ଏହିସବୁ କାମ କରୁଥିବା ବ୍ୟକ୍ତି ସହ ଭୁଲରେ ବି କରନ୍ତୁ ନାହିଁ ବିବାହ, ଜୀବନ ହୋଇଯିବ ନର୍କ

ଏମିତି ତ କହିବାକୁ ଗଲେ ବିବାହ ବହୁତ ଛୋଟ ଶଦ୍ଦଟିଏ ହେଲେ ଯେବେ ଆପଣ ଏ ସମ୍ପର୍କରେ ଗଭୀର ଭାବରେ ଚିନ୍ତା କରିବେ ତ ବୁଝି ପାରିବେ ଯେ ଏଇ ଛୋଟ ଶଦ୍ଦ ଭିତରେ ଦୁଇଟି ଲୋକଙ୍କର ପୁରା ଜୀବନ ମିଶି ରହିଥାଏ । କୌଣସି ବି ପୁଅ କି  ଝିଅ ଙ୍କ ପାଇଁ ବିବାହ ର ଅର୍ଥ କେବଳ ସାଥି ରେ ରହିବା ନୁହେଁ ବରଂ ଜଣେ ଜଣକୁ ସାରା ଜୀବନ ପାଇଁ ସାହାରା ଦେବା ହୋଇଥାଏ ।

ଆଜି ଆମେ ଆପଣଙ୍କୁ ବିବାହ ସହ ଯୋଡା କିଛି ଏମିତି କଥା କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ବି ଏହି କାମ କରୁଥିବା ଲୋକଙ୍କୁ ବିବାହ କରିବା ପାଇଁ ଚାହିଁବେ ନାହିଁ ।

ତ ଆସନ୍ତୁ ଜାଣିବା ଯେ ଏମିତି କି କାମ ଯାହାକି କରୁଥିବା ଲୋକ ଙ୍କୁ ବିବାହ କରିବା ପରେ ଆପଣଙ୍କୁ ଜୀବନ ସାରା ଅନୁତାପ କରିବା କୁ ପଡିପାରେ କିମ୍ବା ଆପଣଙ୍କ ଜୀବନ ସବୁଦିନ ପାଇଁ ନଷ୍ଟ ହୋଇଯାଇପାରେ । ଏମିତିକା ଲୋକ ଯିଏ ଯେତେ ଭୁଲ କଲେ ମଧ୍ୟ ସେ  ତାକୁ କେବେ ବି ମାନିନଥାଏ, ସେମିତିକା ବ୍ୟକ୍ତି କୁ କେବେ ବି ବିବାହ କରିବନି କାରଣ ସମ୍ଭବ ଅଟେ କି ତାଙ୍କ ସହ ରହିବା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ ।

ଏମିତି ବ୍ୟକ୍ତି ଦାୟିତ୍ବହୀନ ଓ ବହୁତ ଦୁର୍ବଳ ପ୍ରକାର ର ହୋଇଥାନ୍ତି । ଜୀବନ ରେ ଏମାନଙ୍କ ଦ୍ବାରା କେବେ ବି କୌଣସି ପରିସ୍ଥିତିକୁ ସାମ୍ନା କରିବାର ସାମର୍ଥ୍ୟ ନଥାଏ । ଏମିତିକା ଲୋକ ଯିଏ ନିଜର ଅଧିକ ସମୟ ମଦନିଶା ରେ କାଟନ୍ତି ସେମାନଙ୍କୁ ଭୁଲ୍ ରେ ବି ବିବାହ କରିବ ନାହିଁ । ଏମିତିକା ଲୋକ ମଦନିଶା ରେ କିଛି ବି କରିବା ପାଇଁ ପ୍ରସ୍ତୁତ ଥାଆନ୍ତି ଯାହା ଦ୍ବାରା କି ସେମାନଙ୍କୁ କ୍ଷମା ଦେବା ଆପଣଙ୍କ ପାଇଁ ଅସମ୍ଭବ ହୋଇଥାଏ । ଏଥିପାଇଁ ସବୁଠାରୁ ଭଲ ଅଧିକ ମଦ ସିଗାରେଟ୍ ପିଉଥିବା ଲୋକ ଙ୍କୁ ବିବାହ କରିବ ନାହିଁ । ନିଶା ଅଭ୍ୟାସ ଏମିତି ଏକ ଅଭ୍ୟାସ ଯାହା ଯେକୌଣସି ଲୋକ ର ସମ୍ପୁର୍ଣ ଜୀବନ କୁ ନଷ୍ଟ କରିଦେଇଥାଏ ।

ଏମିତିକା ଲୋକ ମାନେ ନିଜ ବନ୍ଧୁ କୁଟୁମ୍ବମାନଙ୍କର ଉନ୍ନତି ଓ ସଫଳତା ଦେଖିଲେ ହିଂସା କରେ ଏବଂ ଆଗକୁ ବି ସମ୍ଭବ ଯେ ସେମାନେ ନିଜ ଜୀବନସାଥି ର ବି ସଫଳତା ଦେଖିଲେ ହିଂସାଭାବ ମନରେ ରଖିବ । ଏଥିପାଇଁ ଏମିତି ଲୋକଙ୍କୁ କେବେ ବି ବିବାହ କରିବ ନାହିଁ କାରଣ ଏମିତି ଲୋକ ଆଗକୁ ଯାଇ ଆପଣଙ୍କ ଜୀବନ କୁ ନର୍କ କରିଦେବେ ଏବଂ ସବୁ ଛୋଟ ଛୋଟ କଥା ରେ ଘର ପରିବାର ରେ ଅଶାନ୍ତି ସୃଷ୍ଟି କରିବେ । ନିଜ ଜୀବନ ରେ ଏମିତିକା ସ୍ବଭାବ ଥିବା ଲୋକଙ୍କ ଠାରୁ ମଧ୍ୟ ଦୂରତା ରଖିବା ଉଚିତ୍ ।

Leave a Reply

Your email address will not be published. Required fields are marked *