Special Report: ବିମାନରେ ଜନ୍ମ ହୋଇଥିବା ଶିଶୁର ନାଗରିକତା କ’ଣ ରହିବ ?

ନମସ୍କାର ବନ୍ଧୁଗଣ । ଉଡନ୍ତା ବିମାନରେ ଯଦି ପିଲା ଜନ୍ମ ହୁଏ ତେବେ ସେହି ପିଲାର ନାଗରିକତା କଣ ହୋଇପାରେ ? ଏହାକୁ ନେଇ ଅନେକ ସମୟରେ ଦ୍ଵନ୍ଦ ଦେଖା ଯାଇଥାଏ । ଏହି ଭଳି ଘଟଣା ଦେଖିବାକୁ ମିଳିଛି ଲଣ୍ଡନରୁ କୋଚି ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଏକ ଶିଶୁ ଜନ୍ମ ହୋଇଥିଲା । ଏହା ପରେ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ ଯେ ଏହି ଶିଶୁର ନାଗରିକତା କେଉଁ ଦେଶର ରହିବ । ଭାରତରେ ୭ ମାସ ବା ତା ଠାରୁ ଅଧିକ ଗର୍ଭବତୀ ମହିଳା ମାନଙ୍କର ବିମାନ ଯାତ୍ରା କରିବାର ଅନୁମତି ନାହି । କିନ୍ତୁ କିଛି ଜରୁରୀ କାଳୀନ କ୍ଷେତ୍ର ରେ ଅନୁମତି ମିଳିଥାଏ ।

ଭାରତରୁ ଆମେରିକାକୁ ଯାତ୍ରା କରୁଥିବା ବିମାନରେ ଯଦି କୌଣସି ମହିଳା ପିଲା ଜନ୍ମ କରନ୍ତି ତେବେ ପିଲାର ଜନ୍ମ ସ୍ଥାନ ପ୍ରମାଣ ପତ୍ରରେ କଣ ରହିବ ଓ ତାହାର ନାଗରିକତା କଣ ହେବ ଏହା ହେଉଛି ସବୁଠାରୁ ବଡ ପ୍ରଶ୍ନ । ଏଭଳି ସ୍ଥିତିରେ ଦେଖିବାକୁ ପଡେ ଯେ ପିଲା ଜନ୍ମ ହେବା ସମୟରେ ବିମାନ କେଉଁ ଦେଶର ସୀମା ଉପରେ ଉଡୁଛି । ବିମାନ ଲ୍ୟାଣ୍ଡ କରିବା ପରେ ପିଲାର ଜନ୍ମ ପ୍ରମାଣ ପାତ୍ର ସହ ଜଡିତ ଦସ୍ତାବିତ ସେହି ଦେଶରେ ଏୟାରପୋର୍ଟ ଅର୍ଥାରୀଟି ଙ୍କ ଠାରୁ ପ୍ରାପ୍ତ କରାଯାଇ ପାରିବ । ଏ ସବୁ ଭିତରେ ବି ପିଲାକୁ ତାର ମାତା ପିତାର ରାଷ୍ଟ୍ରୀୟତା ହାସଲ କରିବାର ଅଧିକାର ରହିଛି ।

ଅନ୍ୟ ଏକ ଉଦାହରଣ ହେଉଛି ଯଦି ପାକିସ୍ତାନରୁ ଯାଉଥିବା ବିମାନ ଭାରତ ସୀମା ଡେଇଁ ଉଡାଣ ଭାରୁଥାଏ ତେବେ ଏହି ସମୟରେ ଯଦି ପିଲା ଜନ୍ମ ହୁଏ ତେବେ ଶିଶୁର ଜନ୍ମ ସ୍ଥାନକୁ ଭାରତ ବୋଲି କୁହାଯିବ । ସେହି ପିଲାକୁ ନାଗରିକତା ମିଳି ପାରିବ । ପିଲାର ମାତା ପିତାଙ୍କ ନାଗରିକତା ଯାହା ଥିବ ସେହି ନାଗରିକତା ସହ ଭାରତରେ ନାଗରିକତା ମଧ୍ୟ ମିଳି ଅପରିବ । କିନ୍ତୁ ଭାରତରେ ଦୁଇଟି ନାଗରିକତା ନେଇ କୌଣସି ବ୍ୟବସ୍ଥା ନାହି । କିଛି ଦିନ ପୂର୍ବରୁ ଆମେରିକାରୁ ଏହି ଭଳି ଏକ ମାମଲା ସାମନାକୁ ଆସିଥିଲା ।

ଆମସ୍ତନରୁ ଆମେରିକାକୁ ଏକ ବିମାନ ଉଡାଣ କରିଥିଲା । ଯେଉଁ ସମୟରେ ବିମାନଟି ଆଥଲେଟିକ ମହାସାଗରରେ ପହଞ୍ଚି ଥିଲା ସେହି ସମୟରେ ଅଚାନକ ଜଣେ ମହିଳାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହା ପରେ ତାଙ୍କ ଶିଶୁଙ୍କର ଜନ୍ମ ୟୁଏସ ସୀମାରେ ହୋଇଥିଲା । ତେଣୁ ଶିଶୁକୁ ୟୁଏସ ଓ ନେଦରଲ୍ୟାଣ୍ଡ ଦୁଇଟି ଦେଶର ନାଗରିକତା ମିଳିଥିଲା । ତେବେ ଏହାକୁ ନେଇ ଭିନ୍ନ ଭିନ୍ନ ଦେଶରେ ଅଲଗା ଅଲଗା ନିୟମ ରହିଛି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *