ବର୍ବାଦ ହୋଇଯିବ ଆପଣଙ୍କ ଚେହେରା ! ଯଦି ଚେହେରାରେ ଭୁଲରେବି ଲଗାନ୍ତି ଏହି ୭ଟି ଜିନିଷ ?

ଲୋକମାନେ ସୁନ୍ଦର ଦେଖାଯିବ ପାଇଁ କଣ ମାନେ କଣ ଲଗାଉଛନ୍ତି । ବିଭିନ୍ନ ପ୍ରକାରର ବିଉଟି ପ୍ରଡକ୍ଟ ପ୍ରୟୋଗ କରୁଛନ୍ତି । ଲୋକଙ୍କ କହିଥିବା ଉପାୟ ପ୍ରୟୋଗ କରନ୍ତି, ଏମିତିକି ଇଣ୍ଟରନେଟରେ କହୁଥିବା ଟିପ୍ସ ମଧ୍ୟ ପ୍ରୟୋଗ କରନ୍ତି । ଏହି ଉପାୟ ଦ୍ୱାରା କିଛି ଦିନ ପାଇଁ ଚେହେରା ଚମକି ଥାଏ ଏବଂ ପରେ ସେଇ ପୁରୁଣା ସମସ୍ୟା ସାମ୍ନାକୁ ଆସିଥାଏ ।
କିଛି ଲୋକଙ୍କରତ ଚେହେରା ସମ୍ପୂର୍ଣ୍ଣ ଖରାପ ହୋଇଯାଏ ।

ଆଜି ମୁଁ ଆପଣଙ୍କୁ ସେହି ଜିନିଷ ବିଷୟରେ କହିବି ଯାହାର ପ୍ରୟୋଗ ଦ୍ୱାରା ଆପଣଙ୍କ ଚେହେରା ଖରାପ ହୋଇପାରେ ।

୧ । ପୁଦିନା

ପୁଦିନା ଚେହେରା ପାଇଁ ବହୁତ ହାନିକାରକ ହୋଇଥାଏ । ପୁଦିନା ଭିତରୁ ମେନଥଲ ମିଳିଥାଏ ଯାହା ଆପଣଙ୍କ ସ୍କିନକୁ ଲାଲ କରିପାରେ । ଏହା ବ୍ୟତୀତ ଚେହେରାରେ ପୁଦିନା ଲଗାଇବା ଦ୍ୱାରା ଶ୍ୟାମଳପଣ ବଢିଥାଏ । କିଛି କ୍ଷେତ୍ରରେ ଲୋକ ଏହା ଲଗାଇବା ଦ୍ୱାରା ବ୍ରଣ ଭଳି ସମସ୍ୟା ମଧ୍ୟ ଭୋଗିଛନ୍ତି ।

୨ । ଟୁଥପେଷ୍ଟ

ଟୁଥପେଷ୍ଟକୁ ସ୍କିନରେ ଲଗାଇବା ଦ୍ୱାରା ଆପଣଙ୍କ ଚେହେରାର ସ୍କିନ କୁଞ୍ଚିତ ହୋଇଯାଏ ।

୩ । ବେକିଙ୍ଗସୋଡ଼ା

ଏହାକୁ ଅଧିକ ଲଗାଇବା ଦ୍ୱାରା ଚେହେରାର ରଙ୍ଗ ଫିକା ପଡ଼ିଯାଏ । ସାଥିରେ ଏଥିରେ ମହଜୁଦ ଲେଡ ଆପଣଙ୍କ ଚେହେରାରେ ବ୍ରଣ ଉତ୍ପନ କରେ । ଏହାକୁ ଭୁଲରେବି ଚେହେରାରେ ଲଗାନ୍ତୁ ନାହିଁ ।

୪ । ବୋଡିଲୋସନ

ବହୁତ ଲୋକଙ୍କର ଅଭ୍ୟାସ ହୋଇଥାଏକି ସେମାନେ ବୋଡିଲୋସନକୁ ନିଜ ଚେହେରାରେ ଲଗାଇଥାନ୍ତି । ଏହା କରିବା ଦ୍ୱାରା ଏଥିରେ ମହଜୁଦ କେମିକାଲସ ଆପଣଙ୍କ କୋମଳ ଚେହେରାର ସ୍କିନକୁ ବର୍ବାଦ କରିଦିଏ । ଏଥିପାଇଁ ଚେହେରାରେ କେବଳ ଫେସ କ୍ରିମର ହିଁ ବ୍ୟବହାର କରନ୍ତୁ । ବୋଡିଲୋସନକୁ ଚେହେରାରେ ଭୁଲରେବି ଲଗାନ୍ତୁ ନାହିଁ ।

