ଭୁଲରେ ବି କାହାକୁ ପାଦ ଛୁଇଁ ପ୍ରଣାମ କରନ୍ତୁ ନାହିଁ, କେମିତି କରିବେ ସଠିକ ପ୍ରଣାମ ଜାଣନ୍ତୁ

ଦର୍ଶକ ବନ୍ଧୁ ଆମ ସଂସ୍କୃତି ଆଉ ପରମ୍ପରା ସବୁଠାରୁ ଉର୍ଦ୍ଧ ରେ । ଭାରତୀୟ ସଂସ୍କୃତି ପ୍ରଣାମ କରିବାର ବିଧି ରହିଛି । ଯାହା ଅନ୍ୟ କୌଣସି ଜାଗାରେ ଆପଣ ପାଇବେ ନାହି । ପ୍ରଣାମ କରିବା ବା ପାଦ ସ୍ପର୍ଶ କରିବା ଠାରୁ ସମ୍ମାନ ଜନକ ଅଭିବାଦନ ଆଉ କିଛି ନାହି । ଆମର ବରିଷ୍ଠ ବ୍ୟକ୍ତି, ଗୁରୁ, ଅତିଥି ଆମ ଘରକୁ ଆସିଲେ ଆମେ ଚରଣ ସ୍ପର୍ଶ କରିଥାଉ । ଏହି ପରମ୍ପରା କେବଳ ଭାରତ ବର୍ଷ ରେ ଦେଖିବାକୁ ମିଳିଥାଏ ।

ତେଣୁ ଆମ ପରମ୍ପରା ବିଶ୍ଵ ରେ ମହାନ ଅଟେ । ଆମେ ଯାହାଙ୍କୁ ପ୍ରଣାମ କରୁଛୁ ସେ ଆମକୁ ଆଶୀର୍ବାଦ ଦେଇଥାନ୍ତି । କିନ୍ତୁ ଶାସ୍ତ୍ର ରେ ପ୍ରଣାମ କରିବାର ବିଶେଷ ବିଧି ରହିଛି । ଆଜି ଆମେ ଆପଣଙ୍କୁ କହିବୁ କେଉଁ ସ୍ଥିତି ରେ ପ୍ରଣାମ କରିବା ଅନୁଚିତ ଅଟେ । ଶାସ୍ତ୍ର ଅନୁଯାୟୀ ଦୂରରେ ଥିବା ସମୟରେ ବା ଜଳରେ ଥିବା ବା ଦୌଡୁଥିବା ସମୟରେ ବା ଧନ ପାଇଁ ଉନମୋତ ହେଉଥିବା ସମୟରେ ବା କ୍ରୋଧିତ ସମୟରେ ପାଦ ସ୍ପର୍ଶ କିମ୍ବା ପ୍ରଣାମ ବା ଚରଣ ସ୍ପର୍ଶ କରିବା ମନା ଅଟେ ।

ଆଗକୁ ଶାସ୍ତ୍ର ରେ ଲେଖା ଯାଇଛି ଯଦି ଆପଣ ଘରେ ନାହାନ୍ତି ଆଉ କୁଳ ପୁରୋହିତ ପୂଜା କର୍ମ ପାଇଁ ଆପଣଙ୍କ ଘରକୁ ଆସିଛନ୍ତି ପୂଜା ପାଇଁ ପ୍ରସ୍ତୁତ କରୁଛନ୍ତି ସେହି ସମୟରେ ତାଙ୍କୁ ପ୍ରଣାମ କରିବା ଅନୁଚିତ । ଏମିତିକି ପୁରୋହିତ ପୂଜା କରିବା ସମୟରେ ପ୍ରଣାମ କରିବା ଅନୁଚିତ । ଶବ ଦାହ କରି ଶ୍ମଶାନ ରୁ ଫେରୁଥିବା ସମୟରେ ବା ଧ୍ୟାନ ବା ପ୍ରାର୍ଥନା କରୁଥିବା ବ୍ୟକ୍ତି ବା ସୋଇଥିବା ବ୍ୟକ୍ତି ଙ୍କୁ ବା ଖାଉଥିବା ସମୟରେ ନମସ୍କାର, ପ୍ରଣାମ ବା ପାଦ ସ୍ପର୍ଶ କରାଯାଏ ନାହି ।

ଯେବେ ପାଦ ରେ ଜୋତା ବା ଚପଲ ପିନ୍ଧି ଥିବେ ସେହି ସମୟରେ ପାଦ ସ୍ପର୍ଶ କରିବା ଅନୁଚିତ । ଗମନ କରୁଥିବା ବ୍ୟକ୍ତିଙ୍କୁ ବା ଦନ୍ତ ମଞ୍ଜନ କରୁଥିବା ବା ବ୍ରସ କରିବା ସମୟରେ କେହି ଘରକୁ ଆସିଲେ ପ୍ରଣାମ କରିବା ଅନୁଚିତ । ଯଦି ଆପଣଙ୍କ ସାମ୍ନା ରେ ବରିଷ୍ଠ ବ୍ୟକ୍ତି ବା ଗୁରୁ ବା କେହି ଅତିଥି ବ୍ରସ କରିବା ସମୟରେ ଭେଟ ହେଉଛନ୍ତି ତେବେ ତାଙ୍କୁ ପ୍ରଣାମ କରିବା ଅନୁଚିତ ।

ସ୍ମୃତି ଶାସ୍ତ୍ର ରେ ଲେଖା ଯାଇଛି କି ବାଟରେ ଯିବା ସମୟରେ ମନ୍ଦିର, ସନ୍ୟାସୀ, ଭଗବାନଙ୍କ ପ୍ରତିମା, ବ୍ରମ୍ହଚାରୀ ଙ୍କୁ ଦେଖନ୍ତି ତେବେ ତାଙ୍କୁ ପ୍ରଣାମ କରିବା ଉଚିତ । ଏମିତି ନ କରିଲେ ପାପ ଲାଗିଥାଏ । କେବେ ବି କାହାକୁ ଗୋଟେ ହାତରେ ନମସ୍କାର କରିବା ଅନୁଚିତ । ଏହା ଦ୍ଵାରା ସବୁ ପୂଣ୍ୟ କ୍ଷୟ ହୋଇଯାଏ । ତେଣୁ ଦୁଇ ହାତରେ ପ୍ରଣାମ ବା ଚରଣ ସ୍ପର୍ଶ କରିବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *