ଭଲ ନିଦରେ କେମିତି ଶୋଇବେ ? ଜାଣନ୍ତୁ କଣ କହୁଛନ୍ତି Dr Damodar Bindhani

ସମସ୍ତଙ୍କୁ ନିଦ ନିହାତି ଆବଶ୍ୟକ । ଯଦି ଶୋଇବା ସମୟ ହିସାବ କରିବେ ତେବେ ଆମ ଜୀବନରେ ଆମେ ପାଖାପାଖି ୨୭ ବର୍ଷ ଶୋଇଥାଉ । ଜୀବନର ଏକ ତୃତୀୟାନ୍ସ ସମୟ ଆମେ ଶୋଇ ବିତାଇ ଦେଇଥାଉ । ନିଦ ବିନା ଜୀବନ ଅସମ୍ଭବ । ଖାଦ୍ୟ, ପାଣି, ଓ ବସ୍ତ୍ର ଆମ ଜୀବନ ପାଇଁ ନିହାତି ଆବଶ୍ୟକ । ସେହିଭଳି ନିଦ ମଧ୍ୟ । ଯାହା ବିନା କେହି ବି ବଞ୍ଚି ପାରିବେ ନାହିଁ । ଯଦି ଆପଣ ସଠିକ ରୂପରେ ନ ଶୋଇବେ ତେବେ ଶରୀରରେ ବହୁତ ସମସ୍ୟା ସୃଷ୍ଟି ହୋଇଯିବ ।

ସେଥିପାଇଁ ଆଜିକାଲି ଯୁଗରେ ଆମ ସମସ୍ତଙ୍କୁ ଭଲ ନିଦ ଆବଶ୍ୟକ । ବର୍ତ୍ତମାନ ଯୁଗରେ ନିଦ ସମସ୍ତଙ୍କ ପାଇଁ ଗୋଟିଏ ସ୍ଵପ୍ନ ହୋଇ ଯାଇଛି । ଶୋଇବା ପାଇଁ ଆମ ପାଖରେ ସମୟ ନାହିଁ । କାରଣ ଆମର ପରିବେଶ ହିଁ ଆମକୁ ଶୋଇବାକୁ ଦେଉ ନାହିଁ ।

ସଠିକ ସମୟରେ ପର୍ଯ୍ୟାପ୍ତ ସମୟ ପର୍ଯ୍ୟନ୍ତ ଶୋଇବାକୁ ଚେଷ୍ଟା କରନ୍ତୁ । ନ ଶୋଇବା କାରଣରୁ ସମସ୍ତ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ଯେମିତି କି ହୃଦୟ ଜନିତ ରୋଗ, ମସ୍ତିଷ୍କ ଅଶାନ୍ତିଓ ପେଟରେ ଗ୍ୟାସ ସମସ୍ୟାର ମୂଳ କାରଣ ହେଉଛି ଭଲ ନିଦ ନ ହେବା । ଏ ଅନିଦ୍ରା ରୋଗରୁ ବଞ୍ଚିବା ପାଇଁ ପ୍ରଥମେ ଆପଣଙ୍କୁ ପ୍ରଥମେ ମାନସିକ ରୂପରେ ନିଜକୁ ପ୍ରସ୍ତୁତ କରିବାକୁ ପଡିବ । ନିଜ ଆଖପାଖରେ ଏକ ଭଲ ପରିବେଶ ତିଆରି କରନ୍ତୁ ଓ ନିଶ୍ଚିତ କରନ୍ତୁ କି ଆଜି ଆପଣ ଭଲରେ ଶୋଇବେ ।

୭ ରୁ ୮ ଘଣ୍ଟା ଶୋଇବା ପାଇଁ ଆପଣଙ୍କୁ ଜଲ୍ଦି ଶୋଇବାକୁ ପଡିବ । ୧୦.୩୦ ମଧ୍ୟରେ ଶୋଇବାକୁ ଚେଷ୍ଟା କରନ୍ତୁ । ଏହାରି ମଧ୍ୟରେ ଆପଣ ନିଜର ସମସ୍ତେ କାର୍ଯ୍ୟକୁ ସମାପ୍ତ କରି ଦିଅନ୍ତୁ । ଘରେ ବି ଏହିଭଳି ପରିବେଶ ସୃଷ୍ଟି କରନ୍ତୁ ଯେମିତି କି ସମସ୍ତେ ନିଜର କାମ ସମୟ ମଧ୍ୟରେ ଶେଷ କରି ଜଲ୍ଦି ଶୋଇବାକୁ ଯିବେ । ଶୋଇବା ସମୟରେ ପାଖରେ ମୋବାଇଲ, ଟିଭି ଓ ଲ୍ୟାପଟପ ଭଳି ଜିନିଷ ଯାହା ଆପଣଙ୍କୁ ଶୋଇବାରେ ବାଧା ସୃଷ୍ଟି କରୁଛି ତାକୁ ନିଜ ଠାରୁ ଦୂରେଇ ରଖନ୍ତୁ ।

ଘର ଭିତରେ ଏକ ଆରାମଦାୟକ ପରିବେଶ ସୃଷ୍ଟି କରନ୍ତୁ । ଅଧିକ ଗରମ ଓ ଅଧିକ ଥଣ୍ଡା ଚିନ୍ତାଧାରା ଆପଣଙ୍କ ନିଦରେ ବାଧା ସୃଷ୍ଟି କରେ । ସେଥିପାଇଁ ଏହି ସବୁ ଚିନ୍ତାଧାରା ମୁଣ୍ଡକୁ ଆଣନ୍ତୁ ନାହିଁ । ଘରର ପରିବେଶକୁ ସଫା ସୁତୁରା ରଖନ୍ତୁ । ଘରର ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ । ଏହା ସତ୍ବେ ଯଦି ଆପଣଙ୍କୁ ଭଲ ନିଦ ହେଉ ନାହିଁ ତେବେ ଆପଣ କିଛି ଏହିଭଳି କାମ କରନ୍ତୁ ଯେଉଁଥିରେ ଆପଣଙ୍କୁ ଭଲ ନିଦ ଆସିବ ।

ଯେମିତି କି ଗୀତ ଶୁଣି ପାରିବେ, ଥେରାପି ନିଅନ୍ତୁ ଓ ଉଷୁମ ପାଣିରେ ସ୍ନାନ କରନ୍ତୁ । ଏମିତି କିଛି ଜିନିଷ ପଢନ୍ତୁ ଯାହାକୁ ଆପଣଙ୍କର ପଢିବା ପାଇଁ ଇଚ୍ଛା ନ ଥିବା ତାହା ସତ୍ବେ ଆପଣ ତାକୁ ପଢନ୍ତୁ । ଏହା ଦ୍ଵାରା ଦେଖିବେ ଆପଣଙ୍କୁ ନିଦ ଆସିଯିବ । ନିଜର ଖାଇବା ପିଇବା ଉପରେ ବି ଗୁରୁତ୍ଵ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *