ଭୋକିଲା ଲୋକଙ୍କୁ ବହୁତ ଶୀଘ୍ର ରାଗ କାହିଁକି ଆସେ? ଏହା ପଛରେ ଅଛି ଏହି ବଡ କାରଣ

ଏହି ଦୁନିଆରେ ଲୋକମାନଙ୍କୁ କେବେ ନା କେବେ ବିନା କାରଣରେ ବହୁତ ଜଲ୍ଦି ରାଗ ଆସିଯାଏ । ଏଥିରେ କୌଣସି ଆଶଙ୍କା ନାହିଁ କି ଯେବେ ଗୋଟେ ବ୍ୟକ୍ତିକୁ ଚିଡଚିଡା ଲାଗେ ତେବେ ମଣିଷ ବହୁତ ଜଲ୍ଦି ବିନା କାରଣରେ ରାଗିଯାଏ । ଯଦି କୌଣସି ବ୍ୟକ୍ତି ମାନସିକ ଶକ୍ତିରୁ ଠିକ ନଥାଏ ମାନେ ତା ମନ ଓ ମୁଣ୍ଡ ଶାନ୍ତ ନଥାଏ, କୌଣସି କଥାକୁ ନେଇ ସେ ଚିନ୍ତାରେ ଥାଏ ତେବେ ତାକୁ ବହୁତ ରାଗ ଆସିଯାଏ ।

ସେ ଟିକେ ଟିକେ କଥାରେ ଚିଡି ଯାଏ । ଏହା ବ୍ୟତୀତ ଅଚାନକ ରାଗିବାର ଅନ୍ୟ ଏକ କାରଣ ମଧ୍ୟ ଅଛି ।

କୌଣସି ବ୍ୟକ୍ତିକୁ ଅଚାନକ ରାଗିବାର ଅନ୍ୟ ଏକ କାରଣ ହେଉଛି ଭୋକିଲା ରହିବା । ଏହା ତ ସାଧାରଣ କଥା ଯେବେ କୌଣସି ବ୍ୟକ୍ତିକୁ ଭୋକ ଲାଗେ ତାକୁ ରାଗ ମଧ୍ୟ ଜଲ୍ଦି ଆସେ । ଯେବେ କୌଣସି ବ୍ୟକ୍ତିକୁ ଭୋକ ଲାଗେ ସେବେ ତାକୁ ଖାଦ୍ଯ ଛଡା ଆଉ କିଛି ଭଲ ଲଗେନି, ଆଉ ମଧ୍ୟ ଏହା ଦ୍ଵାରା ତାର ସ୍ଵଭାବ ବହୁତ ଜଲ୍ଦି ବଦଳିଯାଏ ।

ଆମେରିକାର ଏକ ରିସର୍ଚ ଦ୍ଵାରା ଜଣେ ଛାତ୍ରର କହିବା ଅନୁସାରେ ଯେବେ କୌଣସି ବ୍ୟକ୍ତିକୁ ଭୋକ ଲାଗିଥାଏ, ସେବେ ତାର ମାନସିକ ଭାବନା ବଦଳିଯାଏ ଏବଂ ତାର ଦୁନିଆକୁ ଦେଖିବାର ନଜର ବଦଳିଯାଏ । ଯଦି ଆମେ ସିଧା ଶବ୍ଦରେ କହିବ ତେବେ ବ୍ୟକ୍ତିକୁ ଭୋକ ଲାଗିବାର କାରଣ ତାର ମୁଣ୍ଡ ଉପରକୁ ଚଢିଥାଏ ଏବଂ ଏହାର ପ୍ରଭାବ ତାର ବିଚାର ଉପରେ ପଡିଥାଏ । ନିକଟରେ ଅକ୍ଶପୋଡ ଶବ୍ଦକୋଶ ବାଲା ହୈଂଗରୀ ଶବ୍ଦକୁ ସ୍ୱୀକାର କରିଛନ୍ତି ।

ଏହି ହୈଂଗରୀ ଶବ୍ଦଟି ହଂଗରୀ ଓ ଏଂଗ୍ରୀ କୁ ମିଶେଇକି ବନା ହେଇଛି । ଏହାର ମାନେ ହଉଛି ଭୋକ କାରଣରୁ ରାଗ ଆସିବା । ଭୋକର ପ୍ରଭାବ ବ୍ଯକ୍ତିର ଇମୋଶନ ଉପରେ ମଧ୍ୟ ପଡିଥାଏ । ଏହା ବ୍ଯତୀତ ରିସର୍ଚର ମାନେ କହିଲେ ତାଙ୍କ କାମ କେବେଳ ଭୋକ ସହିତ ଜଡିତ ଭାବନାତ୍ମକ ସ୍ଥିତିକୁ ମନୋବିଜ୍ଞାନ ଜରିଆରେ ଅଧୟନ କରିବା ଅଟେ ।

ଏବେ ପର୍ଯ୍ୟନ୍ତ ସେମାନେ ଚାରି ହଜାରରୁ ଅଧିକ ଲୋକଙ୍କ ଉପରେ ଏହି ରିସର୍ଚ କରିସାରିଲେଣି । ଏହା ଦ୍ଵାରା ଜଣାପଡିଲା ଯେ ଭୋକର ପ୍ରଭାବ ବ୍ୟକ୍ତିର ମୁଣ୍ଡ ଉପରେ ପଡିଥାଏ, ଯାହା ଦ୍ଵାରା ଭୋକିଲା ବ୍ୟକ୍ତିକୁ ବହୁତ ଜଲ୍ଦି ଭୋକ ଲାଗିଥାଏ ।

Leave a Reply

Your email address will not be published. Required fields are marked *