୫ । ସେଓର ସିରକା

ଚେହେରାରେ କେବେବି ସେଓର ସିରକା ଡାଇରେକ୍ଟ ଲଗାଇବା କଥା ନୁହଁ । ଏଥିରେ କିଛି ମାତ୍ରା ଏସିଡ ରହିଥାଏ । ଯାହା ଆପଣଙ୍କ ସ୍କିନକୁ ଇନଫେକ୍ସନ କରିପାରେ । ଯଦି ଆପଣ ଏହାକୁ ଲଗାଇବାକୁ ଚାହ୍ନନ୍ତି ତେବେ ପାଣିରେ ମିଶାଇ ଲଗାନ୍ତୁ ।

୬ । ଭେସଲିନ

ଭେସଲିନକୁ ଚେହେରାରେ ଲଗାଇବା ଦ୍ୱାରା ଧୂଳିକଣିକା ଏହା ଆଡକୁ ଅଧିକ ଆକର୍ଷିତ ହୋଇଥାଏ । ଏହାକୁ ଲଗାଇବା ଦ୍ୱାରା ସ୍କିନର ଲୋମ ଛିଦ୍ର ବନ୍ଦ ହୋଇଯାଏ । ଯାହାଦ୍ୱାରା ଆପଣଙ୍କ ଫେସରେ ବ୍ରଣ ଉତ୍ପନ ହୁଏ ଏବଂ ଆପଣଙ୍କ ଚେହେରା ଖରାପ ଦେଖାଯାଏ ।

୭ । ବିଅର

ବିଅରରେ ମହଜୁଦ ଏସିଡ଼ିଟିକ ତତ୍ୱ ଆପଣଙ୍କ ଚେହେରାର ଚମକ ଫିକା କରିଦିଏ । ଏହାକୁ ଲଗାଇବା ଦ୍ୱାରା ସ୍କିନ ଶୁଷ୍କ ହୋଇଯାଏ । କେବଳ ଏତିକି ନୁହେଁ ଯଦି ଆପଣ ଏହାକୁ ଅଧିକ ମାତ୍ରାରେ ଲଗାନ୍ତି ତେବେ ଆପଣଙ୍କ କୋମଳ ଚେହେରାରେ ଦାଗ ଆସିଯାଏ ଏବଂ ବ୍ରଣ ବାହାରେ । ଏଥିପାଇଁ ଯଦି ଆପଣଙ୍କୁ କେହି ବିଉଟିସିଆନ ଚେହେରାରେ ବିଅର ଲଗାଇବାକୁ କୁହେ ତେବେ ଏହାକୁ ଭୁଲରେବି ଲଗାନ୍ତୁ ନାହିଁ ।

ଏବେ ଜଣାନ୍ତୁ କଣ ଆପଣଙ୍କ ଚେହେରା ପାଇଁ ଲାଭଦାୟକ ଅଟେ ।

୧ । ହଳଦୀ

ଚେହେରାରେ ହଳଦୀ ଲଗାଇବା ଦ୍ୱାରା ଚେହେରାର ରଙ୍ଗ ଗୋରା ହୋଇଥାଏ ।

୨ । ଗାଈର କଞ୍ଚା କ୍ଷୀର

ଚେହେରାରେ କଞ୍ଚା କ୍ଷୀର ଲଗାଇବା ଦ୍ୱାରା ଶ୍ୟାମଳପଣ ଦୂର ହୋଇଥାଏ ।

୩ । ବେସନ

ତ୍ୱଚାର ଚମକ ବଢାଇବା ପାଇଁ ବେସନ ଲଗାଇବା ଲାଭକାରୀ ମାନାଯାଏ ।

୪ । ଏଲୋଭେରା

ଏହା ଲଗାଇବା ଦ୍ୱାରା ସ୍କିନରେ ଦାଗ ଦୂର ହୋଇ ଚେହେରା ଗୋରା ହୋଇଥାଏ ।

Leave a Reply

Your email address will not be published. Required fields are marked *