ଭୋ ଭୋ ହୋଇ କାନ୍ଦିଲେ ମହିଳା ଅତିରିକ୍ତ ତହସିଲଦାର । ଲୋକେ କହିଲେ ଆମେ ତୁମ ସହ ସବୁ କିଛି କରି ପାରିବୁ । ତୁମ ଭିଡିଓ ରେକର୍ଡ କରି ତୁମକୁ ଭାଇରାଲ କରି ଦେବୁ । ହଁ ଦର୍ଶକ ବନ୍ଧୁ ମହିଳା ଅତିରିକ୍ତ ତହସିଲଦାର କେମିତି କାନ୍ଦୁଛନ୍ତି ଆପଣ ମାନେ ଥରେ ନଜର ପକାନ୍ତୁ । ପ୍ରଥମେ ତହସିଲଦାର ଙ୍କ କାର୍ଜ୍ୟାଳୟ କୁ ଧସେଇ ପଶିଲେ । ଆଉ ମହିଳା ଅତିରିକ୍ତ ତହସିଲଦାର ଙ୍କୁ କରିଲେ ଦୁର୍ବ୍ୟବହାର ।
ଫାଇନ କଟା ଯିବାକୁ ନେଇ ଦାଦାଗିରି । କେମିତି ଫାଇନ କଟାଇବ ଆମେ ଦେଖିବୁ କହି ଏମିତି ଧମକ ଦେଲେ କିଛି ଦୁର୍ବୁର୍ତ୍ତ । ଯାହାକୁ ନେଇ କେମିତି ଭୟରେ ମହିଳା ଅତିରିକ୍ତ ତହସିଲଦାର ଜଣକ କାନ୍ଦୁଛନ୍ତି ଯାହାର ଭିଡିଓ ଗତ କିଛି ସମୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଅତିରିକ୍ତ ତହସିଲଦାର ଙ୍କ କ୍ଷେତ୍ରରେ ।
ତେବେ ତହସିଲଦାର ଜଣକ କହିଛନ୍ତି ଯେ ପବ୍ଲିକ ବୋଲି ତୁମେ ମାନେ କଣ ମୋର ରେପ କରିବ ଦେବ ନା କଣ ? ସୂଚନା ଅନୁଯାୟୀ 3 ଜଣ ଯୁବକ ଟ୍ବିଟ କରି କହିଥିଲେ ଯେ ନାରିପୂର ଗାଁ ର ଏକ ସ୍ଥାନରେ ବିନା ଅନୁମତିରେ ମାଟି ଉଠା ଯାଉଛି । ଯାହାକୁ ଭିତ୍ତି କରି ଜିଲ୍ଲାପାଳ ତହସିଲଦାର ଙ୍କୁ ତଦନ୍ତ କରିବା ପାଇ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ତହସିଲଦାର ଏହି ଦାୟିତ୍ଵ ଅତିରିକ୍ତ ତହସିଲଦାର ଙ୍କୁ ଦେଇଥିଲେ ।
ତେବେ ଅତିରିକ୍ତ ତହସିଲଦାର ନରିପୂର ଯାଇ ତଦନ୍ତ କରିଥିଲେ ଓ ମାଟି ଉଠାଉ ଥିବା ଲୋକଙ୍କୁ କହିଥିଲେ ଯେ ଅଫିସରେ ଆସି ଫାଇନ ଦେଇଯିବେ । ହେଲେ ଯେବେ ଅଫିସକୁ ଅତିରିକ୍ତ ତହସିଲଦାର ଫେରୁଥିଲେ ସେତେବେଳେ ବାଟ ରେ ଟ୍ଵିଟ କରିଥିବା 3 ଜଣ ଯୁବକ ଅଟକାଇ ଥିଲେ । ଅସଭ୍ୟ ଭାଷାରେ ଗାଳି ଦେଇଥିଲେ ଅତିରିକ୍ତ ତହସିଲଦାର ଙ୍କୁ ।
ଖାଲି ସେତିକି ନୁହେଁ ବରଂ ପରେ ଅଫିସରେ ପସି ଧମକାଇ ଥିଲେ ଆଉ କହିଥିଲେ ଆମେ ପବ୍ଲିକ ଯାହା ପାଇବୁ ତାହା କରିବୁ । ଫାଇନ ଦେଉଥିବା ସହ ତହସିଲଦାର ଙ୍କୁ ଦୁର୍ବ୍ୟବହାର କରୁଛନ୍ତି 3 ଜଣ ଯୁବକ । ଅଫିସରେ ଉପସ୍ଥିତ ଥିବା ଏହି ଲୋକ ମାନେ ହିଁ ମହିଳା ଙ୍କୁ ଦୁର୍ବ୍ୟବହାର କରିଥିଲେ । ସେପଟେ ଏହି ଘଟଣା କୁ ନେଇ ଆଗରପଡା ଥାନାରେ ଏତାଲା ଦେଇଛନ୍ତି ଅତିରିକ୍ତ ତହସିଲଦାର ।
ତେବେ ଭୟରେ କାନ୍ଦି କାନ୍ଦି ତହସିଲଦାର ଙ୍କ ସ୍ୱାସ୍ଥ୍ୟ ଏବେ ଅସୁସ୍ଥ ହୋଇ ପଡିଛି । ସେଥିପାଇଁ ସେ ଚିକିତ୍ସିତ ହେଉଛନ୍ତି । ଏତାଲା ଦେବା ପରେ ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।