାବେ ଅରିଚିତ । ୪୦୦ କିଲୋ ସୁନାରେ ଏହି ମନ୍ଦିରର ଉପର ପ୍ରସ୍ତର ନିର୍ମିତ ହୋଇଛି । ଏହାର ଆନୁମାନିକ ସମ୍ପତି ୯୦ ହଜାର ମିଲିୟନ ।

୭- ମିନାକ୍ଷୀ ମନ୍ଦିର : ଭାରତରେ ମିନାକ୍ଷୀ ମନ୍ଦିରରେ ଦିନକୁ ୨୦ରୁ ୩୦ ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । ଏହି ମନ୍ଦିରରେ ପରିସରରେ ସାଜିତ ହୋଇଛନ୍ତି ୩୦ହଜାର ମୂର୍ତ୍ତି । ଏହି ମନ୍ଦିର ତାମିଲନାଡୁର ବଡ ମନ୍ଦିର ହୋଇଥିବା ବେଳେ ଏହାର ସମ୍ପତିର ମୂଲ୍ୟ ୬ କୋଟି ଟଙ୍କା ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *