Weather Update: ଭୟଙ୍କର ରୂପ ନେଲା ‘Saheen’,

ବାତ୍ୟା ସାହିନ ସିଭିୟର ସାଇକ୍ଳୋନିକ ଷ୍ଟାର୍ମରେ ପରିବର୍ତ୍ତନ ହୋଇ ଯାଇଛି । ଇରାନ ଚବାହାର ପୋର୍ଟ ଠାରୁ ୩୨୫ କିମି ଦୂରରେ ଏହା ଅଛି । କିନ୍ତୁ ଧୀରେ ଧୀରେ ଏହା ଓମାନ ଆଡକୁ ଗତି କରୁଛି । କହିଦେଉଛୁ କି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଲାବର ଅବଶିଷ୍ଟାନ୍ସରୁ ବାତ୍ୟା ସାହିନ ସୃଷ୍ଟି ହୋଇଛି । ଆମେରିକା ପାଣି ପାଗ ସଂସ୍ଥା ଏହି ବାତ୍ୟାର ନାମକରଣ କରିଥିଲା ଓ ବର୍ତ୍ତମାନ ଏହି ପାଣି ପାଗର ପୂର୍ବାନୁମାନ ଅନୁଯାୟୀ ଏହା ଓମାନ ଆଡକୁ ଗତି କରୁଛି ।

ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦୀପ ପଟ୍ଟନାୟକଙ୍କ ଅନୁସାରେ ଏହି ବାତ୍ୟା ୧୦ ରୁ ୧୨ କିମି ସ୍ପୀଡରେ ଗତି କରୁଛି । ବର୍ତ୍ତମାନ ସାହିନ ସିଭିୟର ସାଇକ୍ଳୋନିକ ଷ୍ଟାର୍ମର ରୂପ ଧାରଣ କରିଛି, କିନ୍ତୁ ଯେତେବେଳେ ଏହା ଗଲ୍ଫ ଅଫ ପରସିଆ ଭିତରକୁ ଯିବ ତେବେ ଏହା ଧୀରେ ଧୀରେ କମଜୋର ହୋଇପାରେ ।

କିନ୍ତୁ ଏହି ବାତ୍ୟା ଯେଉଁ ଯେଉଁ ସ୍ଥାନ ଦେଇ ଯିବ ସେହି ସ୍ଥାନରେ ପ୍ରବଳ ମାତ୍ରାରେ ବର୍ଷା ନିଶ୍ଚିତ ରୂପରେ ହେବ । ମସ୍କଡ, ଦୁବାଇ ଓ ଆବୁଧାବୀରେ ଆଜି ସନ୍ଧ୍ୟା ସମୟରୁ ନେଇ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଛି । କହିଦେଉଛୁ କି ଆଜି ସନ୍ଧ୍ୟା ସମୟରେ ବାତ୍ୟା ସାହିନ ଓମାନର ସ୍ଥଳ ଭାଗକୁ ଛୁଇଁବ । ୩ ତାରିଖ ଦିନ ଅର୍ଥାତ ଗତକାଲି ଏହାର ଭୟଙ୍କର ରୂପ ଓମାନ ବସି ଦେଖିବେ । ୩ ତାରିଖ ସନ୍ଧ୍ୟା ସମୟରେ କିମ୍ବା ୪ ତାରିଖ ଦିନ ସକାଳେ ଓମାନକୁ ଗତି କରି ସାଉଦୀ ଆରବ ଆଡକୁ ଯିବ ।

୫ ତାରିଖରେ ଏହା ସାଉଦୀ ଆରବରେ ଏହି ବାତ୍ୟାର ଅନ୍ତ ହେବ । ଯଦି ପବନର ବେଗ ବିଷୟରେ କହିବା ତେବେ ବର୍ତ୍ତମାନ ସମୟରେ ବାତ୍ୟା ସାହିନ ସମୁଦ୍ରରେ ସିଭିୟର ସାଇକ୍ଳୋନିକ ଷ୍ଟାର୍ମରେ ଅଛି, କିନ୍ତୁ ଯେତେବେଳେ ସେ ଓମାନ ଛୁଇଁବ ସେହି ସମୟରେ ସେ ସେହି ମରୁଭୁମିର ଗରମ ପବନ ପାଇବ । ଏହା ଦ୍ଵାରା ଏହି ବାତ୍ୟାର ଶକ୍ତି ଧୀରେ ଧୀରେ କମ ହୋଇଯିବ । ଅନୁମାନ କରାଯାଉଛି କି ସେହି ସମୟରେ ବାତ୍ୟା ସାହିନର ପବନର ବେଗ ୮୦ ରୁ ୯୦ କିମି ପ୍ରତି ଘଣ୍ଟା ରହିବ ।

ଆଜି ସନ୍ଧ୍ୟା ସମୟରୁ ୫ ତାରିଖ ସକାଳ ମଧ୍ୟରେ ଦୁବାଇ, ଆବୁଧାବୀ, ମସ୍କଡ ଏହି ସବୁ ସ୍ଥାନରେ ବହୁତ ବର୍ଷା କରାଇବ । କହିଦେଉଛୁ କି ଏହି ବାତ୍ୟାର ପ୍ରଭାବ ପାକିସ୍ତାନ ଓ ଇରାନ ଉପରେ ବି ଅଳ୍ପ ପ୍ରଭାବ ପକାଇ ପାରେ । କିନ୍ତୁ ବାତ୍ୟା ସାହିନ ଦୁଇଟି ଦେଶ ଯେମିକି କି ଓମାନ ଓ ୟୁନାଇଟେଡ ଆରବ ଆମିରେତ ଉପରେ ଅଧିକ ପ୍ରଭାବ ପକାଇବ । ଏହି ସ୍ଥାନରେ ଅବସ୍ଥା ସହ ପବନର ବେଗ ବି ବଢିବ । ସାଉଦୀ ଆରବରେ କେବଳ ବର୍ଷା ହେବ ।

Leave a Reply

Your email address will not be published. Required fields are marked *