ଭଉଣୀକୁ ଭଲ ପାଉଥିବା ବିଫଳ ପ୍ରେମିକ ପ୍ରତିଶୋଧ ନେବାକୁ ଯାଇ ମାରିଦେଲା ଭାଇକୁ, ସମ୍ପୂର୍ଣ୍ଣ ଖବର ଜାଣି ଆପଣଙ୍କ ରକ୍ତ ଗରମ ହୋଇଯିବ

ନମସ୍କାର ବନ୍ଧୁଗଣ । ଆଜିକାଲି ପ୍ରେମ ମାମଲାକୁ ନେଇ ପ୍ରାୟତ ସବୁ ଆଡେ କିଛି ନା କିଛି ଘଟଣା ଦେଖିବାକୁ ମିଳୁଛି ସୋସିଆଲ ମିଡିଆରେ । ଏମିତି କିଛି ଘଟଣା ସମାକୁ ଆସୁଛି ଯେବେ ପ୍ରେମ ପାଇଁ କେହି ନିଜର ଜୀବନ ହଋ ଦେଉଛି ତ ଆଉ କିଛି କ୍ଷେତ୍ରରେ ପ୍ରେମ କୁ ନ ପାଇ କେହି ଅନ୍ୟର ଜୀବନ ନେଇ ଯାଉଛି । ତେବେ ଏଭଳି ଏକ ଅଭାବିନୀୟ ଘଟଣା ବର୍ତ୍ତମାନ ସାମନାକୁ ଆସିଛି । ସୂଚନା ଅନୁଯାୟୀ ବାଲିଅନ୍ତା ଥାନା ଶିଶୁଲ ରେ ଘଟିଥିବା ବବୁଲ ଓଝା ହତ୍ୟାକାଣ୍ଡ ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି ।

ପୋଲିସ ଏ ଯାଏଁ ଏହି ମାମଲାରେ ୪ ଜଣଙ୍କୁ ଅଟକ ରଖିଥିଲେ ବି କାହାକୁ ଗିରଫ କରି ନାହି । ଆଉ ହତ୍ୟାକାଣ୍ଡ ପଛରେ ଥିବା କାରଣକୂ ନେଇ ପୋଲିସ ଅନେକ ତଥ୍ୟ ହାସଲ କରିଛି । ଆଉ ଏହାରି ଭିତରେ ଆଉ ଏକ କାରଣ ହେଉଛି ବବୁଲ ଙ୍କ ଭଉଣୀ କୁ ଏକ ତରଫା ଭଲ ପାଉଥିବା ବିଫଳ ପ୍ରେମିକ ରାଜା ପ୍ରତିଶୋଧ ନେବାକୁ ଯାଇ ଏଭଳି ଷଡଯନ୍ତ୍ର ରଚିଥିଲା ଓଳି ପ୍ରମାଣ ପାଇଛି ପୋଲିସ ।

ଯାହାକୁ ନେଇ ବର୍ତ୍ତମାନ ସାରା ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି । ଆଉ ଏମିତିକି ପୋଲିସ ସମୁଖରେ ଅଟକ ଥିବା ରାଜା ସବୁ ମାନି ଯାଇଛି । ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ରାଜା ବବୁଲ ଙ୍କ ଭଉଣୀ ଙ୍କୁ ଏକ ତରଫ ଭଲ ପାଉଥିଲା । ଏଥିରେ ବବୁଲ ର ଭଉଣୀ ଏଥିରେ ରାଜି ନ ହେବାରୁ ସେ ବାଟ ଘାଟରେ ତାକୁ ଖରାପ ବ୍ୟବହାର କରୁଥିଲା ।

ଆଉ ଯେତେବଳେ ବବୁଲ ଭଉଣୀ ପୂଜାର ବାହାଘର ଅନ୍ୟ ଜାଗାରେ ସ୍ଥିର ହେଲା ସେବେ ଠାରୁ ରାଜା ପ୍ରତିଶୋଧ ନେବାକୁ ଅନାଇ ବସିଥିଲା । ବବୁଲ ଆଉ ତାଙ୍କ ପରିବାର ଉପରେ ରାଗ ରଖିଥିଲା ରାଜା । ଆଉ ତାଙ୍କର ଏକମାତ୍ର ପୁଅ ବବୁଲ କୁ ମାରି ଦେବା ପାଇଁ ଯୋଜନା ପ୍ରସ୍ତୂତ କରିଥିଲା ରାଜା ।

ଆଉ ଏପଟେ ବବୁଲ ଭଉଣୀର ବାହାଘର ଯେତିକି ପାଖେଇ ଆସୁଥିଲା ରାଜା ସେତିକି ପ୍ରତିହିଂସା ହୋଇ ଉଠିଥିଲା । ଏପଟେ ବବୁଲ କୁ ଏକା ପାଇବା ପରେ ରାଜା ବବୁଲ ର ଏକ ସାଙ୍ଗର ସାହାଜ୍ଯ ଲୋଡିଥିଲା । ଆଉ ତା ପରେ ବାବୁଲ ର ସାଙ୍ଗ ବଇରୀ ସାଜି ରାଜାକୁ ଡାକି ନେଇଥିଲା ।

ଆଉ ତା ପରେ ଯୋଜନା ଅନୁଯାୟୀ ରାତି ଅଧରେ ରାଜା ବାବୁଲ କୂ ହତ୍ୟା କରି ଫିଙ୍ଗି ଦେଇଥିଲା । ଏମିତି କିଛି ଏବେ ଚର୍ଚ୍ଚା ଦାଣ୍ଡ ରେ ପଡି ଘାଟରେ ପଡୁଛି । ତେବେ ଦେଖିବା ବାକି ରହିଲା ମୁଖ୍ୟ ଅଭିଯୁକ୍ତ ରାଜା କୁ କେବେ ଗିରଫ କରୁଛି ପୋଲିସ ? ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *