ଏହି ପାରିବା ଖାଇଲେ ମଧୁମେହ ଭଳି ଅନେକ ବିପଦ ଜନକ ରୋଗରୁ ପାଇବେ ମୁକ୍ତି – ଖାଲି ଖାଇବାର ତରିକା ଜାଣି ନିଅନ୍ତୁ

ହେଲ୍ଲୋ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁନ୍ଦର ସ୍ୱାସ୍ଥ୍ୟ ଟିପ୍ସ ଯାହା ଆପଣଙ୍କର ବହୁତ ବଡ ବଡ ରୋଗକୁ ଚୁଟକିରେ କରିବ ଶେଷ । ଆଜ୍ଞା ହଁ ଯେମିତିକି ଆପଣ ମାନେ ଜାଣିଥିବେ ଆଜି କାଲି ଡାକ୍ତର ମାନେ ମଧ୍ୟ ରୋଗୀଙ୍କୁ ସବୁଜ ପନିପରିବା ଖାଇବାର ପରାମର୍ଶ ଦେଉଛନ୍ତି । ତେବେ ଆଜି ଆମେ ମଧ୍ୟ ଆପଣଙ୍କୁ ସେହିଭଳି ଏକ ପାରିବା ବିଷୟରେ କହିବୁ ଯାହା ଖାଇବା ଦ୍ଵାରା ଆପଣଙ୍କର ବଡ ବଡ ରୋଗ ଭଲ ହୋଇଯିବ ।

‘ଭେଣ୍ଡି ଏକ ଭଲ ପାରିବା’ ଛୋଟ ବେଳେ ସମସ୍ତେ ଏହି ଶବ୍ଦ ନିଶ୍ଚିନ୍ତ ଶୁଣି ଥିବେ । ଆପଣ ଠିକ ବୁଝିଲେ ଆଜି ଆମେ ଏହି ଭେଣ୍ଡି ଉପରେ ଆପଣଙ୍କୁ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଦେବାକୁ ଯାଉଛୁ । ଯାହାକୁ ନିଜର ଦୈନଦିନ ଜୀବନରେ ପ୍ରୟୋଗ କରି ଆପଣ ବହୁତ ଗୁଡେ ରୋଗରୁ ମୁକ୍ତି ପାଇପାରିବେ । ଏଥିରେ ପ୍ରଚୁର ପରିମାଣରେ ପଟାସିୟମ ଓ ଫାଇବର ଭରି ରହିଥାଏ ।  ଯାହା ରକ୍ତରେ କୋଲଷ୍ଟ୍ରଲ ମାତ୍ରା ହ୍ରାସରେ ସହାୟକ ହୋଇଥାଏ । ତେବେ ଏହା ବ୍ୟତୀତ ଅନ୍ୟ କି କି ରୋଗ ଭଲ କରିବାରେ ଭେଣ୍ଡି ସାହାଜ୍ଯ କରେ ଆସନ୍ତୁ ଜାଣିବା ।

 

 

ଯାହାର ମଧୁମେହ ରୋଗର ସମସ୍ୟା ଅଛି ସେହି ରୋଗୀଙ୍କ ପାଇଁ ଭେଣ୍ଡି ହେଉଛି ଏକ ମହୌଷଧି । ଏଥିରେ ଥିବା ଫାଇବର ଓ ୟୁନୋନାଲ ରକ୍ତରେ ସର୍କରାର ପରିମାଣ ହ୍ରାସ କରିବାରେ ସାହାଯ୍ୟ କରେ ଓ ମଧୁମେହ ରୋଗକୁ କନ୍ଟ୍ରୋଲରେ ରଖେ । କେବଳ ମଧୁମେହ ନୁହେଁ ବରଂ ଏହା କର୍କଟ ରୋଗ ଭଳି ଭୟଙ୍କର ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ।

ଏହା ଅନ୍ତନାଳିରେ ହେଉଥିବା କଲୋନ କ୍ୟାନସର ରୋକିବାରେ ସହାୟକ ହୁଏ । କେବଳ ସେତିକି ନୁହେଁ ବରଂ ଏହା ଦୃଷ୍ଟିଶକ୍ତି ବଢାଇବାରେ ମଧ୍ୟ ସହାୟ କରେ । ଏଥିରେ ଥିବା ଭିଟାମିନ-ଏ, ଭିଟା କେରୋଟିନ ଓ ଆଣ୍ଟିଅକ୍ସିଡେଣ୍ଟ ଆଖିର ଦୃଷ୍ଟି ଶକ୍ତି ବଢାଇବା ସହ ନେତ୍ର ଜନିତ ବିଭିନ୍ନ ସମସ୍ୟାରୁ ମୁକ୍ତ ରଖିଥାଏ । ଦେହରେ ଚର୍ବି ଲାଗିଥିଲେ ନିୟମିତ ଭେଣ୍ଡି ଖାଆନ୍ତୁ ଦେଖିବେ ଆପଣଙ୍କର ଓଜନ ହ୍ରାସ ହେବ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଥାଏ ଯାହା ଶରୀରର ରୋଗ ପ୍ରତିଷେଧକ ଶକ୍ତିବୃଦ୍ଧି କରାଇଥାଏ । ରାତିରେ ଭେଣ୍ଡିକୁ ଏକ ଗିଲାସ ପାଣିରେ ବୁଡାଇ ରଖନ୍ତୁ । ସକାଳୁ ସେହି ପାଣିକୁ ପିଅନ୍ତୁ, ଏହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *