ଭୁଲ Accountକୁ ଟଙ୍କା ପଳାଇଲେ କଣ କରିବେ ? UPI ବ୍ୟବହାର କରୁଥିଲେ ଏହାକୁ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଡିଜିଟାଲ ଉପାୟରେ ଲେନଦେନ ପ୍ରକ୍ରିୟା ଏବେ ସହଜ ହୋଇ ଗଲାଣି । ଏଣିକି ପକେଟରେ ଟଙ୍କା ରଖି ଲୋକଙ୍କୁ କେଉଁ ଆଡେ ଯାତ୍ରା କରିବାକୁ ପଡୁ ନାହି ବା ସାଙ୍ଗରେ ଡେବିଟ ବା କ୍ରେଡିଟ କାର୍ଡ ନେବାକୁ ପଡୁ ନାହି । ୟୁପିଆଇ ପେମେଣ୍ଟ ସିଷ୍ଟମ ମାଧ୍ୟମରେ ଲୋକେ ଅତି ସହଜରେ ପେମେଣ୍ଟ କରିପାରୁଛନ୍ତି । କିନ୍ତୁ ୟୁପିଆଇ ପେମେଣ୍ଟ କରିବା ଯେତିକି ସହଜ ସେତିକି ବିପଦ ମଧ୍ୟ ରହିଛି । ମୋବାଇଲ ନମ୍ବରରେ ତାଙ୍କ ଟ୍ରାନ୍ସଫର କରିବା ବେଳେ ଯଦି ମୋବାଇଲ ଭୁଲ ହୁଏ ତେବେ ତାଙ୍କ ଆଉ କାହା ପାଖକୁ ଚାଲିଯାଏ ।

ଯଦି ଆପଣଙ୍କ ସହ କେବେ ଏପରି ଘଟିବ ତେବେ ଟଙ୍କା ଫେରି ପାଇବା ଏପାଇଁ କାହା ପାଖରେ ଅଭିଯୋଗ କରିବେ ଓ କଣ କରିବେ ଆସନ୍ତୁ ଜଣାଇବା । ଗୁଗୁଲ ପେ, ଫୋନପେ, ପେଟିଏମ ଭଳି ୟୁପିଆଇ ପ୍ଲାଟଫର୍ମରେ ଟଙ୍କା ଟ୍ରାନ୍ସଫର ବେଳେ ଯଦି ଭୁଲରେ ଟଙ୍କା ଆଉ କାହା ପାଖକୁ ଟ୍ରାନ୍ସଫର ହୋଇଯାଏ ତେବେ ତାହା ଫେରାଇ ଆଣିବା ପାଇଁ କୌଣସି ଉପାୟ ନାହି । ଏଭଳି ସ୍ଥିତିରେ ସେହି ବ୍ୟକ୍ତି ହିଁ ଆପଣଙ୍କ ଟଙ୍କା କୁ ଫେରାଇ ପାରିବେ ଯେଉ ବ୍ୟକ୍ତିଙ୍କ ପାଖକୁ ଭୁଲରେ ଟଙ୍କା ଟ୍ରାନ୍ସଫର ହୋଇଯାଇଛି ।

କିନ୍ତୁ ଆପଣ ଅଭିଯୋଗ କରି ତାଙ୍କ ଫେରି ପାଇପାରିବେ । ୟୁପିଆଇ ପେମେଣ୍ଟ ଆପ, ବ୍ଯାଙ୍କ, ଏନପିସିଆଇ ଙ୍କ ସହାୟତାରେ ଟଙ୍କା ଫେରି ପାଇବେ । ଆସନ୍ତୁ ଜାଣିବା କେମିତି ଅଭିଯୋଗ କରିବେ ଟଙ୍କା ଫେରି ପାଇବାକୁ । ଯଦି ଆପଣ ୟୁପିଆଇ ଜରିଆରେ ଭୁଲ ପେମେଣ୍ଟ କରିଛନ୍ତି ତେବେ ସେହି ଟ୍ରାଞ୍ଜାକସନ ର ଏକ ସ୍କ୍ରିନ ସଟ ନିଅନ୍ତୁ । ଏହା ପରେ ସେହି ଆପ ର ଆସିଷ୍ଟାନ୍ଟ ସେକ୍ସନ କୁ ଯାଇ ଅଭିଯୋଗ କରନ୍ତୁ । ଏହି ଆମ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହା ପରେ ଆପଣ ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ ।

ଯେଉଁ ବ୍ଯାଙ୍କ ଖାତାରୁ ଟଙ୍କା ଟ୍ରାନ୍ସଫର ହୋଇଛି ସବୁ ତଥ୍ୟ ଦିଅନ୍ତୁ । ବ୍ଯାଙ୍କ ସବୁ ତଥ୍ୟ ଯାଞ୍ଚ କରିବା ପରେ ଆପଣଙ୍କ ସହୟାତ କରିଥାଏ । ଯଦି ୟୁପିଆଇ ଆପ ଓ ବ୍ଯାଙ୍କ ତରଫରୁ କୌଣୟ ସହୟତା ନ ମିଳେ ତେବେ ଆପଣ ଦ୍ଵିତୀୟ ଉପାୟ ଆପଣେଇପାରିବେ । ୟୁପିଆଇ ଜରିଆରେ ଭୁଲ ଖାତାରେ ଟଙ୍କା ଟ୍ରାନ୍ସଫର ହୋଇଥିଲେ ଆପଣ ଏନପିସିଆଇ ୱେବ ସାଇଟରେ ଅଭିଯୋଗ କରିପାରିବେ ।

ଅଭିଯୋଗ କରିବା ପାଇଁ ଏନପିସିଆଇ ୱେବ ସାଇଟ ର ଦିପୁଟ ଋଡ୍ରେଶାଲ ମେକାନିଜିମ ଉପରେ କ୍ଲିକ କରନ୍ତୁ । କ୍ଲିକ ପରେ ଏକ ଫର୍ମ ଫିଲପ କରିବାକୁ ଦିଆଯିବ । ଫର୍ମ ରେ ସବୁ ତଥ୍ୟ ଦେବା ସହ ବ୍ଯାଙ୍କ ଷ୍ଟେଟମେଣ୍ଟ ଅପଲୋଡ କରିବାକୁ ପଡିବ । ଅଭିଯୋଗ କରିବା ପରେ ଆପଣଙ୍କ ଟଙ୍କା ଫେରି ପାଇବାର ସମ୍ଭାବନା ରହିଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *