ବନ୍ଧୁଗଣ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁ ରେ ଠକେଇ ଅଭିଯୋଗ ଆସିଛି । ନିଜର ପ୍ରଦକ୍ଷଣ ହାଉସର ଯେଉଁ ମାନେ କଳାକାର କରନ୍ତି ସେମାନଙ୍କୁ ଟଙ୍କା ନ ଦେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ “ଶାନ୍ତି” ସିରିଏଲ ର ଶୁଟିଙ୍ଗ ହେଉଥିଲା ଅକ୍ଷୟ ପରିଜାଙ୍କ ପ୍ରଡକସନ ହାଉସ ରେ । କିନ୍ତୁ ଏହି ସିରିଏଲର ଯେଉଁ ମାନେ ଅଭିନୟ କରୁଥିଲେ ସେମାନଙ୍କୁ ଅକ୍ଷୟ ପରିଜା ଏ ଯାଏଁ ପେମେଣ୍ଟ କରି ନାହାନ୍ତି ।
ଯାହା ଫଳରେ ପ୍ରଡକସନ ହାଉସ ଗେଟ ସମାନ ରେ ଠିଆ ହୋଇ କଳାକାର ମାନେ ଦାବି କରୁଛନ୍ତି ତାଙ୍କର ପାରିଶ୍ରମିକ ଟଙ୍କା ତାଙ୍କୁ ଦିଆଯାଉ । କିନ୍ତୁ ସମୟ ପରେ ସମୟ ଗଡିବା କାରଣରୁ ସବୁ କଳାକାର ଙ୍କ ଠାରୁ ଆରମ୍ଭ କରି ଟେକସିଆନ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଏ ନେଇ କର୍ମକର୍ତ୍ତା ମାନେ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି ।
ଏ ନେଇ କର୍ମକର୍ତ୍ତା ମାନେ କହିଛନ୍ତି ଯେ “ସମସ୍ତେ କାମ କରୁଥିଲେ କିନ୍ତୁ ପଇସା ମିଳି ନାହି । ପଇସା ଦେବେ କହି ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ଦେଉ ନାହାନ୍ତି । ଏତେବେଳେ କହୁଛନ୍ତି ଚ୍ଯାନେଲ ଦେଇ ନାହି ଆଉ କେବେ କହୁଛନ୍ତି ଚ୍ଯାନେଲରୁ ପାଇଲେ ଦେବୁ । କିନ୍ତୁ ଚ୍ଯାନେଲ କହୁଛି ଆମେ ଦେଇ ଦେଇଛୁ ।
ମୋ ପଇସା ତ ବାକି ଅଛି କିନ୍ତୁ 50 ଜଣଙ୍କୁ ନେଇ ଆମେ କରିଥିଲୁ ସମସ୍ତେ ଆସିଛୁ ପଇସା ନେବା ପାଇଁ । 3 ମାସର ଟଙ୍କା ବାକି ଅଛି । ଅକ୍ଷୟ ସାର ଙ୍କ ସହ ଆଲୋଚନା ହୋଇଥିଲା ଆଉ ସେ ଡେଟ ଦେଇଥିଲେ ପଇସା ଦେବାକୁ କିନ୍ତୁ ମିଳିଲା ନାହି । ସେଥିପାଇଁ ବାଧ୍ୟ ହୋଇ ସମସ୍ତେ ଆସିଛନ୍ତି । ଟେକଶିଆନ, ଆର୍ଟିଷ୍ଟ ମାନଙ୍କର ପଇସା ବାକି ଅଛି ।
ଆଉ ଜଣେ କର୍ମ କର୍ତ୍ତା କହିଛନ୍ତି ” ଆମେ ନଭେମ୍ବର ରୁ ପେମେଣ୍ଟ ପାଇ ନାହୁଁ । ବାରମ୍ବାର ଆମେ ଅପେକ୍ଷା କରି ସାରିଲୁଣି । ଏହା ପରେ ବି ତାଙ୍କର କିଛି ରେସପଣ୍ଡ ନାହି । ଆମେ ଏବେ ଅକ୍ଷୟ ବାବୁ ରେସପଣ୍ଡ ଦେଉଛନ୍ତି କିନ୍ତୁ ନୂଆ ଡେଟ ଦେଉଛନ୍ତି । ଆମେ ଅଫିସରେ ଯାଇ କଥା ହେଇଛୁ । କିନ୍ତୁ କିଛି ଲାଭ ନାହି ।
ଆମେ ମାନେ ବହୁତ ଦୁଖିତ କାରଣ ଆମେ ଆମେ ବହୁତ କଷ୍ଟ କରିଛୁ ପରିଶ୍ରମ କରିଛୁ ଯଦି ପାରିଶ୍ରମିକ ଦେବେ ଆହି । ଆଉ ଆମେ ଏଠାକୁ ଆସି ଭିକାରି ଭାଇ ବାରମ୍ବାର ନେହେରୁ ହେବୁ ବହୁତ ଅସୁନ୍ଦର ଲାଗୁଛି ବହୁତ କଷ୍ଟ ହେଉଛି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।