ଭିଜା ବାଦାମ ଖାଇବାର ଫାଇଦା ଓ କ୍ଷତି, ଖାଇବାର ସଠିକ ତରିକା- Health Tips

ଆଜି ଆମେ ଆପଣ ମାନଙ୍କୁ ଭିଜା ବାଦାମ ଖାଇବାର ଫାଇଦା କଣ ହୋଇଥାଏ ଓ ଏହା ଅଧିକ ଖାଇବା ଦ୍ଵାରା କେଉଁ ଭଳି କୁପରିଣାମ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଏହା ଛଡା ବାଦାମ ଖାଇବାର ସଠିକ ସମୟ କଣ ଓ ଏହାକୁ କିପରି ଭାବେ ଖାଇ ହେବ ତାହା ମଧ୍ୟ ଆଲୋଚନା କରିବୁ । ବାଦାମ ଆମ ଶରୀର ପାଇଁ ବହୁତ ଲାଭବାନ ହୋଇଥାଏ । ଏହା ଏକ ଏମିତି ଡ୍ରାଏଫୃଟ୍ସ ଯାହାକୁ ଆପଣ ଦୁଇ ବର୍ଷ ଯାଏଁ ଷ୍ଟୋର କରି ରଖି ପାରିବେ ।

ବାଦାମରେ ଜିଙ୍କ, କ୍ୟାଲସିୟମ, ଆଇରନ, ଭିଟାମିନ-ଇ, ମ୍ୟାଗ୍ନେସିୟମ ଓ ଓମେଗା-୩ ପ୍ରଚୁର ପରିମାଣରେ ରହିଛି ଯାହା ଆମ ଶରୀର ପାଇଁ ଫାଇଦା ହୋଇଥାଏ ।

୧- ଭିଜା ବାଦାମକୁ ସକାଳେ ସେବନ କରିବା ଦ୍ଵାରା ଫାଇଦା ମିଳିଥାଏ । ଯଦି ଆପଣ ୱେଟଲସ ପାଇଁ ବାଦାମ ସେବନ କରୁଥାନ୍ତି ତେବେ ଏହାକୁ ସକାଳେ ଖାଇବା ପୂର୍ବରୁ ସେବନ କରିବା ଉଚିତ । ଯଦି ଆପଣଙ୍କୁ ନିଦ ହେଉନି ତେବେ ରାତି ସମୟରେ ଏହାର ସେବନ କରିବା ଉଚିତ । ଏହା ଛଡା ଯଦି ଆପଣ ବ୍ୟାୟାମ କରୁଛନ୍ତି ତେବେ ୩୦ ମିନିଟ ପୂର୍ବରୁ ଏହାର ସେବନ କରିବା ଉଚିତ ।

୨- ବାଦାମ ଖାଇବାର ସଠିକ ଉପାୟ ହେଉଛି ରାତିରେ ଏହାକୁ ପାଣିରେ ଭିଯାଇ ରଖି ସକାଳେ ଏହାର ଚୋପା ଛଡାଇ ସେବନ କରନ୍ତୁ । ଏହା ଦ୍ଵାରା ଆମ ଶରୀରକୁ ବହୁତ ଫାଇଦା ହୋଇଥାଏ । ଏହା ଛଡା ବାଦାମ ସହ କ୍ଷୀର ଓ ଖଜୁର ମିକ୍ସ କରି ପିଇଲେ ଶରୀରକୁ ତାକତ ମିଳିଥାଏ । ଏହା ଛଡା ଭିଜା ବାଦାମକୁ କିସମିସ ଓ ଚଣା ସହ ଖାଇଲେ ଏହା ଅଧିକ ଲାଭଦାୟକ ହୋଇଥାଏ ।

୩- ପ୍ରତି ଦିନ ୪ଟି ବାଦାମ ଖାଇବା ଶରୀର ପାଇଁ ଉଚିତ । କିନ୍ତୁ ଯଦି ଆପଣ ଜିମ ଯାଉଛନ୍ତି ତେବେ ଆପଣ ୪ରୁ ୫ଟି ବାଦାମ ସହ କ୍ଷୀର ଓ ଖଜୁର ସେକ କରି ସେବନ କରିଲେ ଶରୀର ପାଇଁ ଭଲ ହୋଇଥାଏ ।

୪- ଯଦି ଆପଣ ବାଦାମ ପ୍ରତି ଦିନ ସେବନ କରିବେ ତେବେ ସେଥିରେ ଥିବା ଭିଟାମିନ-ଇ ଆମ ସ୍କିନ ଗ୍ଲୋ କରିବାରେ ସହୟତା ହୋଇଥାଏ । ଏହା ଛଡା ବାଦାମ ଖାଇବା ଦ୍ଵାରା ପାଚନ କ୍ରିୟା ଭଲ ହୋଇଥାଏ । ଏହା ଦ୍ଵାରା ଓମେଗା-୩ ବାଦାମରେ ଥିବାରୁ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଏହା ଛଡା ଶରୀରର ଚର୍ବି କମ ହେବାରେ ଭିଜା ବାଦାମ ସହାୟକ ହୋଇଥାଏ ।

ଭିଜା ବାଦାମରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା ହୃଦୟ ଜନିତ ସମସ୍ଯାରୁ ମୁକ୍ତ ରଖିଥାଏ । ଏହା ଛଡା ହାର୍ଟ ଆଟାକର ସମସ୍ଯା କଣ ହୋଇଥାଏ । ଏହା ଛଡା କେଶ ଝଡିବା ଓ ବଢିବାରେ ଭିଜା ବାଦାମର ସେବନ ନିହାତି ଜରୁରୀ ହୋଇଥାଏ । ଏହା ବ୍ଯତୀତ ଡାଇବେଟିସ ନିୟନ୍ତ୍ରଣ ହେବା ସହ ଆମ ଶରୀରର ବୋନ୍ସ ମଧ୍ୟ ମଜବୁତ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *