ନମସ୍କାର ବନ୍ଧୁଗଣ, ଭାଉଜ ସହ ଅ-ନୈ-ତି-କ -ସ-ମ୍ପ-ର୍କ ରଖୁଥିବା ସ୍ଵାମୀ ଭୁଲିଯାଇଛି ସ୍ତ୍ରୀ ଏବଂ ଛୁଆର ଭଲ ପାଇବା ଏବଂ ଦାୟିତ୍ଵକୁ । ଭାଉଜ ପ୍ରେମରେ ପାଗଳ ହୋଇ ସ୍ତ୍ରୀକୁ ନିର୍ଧୁମ ମାଡ ମାରୁଛି ସ୍ଵାମୀ । ସ୍ତ୍ରୀ ଶେଷରେ ସ୍ଵାମୀଙ୍କ ଅ-ତ୍ୟା-ଚା-ର ନ ସହି ପାରିବାରୁ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ଏନେଇ କଣ କହିଛନ୍ତି ମହିଳା ଜଣଙ୍କ ଏବଂ ଏହି ଖବର ସମ୍ପର୍କରେ କଣ ରହିଛି ଅଧିକ ଖବର ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ଖବର ଅନୁଯାୟୀ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ପାଟବେରେଣା ଗ୍ରାମରେ । ପାଟବେରଣା ଗ୍ରାମର କାଶୀନାଥ ବେହେରା ସାଗର ଗ୍ରାମର ପୁଷ୍ପଲତା ବେହେରାଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସ୍ଵାମୀ କାଶୀନାଥ ଆରମ୍ଭ କରିଦେଇଥିଲେ ସ୍ତ୍ରୀ ଉପରେ ନିର୍ଯାତନା । ଏହା ପୂର୍ବରୁ ଏହି ଘଟଣା ପାଇଁ ପୁଷ୍ପଲତା ଆଗରୁ ମଧ୍ୟ ଥାନର ଦ୍ଵାରସ୍ଥ ହୋଇଥିଲେ ।
ଆଉ ପୋଲିସ ଏହି କେସର ସମାଧାନ ଆପଶ ବୁଝାବଣା କରି ସମାଧାନ କରିଥିଲା । ବୁଝାବଣା ପରେ କିଛିଦିନ ବେସ ଭଲ ଭାବରେ ଚାଲିଥିଲା ସଂସାର । ହେଲେ ପୁଣି ବର୍ତ୍ତମାନ ଆରମ୍ଭ ହୋଇଗଲା ସ୍ତ୍ରୀଙ୍କ ଉପରେ ଅସହ୍ୟ ନିର୍ଯାତନା । ପୁଷ୍ପଲତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ଵାମୀଙ୍କର ସମ୍ପର୍କ ତାଙ୍କ ଭାଉଜ ସହ ରହିଛି । ସେ ଯାଇ ତାଙ୍କ ଭାଉଜ ପାଖରେ ରାତି ଦିନ ଶୋଉଛନ୍ତି ।
ତାଙ୍କ ଭାଉଜଙ୍କର ଅଇଁଠା ବାସନ ବି ଉଠାଇ ମାଜି ଯେଉଛନ୍ତି ପୁଷ୍ପଲତାଙ୍କ ସ୍ଵାମୀ । ଭାଉଜଙ୍କର ସବୁ କାମ କରିଦେଉଛନ୍ତି ପୁଷ୍ପଲତାଙ୍କ ସ୍ଵାମୀ । ଏହି କଥା ପାଇଁ ସେ ତାଙ୍କ ସ୍ଵାମୀଙ୍କୁ ବାରଣ କରିବା ସହ କହିଥିଲେ ଆମର ଗୋଟେ ଛୋଟ ଛୁଆଟେ ଅଛି ଏବେ ଆଉ ଏମିତି ଭାଉଜଙ୍କ ପାଖକୁ ଯାଅନି ।
ଏହାପରେ ସ୍ଵାମୀ ଆରମ୍ଭ କରିଦେଲେ ମାଡ ମାରିବା ଏବଂ ତାଙ୍କ ସହିତ ପୁଷ୍ପଲତାଙ୍କ ଶାଶୁ ଶଶୁର, ଯାଅ ଦେଢସୁର, ଦିଅର ସମସ୍ତେ ତାଙ୍କୁ ମାଡ ମାରିବା ସହ ଅ-ତ୍ୟା-ଚା-ର ଆରମ୍ଭ କରିଦେଲେ । ତାଙ୍କୁ ଖାଇବାକୁ ମଧ୍ୟ ଦେଲେ ନାହିଁ । ତେଣୁ ସେ ବାଧ୍ୟ ହୋଇ ନିଜ କାଖରେ ଛୋଟ ଶିଶୁଟିକୁ ଧରି ଆସି ବର୍ତ୍ତମାନ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ପୋଲିସ ପୁଣିଥରେ ଏହି ଖବରକୁ ହାତକୁ ନେବା ପରେ କଣ ପଦକ୍ଷେପ ନେଉଛି ତାହା ପରେ ଜଣା ପଡିବ ।