ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ହେଲା ବଜେଟ ଉପସ୍ଥାପନ, ଏହି ବର୍ଷ ବଜେଟରେ 5% ବୃଦ୍ଧି ସହ 51 ହଜାରରୁ ଅଧିକ ପଦବୀରେ ନିଯୁକ୍ତି ସୁଯୋଗ !

ନମସ୍କାର ବନ୍ଧୁଗଣ, ଗଣଶିକ୍ଷା ବିଭାଗ ତରଫରୁ ଏକ ବଜେଟ ଉପସ୍ଥାନ କରାଯାଇଛି । ଏହା ବିଷୟରେ ଶିକ୍ଷା ମନ୍ତ୍ରୀ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ବିଗତ ବର୍ଷର ବଜେଟ ଅପେକ୍ଷା ଚଳିତ ବଜେଟରେ ଆମର 5% ରେ ବୃଦ୍ଧି କରାଯାଇଛି । ଆମେ ଚଳିତ ବର୍ଷ 2023-24 ରେ 1045 କୋଟି ଟଙ୍କା ପ୍ରାବଧାନ କରାଯାଇ 51,535 ପଦବୀ ପାଇଁ ନିଯୁକ୍ତି ପଦବୀ କରାଯାଇଛି ।

ସରକାରୀ ଉଚ୍ଚ ବିଦ୍ୟାଳୟ ରେ PGD ଯାହା ପ୍ରଥମ ଥର ପାଇଁ ଆମେ କରିଛୁ । 702 ମଧ୍ୟରୁ 335 ନିଯୁକ୍ତି ଦିଆ ସାରିଛି । ବାକି 17ଟି ଷ୍ଟ୍ରିମ ରେ 99ଟି PGD ମଧ୍ୟ ନିଯୁକ୍ତି କରା ଯାଉଛି । ସେହିପରି ଭାବେ ସଂପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ଆଧ୍ୟମିକ ବିଦ୍ୟାଳୟରେ PGD ପଦ ପାଇଁ 1543 କରା ଯାଉଛି । ସେଥିରୁ ପ୍ରଥମ ପର୍ଜ୍ଯାୟରେ 555 ପଦବୀ ପାଇଁ ଉଚ୍ଚ ଶିକ୍ଷା ବିଭାଗ ମାଧ୍ୟମରେ ଏସଏସବିକେ କୁ ରିକ୍ୟୁସନ ଦିଆ ସାରିଛି । ସେହିପରି ସରକାରୀ ମାଧ୍ଯମିକ ବିଦ୍ୟାଳୟରେ TGD ପଦବୀ 7540 ପ୍ରକ୍ରିୟା ଜାରି ରହିଛି ।

ସରକାରୀ ସ୍କୁଲରେ ଲିଫ୍ଟଏଡ଼େ ଟ୍ରେନିଙ୍ଗ ଯାହା TGD ରେ 6025 ରହିଛି । ସଂପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମାଧ୍ଯମିକ ବିଦ୍ୟାଳୟରେ TGD ପଦବୀ ପାଇଁ 2064 ପ୍ରଥମ ଥର ପାଇଁ ପଦବୀ ରଖାଯାଇଛି । ଆଦର୍ଶ ବିଦ୍ୟାଳୟର ଶିକ୍ଷକ ପଦବୀ 1070, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପଦବୀ 20 ହଜାର । DO, BO ଏବଂ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଅଣଶିକ୍ଷକ ପଦବୀ 1799 । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୱାଚ ଆଣ୍ଡ ୱାର୍କ ପଦବୀ 10,412 ପଦବୀ ଆମେ ଦେବା ପାଇଁ ଯାଉଛୁ ।

ତା ବାଦ କେନ୍ଦ୍ରିୟ ଅନୁଦାନରେ ଯେଉଁ ମାନେ ବଞ୍ଚି ଥିଲେ ସେଥିପାଇଁ 863.65 ଲକ୍ଷ ଟଙ୍କାର ବଜେଟ ପ୍ରାବଧାନ କରାଯାଇ ସେମାନଙ୍କୁ ନିଯୁକ୍ତି ଦିଆ ଯାଇଛି । ଯଦି କେନ୍ଦ୍ର ସରକାର ବନ୍ଦ କରିବା ପରେ ରାଜ୍ୟ ସରକାର ତାଙ୍କର ନିଜସ୍ଵ ଭାବେ ଏ କଥା କରିଛନ୍ତି । ଠିକ ସେହିପରି ଭାବେ କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦଗଡ ଜିଲ୍ଲାରେ ନିୟୋଜିତ 221 ଜଣ ବହୁ ଭାଷୀ ଶିକ୍ଷକ ସେମାନଙ୍କର ମାସିକ ଦରମା ଆଗରୁ 3,200 ଟଙ୍କା ପାଉଥିବା ବେଳେ ଏବେ ତାହାକୁ ବୃଦ୍ଧି କରାଯାଇ 5,379 ଟଙ୍କାକୁ ବୃଦ୍ଧି କରା ଯାଇଛି ।

ସେହିପରି 966ଟି ମାଧ୍ଯମିକ ବିଦ୍ୟାଳୟ ଓ 55ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ 1920 ଜଣ ପ୍ରଶିକ୍ଷକ ଓ ପ୍ରଶିକ୍ଷୀକାଙ୍କର ମାସିକ ଦରମା 15 ହଜାର 50 ରୁ 20 ହଜାରକୁ ବୃଦ୍ଧି କରା ଯାଇଛି । 64 ଜଣ ସଞ୍ଜୋଗକ ସଂଯୋଗକା ମାନଙ୍କର ମାସିକ ଦରମା 25 ହଜାରରୁ 30 ହଜାର ଟଙ୍କାକୁ ବୃଦ୍ଧି କରା ଯାଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଶିକ୍ଷକଙ୍କ ପଦୋନ୍ନତିରେ ଥିବା ରେସିଡେନ୍ସ ଅବଧିକୁ 50 ପ୍ରତିଶତ କମାଇ ଦିଆଯାଇଛି । ଏହା ଦ୍ଵାରା 40ହଜାର ପ୍ରାଥମିକ ଶିକ୍ଷକ ବର୍ତ୍ତମାନ ପ୍ରମୋନସର ସୁଯୋଗ ପାଇବେ । ଯେଉଁଥିରେ ପ୍ରଧାନଶିକ୍ଷକ ପଦବୀ ପୂରଣ କରି ହେବ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *