ଦର୍ଶକ ବନ୍ଧୁ ଟେବଲ ଉପରେ ସାରା ବସିଛନ୍ତି ପିଲାମାନେ ତଳେ ପାଠ ପଢୁଛନ୍ତି । ଦର୍ଶକ ବନ୍ଧୁ ଯେଉଁ ଯୁବକ ଜଣକ ପାଠ ପଢାଉଛନ୍ତି ସେ କିନ୍ତୁ ସାର ନୁହନ୍ତି । ବରଂ ତାଙ୍କ ମା ଏଠାରେ ଶିକ୍ଷୟତ୍ରୀ ଅଛନ୍ତି । ଆଜି ମା ନ ଥିବାରୁ ସେ ପିଲାଙ୍କୁ ପାଠ ପଢାଉଛନ୍ତି । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହି । କାରଣ ଘଟଣା ପୁରା ସତ । ମା ଙ୍କ ବଦଳରେ ପିଲାଙ୍କୁ ପୁଅ ପଢାଉଉଛି ପାଠ ।
ଏମିତି ଏକ ଅଭନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଗୋପାଳ ପ୍ରାଥମିକ ସ୍କୁଲ ରେ । ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ସ୍କୁଲରେ ନିଯୋଜିତ ହୋଇଥିବା ଶିକ୍ଷୟତ୍ରୀ ସ୍କୁଲ ଆସି ନ ଥିଲେ । ଏମିତିକି ମା ଙ୍କ ଆସିବା ସମୟରେ ପାଉ ସ୍କୁଲକୁ ଆସି ପିଲାଙ୍କୁ ପ୍ରାର୍ଥନା କରାଇ ଥିଲେ । ଚେୟାର ରେ ବସିବା ସହ ପାଠ ପଢାଇଲେ ।
କିନ୍ତୁ ଶିକ୍ଷୟତ୍ରୀ ଙ୍କ ବଦଳରେ କାହିଁକି ତାଙ୍କ ଆଉ ଆସିଛନ୍ତି ସେ ନେଇ ବିରୋଧ କରିଥିଲେ ଗାଁ ଲୋକେ । ଆଉ ଗାଁ ଲୋକଙ୍କ ବିରୋଧ ପରେ ପହଞ୍ଚି ଥିଲେ ଶିକ୍ଷୟତ୍ରୀ । ଅଭିଯୋଗ ଖାଲି ଏତିକିରେ ସରି ନାହି ବରଂ ଗାଁ ଲୋକେ କହିଛନ୍ତି ମା ଙ୍କ ବଦଳରେ ଏମିତି ଅନେକ ଥର ପୁଅ ଆସି ପାଠ ପଢାଉଛନ୍ତି । ସରକାର ଦେଉଥିବା ମଧ୍ୟାହ୍ନ ଭୋଜନ ବି ଖାଆନ୍ତି ।
ତେବେ ସ୍କୁଲରେ 2 ଜଣ ଶିକ୍ଷୟତ୍ରୀ ଥିବା ବେଳେ ଜଣେ ଛୁଟି ରେ ଯାଇଛନ୍ତି । ସରକାରୀ ରେକର୍ଡ ଅନୁଯାୟୀ ସ୍କୁଲରେ ମାତ୍ର ଜଣେ ଶିକ୍ଷୟତ୍ରୀ ପାଠ ପଢାଇବା କଥା ହେଲେ ସେ ନିଜେ ନ ଆସି ପୁଅଙ୍କୁ ପାଠ ପଢାଇବାକୁ କହୁଥିବାରୁ ଅବିଭାବକ ମଧ୍ୟରେ ପ୍ରବଳ ଅସନ୍ତୋଷ ବଢିଛି । ପୁରା ଘଟଣାରେ କିନ୍ତୁ ଶିକ୍ଷୟତ୍ରୀ ଜଣକ ଅଲଗା କଥା କହିଛନ୍ତି । ଶିକ୍ଷତ୍ରି କହିଛନ୍ତି ଯେ ଘରେ ଟିକେ ଅସୁବିଧା ଥିଲା ।
ତେଣୁ ପୁଅକୁ ପଠାଇ ଥିଲି ସ୍କୁଲ ଗେଟ ତାଲା ଖୋଲିବା ପାଇଁ । ପିଲାଙ୍କୁ ମୁଁ ନୀତିଦିନ ଆସି ପାଠ ପଢାଉଛି ବୋଲି ଶିକ୍ଷୟତ୍ରୀ କହିଛନ୍ତି । ସେପଟେ ବ୍ଲକ ଶିକ୍ଷା ଅଧିକାରୀ କହୁଛନ୍ତି ଅଭିଭାବକ ଙ୍କ ଅଭିଯୋଗ ପରେ ପୁରା ଘଟଣାର ତଦନ୍ତ ହେବା ସହ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ନିଆଯିବ । ସରକାରୀ ସ୍କୁଲରେ କେମିତି ପିଲା ମାନେ ପାଠ ପଢିବେ ସେ ନେଇ ଅନେକ ଚେଷ୍ଟା ଅକରୁଛନ୍ତି ସରକାର ।
କିନ୍ତୁ ବାସ୍ତବ ରେ ସ୍ଥିତି କିନ୍ତୁ ଭିନ୍ନ । କେଉଁଠି ଶିକ୍ଷକ ଡେରି ରେ ଆସୁଛନ୍ତି ତ ଆଉ କେଉଁଠି ଶିକ୍ଷୟତ୍ରୀ ଙ୍କ ବଦଳରେ ପୁଅ ପାଠ ପଢାଉଛନ୍ତି । ଯାହାକୁ ନେଇ ଏବେ ଶିକ୍ଷା ବିଭାଗରେ ଅସନ୍ତୋଷ ପ୍ରକାଶ ପାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।